Education

ପାର୍ବଣ ଋତୁ ଆସିଲେ ମନେପଡେ କୁମ୍ଭାର

ପାର୍ବଣ ଋତୁ ଆସିଲେ ମନେପଡ଼ନ୍ତି କୁମ୍ଭାର

ଉମରକୋଟ, ୨୬/୮: ପରିବାରର ବୃଦ୍ଧ ବୃଦ୍ଧା ଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତେ ମାଟି ଜିନିଷ ଗଢିବାରେ ବ୍ୟସ୍ତ। ଆଗକୁ ଆସୁଛି ପାର୍ବଣ ରୁତୁ । ପାର୍ବଣ ରୁତୁ ଆସିଲେ ଗୋଟିଏ ଗୋଟିଏ ପୂଜା ହାତ ଧରାଧରି ହୋଇ ଚାଲି ଆସନ୍ତି । ସର୍ବ ପ୍ରଥମେ ବିଘ୍ନ ବିନ ବିନାଶକ ଙ୍କ ଗଣେଶ ପୂଜା ତାପରେ ବିଶ୍ୱକର୍ମା କର୍ମା ପୂଜା ତାପ ଚାପଛକୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳିପୂଜା ଓ ସରସ୍ଵତୀ ପୂଜା ଆସିଥାଏ । ପାର୍ବଣ ରୁତୁ ଆସିଲେ ମନେ ପଡ଼ନ୍ତି କୁମ୍ଭାର। ବିନା କୁମ୍ଭୀର ରେ କୈାଣସି ପୁଜା କରିବା ଅସମ୍ଭବ। କାରଣ କୁମ୍ଭୀର ଠାରୁ ମାଠିଆ, ଦୀପ, ସରା ଓ କଳସ ପାଇଁ କୁମ୍ଭାର କୁ ଅଗ୍ରୀମ ଦେବାକୁ ପଡିଥାଏ । ତେଣୁ ଏବେ ଠାରୁ ଚଳ ଚଂଚଳ ହେଲାଣି କୁମ୍ଭାର ଶାଳ | ଜିନିଷ ଗଢି ବିକ୍ରି କଲେ ସେମିତି ବିଶେଷକରି ଲାଭ ମିଳୁ ନାହିଁ । କିନ୍ତୁ ନିଜ କୌଳିକ ବୃତି କୁ ନ ଛାଡ଼ି ପିଢ଼ି ପରେ ପିଢ଼ି ଏହି ଏହି

କାର୍ଯ୍ୟ କରି ଆସୁ ଛନ୍ତି କୁମ୍ଭାର ପରିବାର। ଏହି ଏହି ସବୁ ଜିନିଷ ଗଢ଼ିବା ପାଇଁ ମାଟି ଠାରୁ ଆରମ୍ଭ ମ୍ଭ କରି ଜାଳ ପର୍ଯ୍ୟନ୍ତ ସବୁ ଜିନିଷପତ୍ର କିଣିବାକୁ ପଡ଼ୁଛି। ପାଖରେ ଭଲ ମାଟି ନଥିବା ଯୋଗୁଁ ବହୁ ଦୂର ରୁ ମାଟି ଆଣିବାକୁ ପଡୁଛି। ଏହି ଏହି ସବୁ ଜିନିଷ ତିଆରି କରିବାକୁ ଘର ର ଛୋଟ ଠାରୁ ବଡ ପର୍ଯ୍ୟନ୍ତ ପରିଶ୍ରମ କରୁଛନ୍ତି । ଦି ପଇସା ରୋଜଗାର କରିବା ଆଶାରେ ଲାଭ

କମ ସତ୍ତ୍ବେ ନିଜ କୌଳିକ ବୃତି କୁ ନଛାଡ଼ି କୁମ୍ଭାର ପରିବାର ଲାଗିପଡନ୍ତି କାମରେ । ବର୍ଷ ସାରା ବିଭିନ୍ନ ମାଟି ସାମଗ୍ରୀ ତିଆରି କରି ବଜାର ଓ ଗାଁ ଗଣ୍ଡା ସବୁରେ ବୁଲି ବୁଲି ତାକୁ ବିକ୍ରି କରି ପେଟ ପୋଷିଥାନ୍ତି ଏହି କୁମ୍ଭାର ମାନେ। ପର୍ବପର୍ବାଣୀ ଗୁଡ଼ିକରେ ମାଟି ତିଆରି ସାମଗ୍ରୀର ଆବଶ୍ୟକତା ଅଧିକ ପଡ଼ୁଥିବାରୁ ଲୋକେ କୁମ୍ଭାର ପରିବାର କୁ ମନେ ପକାନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button