ବହୁ ପରିମାଣର କ।ଠ ସମାଗ୍ରୀ ଜବତ ସୋନପୁର ଘରେ ଘରେ ସର୍ଚ୍ଚ ଅପରେସନ
ସୋନପୁରର ଘରେ ଘରେ ସର୍ଚ୍ଚ ଅପରେସନ
ବହୁ ପରିମାଣର କାଠ ସାମଗ୍ରୀ ଜବତ
ରାଇଘର,ତା ୨୭/୦୮/୨୫
ନବରଙ୍ଗପୁର ଜିଲ୍ଲା ଛତିଶଗଡ ସୀମାନ୍ତ ରାଇଘର ବ୍ଲକ ଠାରେ ଦୀର୍ଘ ବର୍ଷରୁ ଶାଗୁଆନ ଗଣ୍ଡି ଚୋରା ଚାଲାଣରେ ଦଲାଲ ସକ୍ରିୟ ହୋଇ ଉଠିଥିବା ବେଳେ ବେଆଇନ କାରବାର ସହ କାଠ ଗଣ୍ଡିରେ ବେଆଇନ ଭାବେ ସାମଗ୍ରୀ ନିର୍ମାଣ କରି ଲକ୍ଷାଧୂକ ଦରରେ ଲୋକଙ୍କୁ ଶୋଷଣ କରୁଥିବା ପେଣ୍ଠସ୍ଥଳି ଭାବେ ବେଶ ପରିଚିତ ସୋନପୁର ଗ୍ରାମରେ ଉଭୟ ଓଡିଶା ଓ ଛତିଶଗଡ ବନ ବିଭାଗ ଟିମ୍ ମିଳିତ ଭାବେ ଚଢ଼ାଉ କରି ଘରେ ଘରେ ସର୍ଚ୍ଚ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । ଥରେ କି ଦୁଇ ଥର ନୁହେଁ ପାଞ୍ଚ ପାଞ୍ଚ ଥର ଛତିଶଗଡ଼ ଓ ଓଡ଼ିଶା ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ଆସୁଛି । ତେବେ ସୋନପୁର ଗ୍ରାମକୁ ଛତିଶଗଡ଼ ବନ ବିଭାଗ ସମ୍ପୂର୍ଣ ଟାର୍ଗେଟ କରିଥିବା ବେଳେ ଛତିଶଗଡ଼ ଅଞ୍ଚଳରୁ
ଓଡ଼ିଶା ଓ ଛତିଶଗଡ଼ ବନ ବିଭାଗର ମିଳତ ଚଢ଼ଉ
ଚ।ର। ଚ।ଲଣ ହୋଇ ଆସୁଥିବା ମୂଲ୍ୟବାନ କାଠ ଦ୍ଵାରା ସାମଗ୍ରୀ ନିର୍ମାଣ କରାଯାଇଥିବା ପ୍ରମାଣ ଆଧାରରେ ଚଢାଉ ଜାରୀ ରହିଛି।
ଛତିଶଗଡ ରାଜ୍ୟର ସୀତା ନଦୀ ଅଞ୍ଚଳରେ ଥିବା ବନ୍ୟଜନ୍ତୁ ରହୁଥିବା ସ୍ବତନ୍ତ୍ର ଜଙ୍ଗଲ ମଧ୍ୟରେ ଦିନକୁ ଦିନ
ଶାଗୁଆନ ଗଛ ହ୍ରାସ ସହ ଗଛ ନଷ୍ଟ କରି କାଠ ଚୋରା ଚାଲାଣ ହେଉଥିବା ଜଣାପଡିବା ପରେ ଏହା ଉପରେ ଛତିଶଗଡ ଟିମ୍ ସ୍ବତନ୍ତ୍ର ଭାବେ ପେଟ୍ରଙ୍ଗି ବ୍ୟବସ୍ଥା କଡ଼ାକଡି କରିବା ସହ ଓଡିଶା ସୀମାନ୍ତ ନବରଂଗପୁର ଜିଲ୍ଲା ରାଇଘର ବନ ବିଭାଗ ସହ ଯୋଗା ଯୋଗରେ ରହି ସ୍ବତନ୍ତ୍ର ଦୃଷ୍ଟି ଦିଆ ଯାଇଥିଲା । ଅନ୍ୟପଟେ ଲଗାତାର ଭାବେ ରାଇଘର
ବନ ବିଭାଗ ମଧୁ ପେଟ୍ରୋଲିଂ ସମୟରେ ଅନେକ ଶାଗୁଆନ ଗଣ୍ଡି ଜବତ କରିବାରେ ସଫଳତା ହାସଲ କରିଥିଲା । ଚାଲାଣକାରି ଦଲାଲ ମାନେ କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳ ନେଇ ଶାଗୁଆନ କାଠ ବିକ୍ରୀ କରୁଛନ୍ତି ସମସ୍ତ ତଥୁ ସଂଗ୍ରହ କରି ଛତିଶଗଡ ରାଜ୍ୟର ଗରିଆବନ୍ଧ ଡିଭିଜନ ରାଇଘର ରେଞ୍ଜର ସହ ସ୍ବତନ୍ତ୍ର ଆଲୋଚନା ପରେ ଆଜି ସକାଳେ
ଉଭୟ ଓଡିଶା ଓ ଛତିଶଗଡ ମିଳିତ ଭାବେ ରାଇଘର ବ୍ଲକ କୁରାବେଡା ପଞ୍ଚାୟତ ଅନ୍ତର୍ଗତ ସୋନପୁର ଡିଏନକେ ଗ୍ରାମରେ ଘରେ ଘରେ ସର୍ଚ୍ଚ କରିଥିଲେ । ସର୍ଚ୍ଚ ଅପରେସନ ଦେଖ୍ ଦଲାଲ ମାନେ ଫେରାର ହୋଇ ଯାଇଥିବା ଯୋଗୁଁ ପୋଡଶୀ ମାନଙ୍କ ଉପସ୍ଥିତିରେ ଘରେ ଘରେ ସର୍ଚ୍ଚ ଆରମ୍ଭହୋଇଥିଲା I ଜବତ ସାମଗ୍ରୀ ଲକ୍ଷାଧିକ ଟଙ୍କା ହେବା ଅନୁମାନ କରାଯାଉଛି ତଦନ୍ତ ଶେଷ ପରେ ବିସ୍ତୃତ ତଥୁ ପ୍ରକାଶ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି । ଛତିଶଗଡ ଗରିଆବନ୍ଧ ଡିଭିଜନର ଉଦନ୍ତି, ସିତାନଦୀ ଟାଇଗର ସେଲ୍, ମେନପୁର ଭଳି ନାନା ଟିମ୍ ସାମିଲ ଥିବା ବେଳେ ଓଡିଶା ନବରଂଗପୁର ଡିଭିଜନର ଉମରକୋଟ ଓ ରାଇଘର ବ୍ଲକ ଦୁଇ ଗୋଟି ବନ ବିଭାଗ ଟିମ୍ ରେ ଅନେକ କର୍ମଚାରୀ ସାମିଲ ଥିଲେ । ରାଇଘର ରେଞ୍ଜର ମହମ୍ମଦ ଅବଦୁଲ ନେତୃତ୍ବରେ ଅନେକ କର୍ମଚାରୀ ମିଳିତରେ ଚଢ଼ାଉ ହୋଇଥିଲା ।