ଆଗକୁ ନବରଙ୍ଗପୁର ରେ ଦୁବ ବି କ ଅଁଳିବ ନ।ହଁ
ହେକ୍ଟର ପିଛା ଜାତୀୟ ହାରଠାରୁ ୪୮ କେଜି ଅଧିକ ସାର ବ୍ୟବହାର
ଆଗକୁ ନବରଙ୍ଗପୁରରେ ଦୁବ କଅଁଳିବନି
ଜିଲ୍ଲା କୃଷି ବିଭାଗର ଚିନ୍ତା ପ୍ରକଟ
ମକା ଚାଷ ପାଇଁ ବିଷାକ୍ତ ହେଉଛି ନବରଙ୍ଗପୁର ମାଟି
ନାହିଁ ସରକାରୀ କଟକଣା, ଚାଷୀ ବେଲଗାମ୍
ନବରଙ୍ଗପୁର, 26/8: ଜିଲ୍ଲାରେ ସରକାରୀ ଲକ୍ଷ୍ୟଠାରୁ ଦୁଇ ଗୁଣା ଅଧିକ ମକା ଚାଷ ହେଉଛି ଅଧିକ ଉତ୍ପାଦନ ପାଇଁ ତିନି ଗୁଣା ରାସାୟନିକ ସାର ଓ ବ୍ୟାପକ କୀଟନାଶକ ଔଷଧ ପ୍ରୟୋଗ କରୁଛନ୍ତି ଚାଷୀ ଫଳରେ ମାଟିର ଉର୍ବରତା କମିବା ସହ ଅମ୍ଳତା ବଢ଼ି ଗଲାଣି ସ୍ଥିତି ଏଭଳି ହୋଇଛି
ଯେ ଆଉ କିଛି ବର୍ଷ ପରେ ମାଟିରେ ଦୁବଘାସ କଅଁଳିବ କି ନାହିଁ ପରିବେଶବିତ୍ ଓ ଜିଲ୍ଲା କୃଷି ବିଭାଗ ଚିନ୍ତା ପ୍ରକଟ କରିଛନ୍ତି | ଯାହା ଚାଷୀ ଓ ନବରଙ୍ଗପୁରବାସୀ ଜିଲ୍ଲାବାସୀଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି।
ଓଡ଼ିଶାର ସିଂହଭାଗ ରାସାୟନିକ ସାର ନବରଙ୍ଗପୁର ଜିଲ୍ଲା ମାଟିରେ ପଢୁଛି
ଜାତ୍ଯୟ ସ୍ତରରେ ରାସାୟନିକ ସାର ବ୍ୟବହାର ହେକ୍ଟର ପିଛା ପ୍ରାୟ ୧୬୦ କେଜି ରହିଛି। ଓଡ଼ିଶାରେ ଏହାର ପରିମାଣ ୧୪୦କେଜି ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ହେକ୍ଟର ପିଛା ୨୦୮.୪୨୧ କେଜି ସାର ବ୍ୟବହାର ହେଉଛି। ଅର୍ଥାତ୍ ଜାତୀୟ ହାରରୁ ପ୍ରାୟ ୪୮ କେଜି ଅଧିକା ସାର ବ୍ୟବହାର ହେଉଛି ଜିଲ୍ଲାରେ ୯୫ହଜାର ୧୭୦ହେକ୍ଟର ଜମିରେ ଧାନ ଚାଷ ହେଉଛି। ସରକାରୀ ଭାବେ ୭୦ହଜାର ହେକ୍ଟରରେ ମକା ଚାଷ ହେଉଥିବା ଦର୍ଶାଯାଉଥିଲେ ହେଁ ଜଙ୍ଗଲ ଜମି ଓ ଅନ୍ୟ ରାଜସ୍ବ ସରକାରୀ ଜବରଦଖଲ ଜମିରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଏକର ଜମିରେ ଚାଷ ହେଉଛି। ଅଧିକା ଉତ୍ପାଦନ ପାଇଁ ମକା ଚାଷରେ ତିନି ଥର ଲେଖାଏଁ ୟୁରିଆ ଓ ଅନ୍ୟ ସାର ପକାଉଛନ୍ତି ଚାଷୀ । ହାଇବ୍ରିଡ୍ ବିହନରେ ରାସାୟନିକ ସାର ଦେଲେ ୨ରୁ ୩ ଗୁଣ ଲାଭମିଳିବା ଆଶାରେ ଚାଷୀ ଆଖିବୁଜି ଜମିରେ ପ୍ରୟୋଗ କରିଛନ୍ତ।