ନବରଙ୍ଗପୁର ସହରରେ ଗଣେଶ ପୂଜ। ପ।ଇ ସ।ଜ ସଜ।ଆରମ୍ଭ ହୋଇ ଛି
ଗଣେଶ ପୂଜା ପାଇଁ ସାଜ ସଜା ଆରମ୍ଭ ।
ନବରଙ୍ଗପୁର,26/8 ପାଖେଇ ଆସିଲା ପଶ୍ଚିମ ଓଡିଶା ର ଗଣ ପର୍ବ ନୂଆଖାଇ। ନୂଆଖାଇ ର ପୂର୍ବଦିନ ପଡେ ଶ୍ରୀ ଶ୍ରୀଶ୍ରୀ ଗଜାନନ ଙ୍କ ପୂଜା ।ଏହି ପର୍ବ ପାଳନ ନିମନ୍ତେ ଓଡିଶା ର ପ୍ରତ୍ୟେକ ଗ୍ରାମରେ ଗଣେଶ ପୂଜା ନାମରେ ପାଳନ କରାଯାଏ। ଏହି ବର୍ଷ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଚିଲିଗୁଡା ମହାବାହୁ ଯୁବକ ସଂଘର ଯୁବକ ମାନେ ଆନନ୍ଦ ଉଲ୍ଲାସ ସହିତ ପାଳନ ପାଇଁ ଆଗୁଆ ଚେଷ୍ଟା କରିଛନ୍ତି। ଏକ ମାସ ଧରି ଗାଁ ର ଯୁବକ ମାନେ ଏକତ୍ରିତ ହୋଇ ମେଢ଼ ତିଆରି ପାଇଁ ଲାଗି ପଡିଛନ୍ତି । । ନିର୍ଧାରିତ କାର୍ଯ୍ୟ ପନ୍ଥା ରେ ସମସ୍ତ କାର୍ଯ୍ୟ ର୍ଯ୍ୟ ସୁରୁଖ ରେ ଚାଲିଛି । ଶ୍ରୀ ଶ୍ରୀ ଶ୍ରୀ ଗଜାନନ ଙ୍କ ବିସର୍ଜନ ନିମନ୍ତେ ଏବେ ଠାରୁ ପ୍ରସ୍ତୁତି ସରିଛି। ଗ୍ରାମରେ ଏହି ପୂଜାକୁ ସୁଚାରୁ ରୂପେ ନିଭାଇବା ନିମନ୍ତେ ଦଶ ଜଣିଆ ସଦସ୍ୟ ଦିବା ରାତ୍ର କାର୍ଯ୍ୟ କରୁଛନ୍ତି। ଚିଲିଗୁଡାଗ୍ରାମରେ ପିଲିକା ଗ୍ରାମର ସୁବାଷ ଭଟ୍ଟ ଏବଂ ଯୁବ କାରିଗର ମାନେ ମୂର୍ତ୍ତି ତିଆରି ପାଇଁ ସାହାଯ୍ୟ କରୁଛନ୍ତି।ଏହି ବର୍ଷ ସୁନ୍ଦର ତୋରଣ,ସୁନ୍ଦର ମେଢ଼ ସହ, ବଡ଼ ମୂର୍ତ୍ତି ସାଥ୍ରେ ସାଜ ସଜା ବହୁତ ସୁନ୍ଦର ହେବା ନେଇ ମହାବାହୁ ଯୁବକ ସଂଘ ର ସଦସ୍ୟ ମାନେ କହିଛନ୍ତି ।