Entertainment
ଡାବୁଗାଁ ସହରରେ ସବୁଠାରୁ ବଡ ଗଣେଶ ମୂର୍ତ୍ତି କଳସୀ ମଣ୍ଡପ ଠାରେ ପୂଜାପାଉଛି*

ନବରଙ୍ଗପୁର, ୨୭/୦୮: ସାରା ଦେଶରେ ଗଣେଶ ପୂଜା ଚାଲୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଡାବୁଗାଁ ସଦର ମହକୁମା ଠାରେ ମଧ୍ୟ ଧୂମଧାମରେ ପାଳନ ହେଲା ଗଣେଶ ପୂଜା। ଡାବୁଗାଁ ନିର୍ବାଚନ ମଣ୍ଡଳୀର ସମସ୍ତ ଶିକ୍ଷାନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ବିଧିବଦ୍ଧ ଭାବେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଭକ୍ତିମୟ ପରିବେଶ ରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହେଉଛି l ଡାବୁଗାଁ ଅଂଚଳରେ ପ୍ରତ୍ୟେକ ବିଦ୍ୟାଳୟ ଓ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଗ୍ରାମ ଛକ ଓ ସାହି ସାହିରେ ପୂଜା କରି ଗ୍ରାମକୁ ଉତ୍ସବ ମୁଖର କରିଛନ୍ତି l ସେହି ପରି ଜୟନ୍ତୀ ନଗର ଛକ, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର, ଜଗନ୍ନାଥ ମନ୍ଦିର ନିକଟରେ, କଳଶୀ ମଣ୍ଡପ ପାଖ, ଜଗନ୍ନାଥଗୁଡାର ରାସ୍ତା ପାର୍ଶ୍ବରେ ବଡ ବଡ ମୂର୍ତ୍ତି ରେ ପୂଜା ପାଉଛନ୍ତି ଗଜାନନ।ଡାବୁଗାଁ ସହରରେ ସବୁଠାରୁ ବଡ ଗଣେଶ ମୂର୍ତ୍ତି କଳସୀ ମଣ୍ଡପ ଠାରେ ପୂଜା ପାଉଥିବା ଦେଖିବାକୁ ମିଳିଛି