Education

ଚାକିରି କର।ଇ ଦେବ। ନଁ। ରେ ଠକେଇ କୋଡିଙ୍ଗା ଥ।ନ। ରେ ଏତଲ।

ଚାକରି କରାଇଦେବା ନାଁ ରେ ଠୋକେଇ କୋଡ଼ିଙ୍ଗା ଥାନା ରେ ଏତଲା

ନବରଙ୍ଗପୁର, 26/8 ଚାକରି କରାଇଦେବା ନାଁ ରେ ଠକେଇ ଅଭିଯୋଗ ନେଇ ଥାନା ରେ ଦ୍ବାରସ୍ତ ହୋଇଥିବା ଦେଖ‌ିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଠାରେ। କୋଷାଗୁମୁଡା ବ୍ଲକ ର ବିଭିନ୍ନ ଗ୍ରାମ ରୁ କିଛି ଯୁବକ ଗତକାଲି ସାନ୍ଧ୍ୟ ସମସ୍ୟରେ କୋଡ଼ିଙ୍ଗା ଥାନା ରେ ଏକ ଦାଖଲ ଲିଖୂତ ଅଭିଯୋଗ ପତ୍ର କରିଛନ୍ତି ତା ତାଙ୍କ ଅଭିଯୋଗ ପ୍ରକାରେ କୋଡ଼ିଙ୍ଗା ରେ ରହୁଥ‌ିବା ଜଣେ ନିଲମ୍ବିତ ଶିକ୍ଷକ ତାଙ୍କୁ ବିଭିନ୍ନ ଚାକରି କରେଇ ଦେବାକୁ କହି ଲକ୍ଷେ ଲକ୍ଷେ ଟଙ୍କା ହଡପ କରି ଚୁପ ବସି ରହିଛନ୍ତି। ଅନ୍ୟପଟେ ଯେଉଁମାନେ ଚାକରି ଖଣ୍ଡେ ପାଇବା ଆସା ରେ କିଏ ତ ସୁନା ବନ୍ଧକ ରଖ୍ ତ କିଏ ଜମି ବନ୍ଧକ ରଖ୍ ଧାର ଉଦ୍ଧାର କରି ଟଙ୍କା ଙ୍କା ଦେଇଥିଲେ । ଟଙ୍କା ଦେବାର ବର୍ଷେ ବିତିଗଲେ ସୁଦ୍ଧା ନାଁ ମିଳିଲା ଚାକରି ନାଁ ମିଳୁଛି ଦେଇଥୁବା ଟଙ୍କା ଯାହାକୁ ନେଇ ବାରମ୍ବାର ଉକ୍ତ ବ୍ୟକ୍ତି ଙ୍କୁ ଟଙ୍କା ମାଗୁଥିବା ସ୍ବତେ ମଧ୍ୟ ଟଙ୍କା ଫେରସ୍ତ ପାଉ ନାହାନ୍ତି। ଏଠି ବଡ଼ ପ୍ରଶ୍ନ ଆଦିବାସି ଅଦ୍ୟୁଷିତ ଦୁର୍ଗମ କୋଷାଗୁମୁଡା ବ୍ଲକ ରେ ଚାକରି କରିବାକୁ ଆସି କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି ଗରିବ ନିରିହ ଆଦିବାସୀ ଯୁବକ ଙ୍କୁ ନିଜ ଜାଲ ରେ ପକାଇ ଲକ୍ଷେ ଲକ୍ଷେ ଟଙ୍କା ହଡପ କରୁଛନ୍ତି। ନିରିହ ଆଦିବାସୀ ଅଞ୍ଚଳ ରେ ଏଭଳି ଜାଲ ବିଛାଇ ଟଙ୍କା ହଡପ କରୁଛନ୍ତି ପରେ ଟଙ୍କା ଫେରସ୍ତ ମାଗିଲେ ନାଲି ଆଖ୍ ଦେଖାଉଛନ୍ତି କହି ଥାନା ରେ ଏତଲା ଦେଇଥିବା ଯୁବକ ମାନେ ମତ ଦେଇଥିବା ଦେଖିବାକୁ ମିଳିଛି। ଯୁବକ ମାନେ କୋଡ଼ିଙ୍ଗା ରେ ରହୁଥ‌ିବା ପ୍ରଦୀପ୍ତ କୁମାର ସାହୁ ଙ୍କ ଙ୍କ ନାମରେ ଟଙ୍କା ହଡପ କରିଥିବା ସିଧା ସିଧା ଏତଲା କପି ରେ ଉଲ୍ଲେଖ କରିଥ‌ିବା ସୂଚନା ମିଳିଛି। ପ୍ରଦୀପ୍ତ କୁମାର ସାହୁ ଶିକ୍ଷକ ଭାବେ ବଡ । ଆମ୍ବଡା ସାରାକରୀ ବିଦ୍ୟାଳୟରେ ରେ କାର୍ଯ୍ୟରତ ଥିଲେ କିନ୍ତୁ ବର୍ତମାନ କାର୍ଯ୍ୟରୁ ନିଲମ୍ବିତ ହୋଇ ଘରେ ବସି ରହିଛନ୍ତି ଏବଂ ବଂ ଅଞ୍ଚଳ ର ଗରିବ ନିରିହ ସରଳ ଯୁବକ ମାନଙ୍କୁ ଚାକରି କରାଇ ଦେବା ନାମ ରେ ତାଙ୍କ ଜାଲ ରେ ପକାଇ ଟଙ୍କା ହଡପ କରୁଛନ୍ତି । ଯା ଯାହା ବର୍ତମାନ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। କମ୍ପୁଟର ଶିକ୍ଷକ ହେଉ ବା ସୁଭଦ୍ରା ହେଲ୍ସ ଡେସ୍କ ରେ ବା ସୁରକ୍ଷା କର୍ମୀ ଚାକରି ପାଇଁ ବିଭିନ୍ନ ଘରୋଇ ସଂସ୍ଥା ରେ ଚାକରି କରାଇବା ନାଁ ରେ ସେ ଗ୍ରାମ ଗ୍ରାମ ବୁଲି ବେକାର ଯୁବକ ଯୁବତୀ ଙ୍କୁ ମୁ ଚାକରି କରାଇଦେବି କହି ଠକି ଚାଲିଛନ୍ତି ।ଏଠି ବଡ଼ ପ୍ରଶ୍ନ ଏତେବଡ ରାକେଟ ରେ ରେ ସେ ଜଣେ ଅଛନ୍ତି ନାଁ ଆଉ କେତେଜଣ ସାମିଲ ରହିଛନ୍ତି ବଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଚାଲିଛି। ବର୍ତମାନ ଦେଖୁବାକୁ ବାକି ରହିଲା ପୋଲିସ ପ୍ରଶାସନ ବଡ଼ ମାଛ କୁ ଧରିବାରେ କେବେ ସଫଳ ହେବେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button