Education
ପ।ଣି ଘେରରେ ଜୟପୁର ସ୍ୱାସ୍ଥ୍ୟ ଟୀକା କରଣ କରଣ କେନ୍ଦ୍ର
ପାଣି ଘେରରେ ଟିକାକରଣ କେନ୍ଦ୍ର
ଜୟପୁର,୨୭।୮: ଜୟପୁର ସହର ମଦଳାସାହି ଦକ୍ଷିଣ ପ୍ରାଥମିକ ବିଦ୍ୟାଳୟ ନିକଟ ଟିକାକରଣ କେନ୍ଦ୍ର ପାଣି ଘେରରେ ରହିଛି । ମଦଳାସାହିବାସୀ ହଇରାଣ ହେଉଛନ୍ତି । ପ୍ରବଳ ବର୍ଷାରେ ସେହି ଅଞ୍ଚଳ ଜଳମଗ୍ନ ହୋଇଛି । ପିଲାଙ୍କୁ ଟିକା ଦେବା ନେବା ସମୟରେ ପରିବାର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୁରକ୍ଷିତ ଭାବେ ଯାତାୟାତ କରିପାରୁ ନାହାନ୍ତି । ପାଣି ଭିତରେ ଦେଇ ଚାଲିବାକୁ ପଡ଼ୁଛି । ସେମାନଙ୍କ ମାଆ ଶିଶୁଙ୍କୁ କୋଳରେ ଧରି ଟିକା ଦେବାକୁ ଉକ୍ତ କେନ୍ଦ୍ରକୁ ଯାଉଛନ୍ତି । ଯାତାୟାତ ସମୟରେ ସତର୍କ ରହିବାକୁ ପଡ଼ୁଛି । ଜଳବାହିତ ରୋଗ ଭୟ ରହୁଛି । ପାଣି ଜମି ରହିବାରୁ ମଶାଙ୍କ ବଂଶ ବୃଦ୍ଧି ହେଉଛି । ଜଳବନ୍ଦୀ ପରିସ୍ଥିତି ଦେଖିବାକୁ ମିଳିଛି । ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଟିକାକରଣ ଅନ୍ୟ ସ୍ଥାନରେ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି