Education

ନୂଆଁଖାଇ ପ।ଇ ଗ।ଅଁ। ଓ ସହର ଉତ୍ସବ ମୁଖର ହୋଇ ଉଠିଛି

ନୂଆଁଖାଇ ପାଇଁ ଗାଁ ଉତ୍ସବ ମୁଖର

ଚନ୍ଦାହାଣ୍ଡି,28/8: ସକାଳ ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର ହୋଇ ଉଠିଛି। କର୍ମ ସଂସ୍ଥାନ ପାଇଁ ଗାଁ ବାହାରେ ରହୁଥିବା ଲୋକମାନେ ଏବେ ଗାଁ ମୁହାଁ ହେଲେଣି। ଚଳିତ ବର୍ଷ ଧାନ ଚାଷ ସେତେଟା ହୋଇ ନଥିବା ସହ ଡଙ୍ଗର ଜମିରେ ମକା ଚାଷ ହୋଇଥିବାରୁ ନୂଆ ଧାନ ମିଳୁନାହିଁ। ଆଜି ଚନ୍ଦାହାଣ୍ଡି ସାପ୍ତାହିକ ବଜାରରେ ନୂଆ ଧାନ ଓ ଅତି ଆବଶ୍ୟକ କୁରେହି ପତ୍ର କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ନୂଆଁଖାଇ ଦିନକ ପୂର୍ବରୁ ଘରେ ଜମା ହେଲେଣି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଘରର ପୁରୁଖା ସଦସ୍ଯ ନୂଆଁଖାଇ ରୀତିନୀତି ସମ୍ପର୍କରେ ନୂଆ ପିଢ଼ିଙ୍କୁ ଶିକ୍ଷା ଦିଅନ୍ତି| କେମିତି ନବାନ୍ନ ପ୍ରସ୍ତୁତ ହୁଏ, କେମିତି ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହୁଏ । ଆଜି ଚନ୍ଦାହାଣ୍ଡି ସାପ୍ତାହିକ ବଜାରରେ ଜମାଦାରପଡ଼ା ଗ୍ରାମର ଚାଷୀ ଶିଶୁପାଳ ବାଘ ନୂଆ ଧାନକେଣ୍ଡା ପସରା ମେଲେଇଥିବା ଚେଳେ ଲୋକଙ୍କ ଗହଳି ଲାଗି ରହିଥିଲା ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button