ଯକ୍ଷ୍ମାମୁକ୍ତ ପଞ୍ଚାୟତ ଗଠନ ନେଇ ତାଲିମ, ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ
ଯକ୍ଷ୍ମାମୁକ୍ତ ପଞ୍ଚାୟତ ଗଠନ ନେଇ ତାଲିମ
ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ
ବ୍ଳକ- ତାଦୁର୍ଗା, ଜିଲ୍ଲା- ନବରଙ୍ଗପୁର
ଯକ୍ଷ୍ମାରୋଗର ଲକ୍ଷଣ, ଚିହ୍ନଟ, ନିରାକରଣ ଉପରେ ଆଲୋଚନା କରାଯାଉଛି।
ଡାବୁଗାଁ, 27/8
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ସମ୍ମିଳନୀ କକ୍ଷରେ ଦୀର୍ଘସ୍ଥାୟୀ ବିକାଶ ସ୍ଥାନୀୟକରଣ ପରିପ୍ରେକ୍ଷୀରେ ଯକ୍ଷ୍ମାମୁକ୍ତ ଗ୍ରାମପଞ୍ଚାୟତ ଗଠନ ନେଇ ଏକ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଡିଓ ଶରତ ମାଝୀଙ୍କ ଅଧ୍ୟକ୍ଷତାରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କେନ୍ଦ୍ର ଯକ୍ଷ୍ମା ୟୁନିଟ୍ ମୁଖ୍ୟ ଗଗନ ବାଗ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭଭାଲ୍ଲା, ଆକାଂକ୍ଷା ବ୍ଲକ୍ ସହଭାଗୀ ମୋନାଲ ପରିଡ଼ା, ବ୍ଲକ୍ ମଙ୍ଗଳ ସମ୍ପ୍ରସ ମ୍ପ୍ରସାରଣ ଅଲ୍କାରୀ ଆଦିତ୍ୟ ନାରାୟଣ ରଥ, ପଞ୍ଚାୟତ ନିର୍ବାହୀ ଅଧ୍କାରୀ ପ୍ରସାଦ ପ୍ରମୁଖ ଅଂଶଗ୍ରହଣକାରୀଙ୍କୁ ତାଲିମ ଦେଇଥିଲେ। ତେବେ ମହିଳ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ, ଏସିଡିଓ, ଗ୍ରାମ ରୋଜଗାର ସେବିକା ସେବ ଓ ଆଶାକର୍ମୀ ମୋଟ ୭୦ ଜଣ ଉପସ୍ଥିତ ରହି ତାଲିମ ନେ ନେଇଥିଲେ। ଯକ୍ଷ୍ମାମୁକ୍ତ ଗ୍ରାମପଞ୍ଚାୟତ ଗଢ଼ି ତୋଳିବା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ବିଡିଓ କହିଥିଲେ। ଯକ୍ଷ୍ମାରୋଗର ଲକ୍ଷଣ, ଚିହ୍ନଟ, ନିରାକରଣ ଉପରେ ଆଲୋଚନା କରାଯାଇଥିଲା। ରୋଗ ଚିହ୍ନଟ ହେଲେ ରୋଗୀଙ୍କୁ ସହାୟତା ରାଶି, ରୋଗୀଙ୍କୁ ଚିହ୍ନଟକଲେ ଆଶାକର୍ମୀଙ୍କୁ ପ୍ରୋତ୍ସାହନ ରାଶି ମିଳିବା, ଏଥିରେ ନିର୍ବାଚିତ ପ୍ରତିନଧୂଙ୍କ ଦାୟିତ୍ବ ଉପରେ ତାଲିମ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ ।