Education

ନୂଆ ଖାଇ ପୂର୍ବ ରୁ ଦ।ଦନ ଦଲ।ଲ ସକ୍ରିୟ ପରିବାର ପଛ। ଦେଉଛନୀ ଦଶରୁ ପନ୍ଦର ହଜ।ରେ ଅଗ୍ରୀମ ଟଙ୍କା

ନୂଆଖାଇ ପୂର୍ବରୁ ଦାଦନ ଦଲାଲ ସକ୍ରିୟ

ପରିବାର ପିଛା ଦେଉଛନ୍ତି ୧୦ରୁ ୧୫ ହଜାର ଅଗ୍ରୀମ

ଚନ୍ଦାହାଣ୍ଡି, ୨୫/୮:

ନୂଆଖାଇ ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ୍‌ରେ ଦାଦନ ଦଲାଲ ସକ୍ରିୟ ହୋଇଛନ୍ତି। ନୂଆ ଖାଇ ପରେ ଶ୍ରମିକଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ ପାଇଁ ପରିବାର ପିଛା ୧୦ରୁ ୧୫ ହଜାର ଟଙ୍କା ଅଗ୍ରୀମ ଦେଉଛନ୍ତି ଦଲାଲ୍ ଗରିବ ଏବଂ ଶ୍ରମିକ ଶ୍ରେଣୀର ପରିବାର ନୂଆଖାଇ ପର୍ବକୁ ଧୁମଧାମରେ ପାଳନ କରୁଥିବା ବେଳେ ଅଗ୍ରୀମ ଦେଇ ଏହି ଉଠାଉଛନ୍ତି ଦାଦନ ଦଲାଲ୍ । ଏହାର ଫାଇଦା

ପଶ୍ଚିମ ଓଡ଼ିଶାର କଳାହାଣ୍ଡି ସୀମାନ୍ତକୁ ଲାଗିଛି ଚନ୍ଦାହାଣ୍ଡି ୧୦ କିମି ଦୂରରେ କଳାହାଣ୍ଡି ଜିଲ୍ଲା ଏବଂ ୩ କିମି ଦୂରରେ ରହିଛି ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓଡ଼ିଶାର ପ୍ରଭାବ ଚନ୍ଦାହାଣ୍ଡି ବ୍ଲକରେ ବେଶ୍ ରହିଛି। ଏଠାକାର ଲୋକଙ୍କ ଭାଷା, ଚାଲିଚଳଣି, ପୂଜା ପାର୍ବଣ ସବୁ କିଛି ପଶ୍ଚିମ ଓଡ଼ିଶା ସହ ସମାନ | ଫଳରେ ଚନ୍ଦାହାଣ୍ଡି ବ୍ଲକରେ ନୂଆଖାଇ ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି ଲୋକୋ ନୂଆଖାଇରେ ମଜା ମଜଲିସ୍‌ରେ ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି। ନୂଆ ଲୁଗା କିଣିବା ସହ ନାଚ, ଗୀତ, ସିନେମା ଦେଖା ଏବଂ ବୁଲାବୁଲିରେ ମାତିଥାନ୍ତି। ଶ୍ରମିକ ଶ୍ରେଣୀର ଲୋକ ଏହି ପର୍ବ ପାଳନ ପାଇଁ ପୂର୍ବରୁ ଯଥେଷ୍ଟ ଅର୍ଥ ସଞ୍ଚୟ କରିପାରନ୍ତି ନାହିଁ | ଫଳରେ ବାଧ୍ୟ ହୋଇ ଧାର କରଜ କରିଥାନ୍ତି। ଏଭଳି ପରିସ୍ଥିତିର ଫାଇଦା ଉଠାଇଥାନ୍ତି ଦାଦନ ଦଲାଲ୍ ନୂଆ ଖାଇ ପୂର୍ବରୁ ଚଳିତ ବର୍ଷ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଅଞ୍ଚଳର ଦଲାଲ ଗାଁକୁ ଗାଁ ବଲି ଗୋପନରେ ଶ୍ରମିକଙ୍କ ସହ ସମ୍ପର୍କ

ସ୍ଥାପନ କରୁଛନ୍ତି। ମୁଣ୍ଡ ଉପରେ ବ୍ୟୟ ବହୁଳ ନୂଆଖାଇ ପର୍ବ ଥିବାରୁ ଅର୍ଥ ଲୋଭରେ ଦାଦନ ଦଲାଲଙ୍କଠାରୁ ଶ୍ରମିକଙ୍କ ପରିବାର ୧୦ ରୁ ୧୫ହଜାର ପର୍ଯ୍ୟନ୍ତ ଅଗ୍ରୀମ ନେଇଥାନ୍ତି। ଚୁକ୍ତି ଅନୁସାରେ ଯେଉଁ ପରିବାର ଅଗ୍ରୀମ ନେଇଥାନ୍ତି ପର୍ବ ସରିଲେ ଗଣ୍ଠିଲି ଧରି ଦାଦନ ଯିବାକୁ ବାଧ୍ୟ ହୋଇଥାନ୍ତି |

ଚନ୍ଦାହାଣ୍ଡି ବ୍ଲକର ଶ୍ରମିକ ପରିବାର ବର୍ଷ ତମାମ ବାହାରେ କାମ କରୁଥିବା ବେଳେ ନୂଆ ଖାଇ ନିମନ୍ତେ ଘରକୁ ଫେରିଥାନ୍ତି ନୂଆ ଖାଇ ସାରି ପୁଣି ଦାଦନ ଖଟିବାକୁ ଯାଇଥାନ୍ତି। ସଚେତନ‌ତାର ଅଭାବ ଯୋଗୁଁ ଏଠାକାର ଲୋକେ ସରକାରୀ ଯୋଜନା ସଂପର୍କରେ ଜାଣିପାରୁନାହାନ୍ତି ଚନ୍ଦାହାଣ୍ଡି ବ୍ଲକ ଅନକାବେଡ଼ା, ପାଟଖଣ୍ଡିଆ, ଖଲିଆ, ମାଲଗାଁ, ଶରଧାପୁର, ଜମାଦାରପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶହ ଶହ ଶ୍ରମିକ ପରିବାର ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଦାଦନ ଦଲାଲଙ୍କର କୌଣସି ଲେବର ଲାଇସେନ୍ସ ନଥିଲେ ମଧ୍ୟ ଆଇନକୁ ଉଲଂଘନ କରି ଶ୍ରମିକ ଚାଲାଣ କରୁଛନ୍ତି। କୌଣସି କାରଣବଶତଃ ବାହାର ରାଜ୍ୟରେ ଦାଦନ ନିର୍ଯ୍ୟାତନାର ଶିକାର ହେଲେ ଦଲାଲ ଆଉ ଧରାଛୁଆଁ ଦେଇନଥାନ୍ତି । ଏ ସମ୍ପର୍କରେ ଚନ୍ଦାହାଣ୍ଡି ବିଡିଓ ଚଇନୁ ଗଣ୍ଡ କହିଛନ୍ତି, ଦାଦନ ରୋକିବାକୁ ସରକାରଙ୍କ ଅନେକ ଯୋଜନା ଅଛି କିନ୍ତୁ ଲୋକ ଅଧିକା ରୋଜଗାର ଆଶା ଏବଂ ଅଗ୍ରୀମ ଟଙ୍କା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ଯାହାକୁ ରୋକି ହେଉନି l

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button