Education

ମ।ଲକ।ନଗିରି -ଜୟପୁର – ନବରଙ୍ଗପୁର ରେଲ ପ୍ରକଳ୍ପ 7 ବର୍ଷରେ। ଇଞ୍ଚେ ହେ ଇନି ଜିମି ଅଧିକରଣ

ମାଲକାନଗିରି-ଜୟପୁର –ନବରଙ୍ଗପୁର ରେଳପ୍ରକଳ୍ପ

୭ ବର୍ଷରେ ଇଞ୍ଚେ ହୋଇନି ଜମି ଅଧିଗ୍ରହଣ

ଜୟପୁର,25/8: ଚଳିତ ରେଳ ବଜେଟରେ ନବରରଙ୍ଗପୁର-ଜୟପୁର ପ୍ରକଳ୍ପ ଲାଗି ୨୩୫ କୋଟି ଏବଂ ଜୟପୁର-ମାଲକାନଗିରି ପ୍ରକଳ୍ପ ଲାଗି ଘୋଷଣା ହୋଇଛି ୨୩୦ କୋଟି । ୭ ବର୍ଷରେ ମାଲକାନଗିରି ପ୍ରକଳ୍ପ ଲାଗି ୫୪୮.୮ କୋଟି ଏବଂ ନବରଙ୍ଗପୁର ପ୍ରକଳ୍ପ ଲାଗି ୬୫୫.୧ କୋଟି ଟଙ୍କା ଘୋଷଣା ହୋଇଛି ।

ବିଡମ୍ବନା, ଉଭୟ ପ୍ରକଳ୍ପ ଘୋଷଣା

ହେବାର ୭ ବର୍ଷ ପରେ ବି ଇଞ୍ଚେ ହେଲେ ଜମି ଅଧିଗ୍ରହଣ ହୋଇନି। ୯ ଜଣ ଭୂଅର୍ଜନ ଅଧିକାରୀ ବାୟିତ୍ବ ନେଇସାରିଛନ୍ତି । ସାମାଜିକ ଅର୍ଥନୈତିକ ସର୍ଭେ, ଜନଶୁଣାଣି, କ୍ଷତିପୂରଣ ବାବଦରେ ବ୍ୟୟ ଅଟକଳରେ ସୀମିତ ରହିଯାଇଛି ଏହି ପ୍ରକଳ୍ପର ଭାଗ୍ୟ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ଅଭାବରୁ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ କାର୍ଯ୍ୟ ଆଗେ ଇପାରୁନି ।

୨୦୧୬ରେ ଆରମ୍ଭ ହୋଇଥିବା ଉଭୟ ପ୍ରକଳ୍ପ ୨୦୨୨ରେ ଶେଷ ଲାଗି ଲକ୍ଷ୍ୟ ରଖାଯାଇଥିଲା। ଏ ଭିତରେ ଅଧିକ ୧ ବର୍ଷ ବିତିଯାଇଥିଲେ ବି କାମ ଆଗେଇବା ତ ଦୂରର କଥା, ଜମି ଅଧିଗ୍ରହଣ ହିଁ କରାଯାଇପାରିନି । ତାହେଲେ ବଜେଟରେ

ବଜେଟରେ ଘୋଷଣା ହେଲାଣି ୧୨୦୩ କୋଟ

ଅର୍ଥ ଘୋଷଣା କରିବାର କୌଣସି ମାନେ ନାହିଁ ।

ମାଲକାନଗିରି ଓ ନବରଙ୍ଗପୁରକୁ ରେଳ ଯୋଗାଯୋଗ ଲାଗି ୨୦୧୫ରେ ପଦକ୍ଷେପ ନିଅଯାଇଥିଲା । ଏଥିଲାଗି କେନ୍ଦ୍ର ସରକାର ଯୋଜନା କରିଥିଲେ । ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଏ ନେଇ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ସମାନ ସହଭାଗିତାରେ

ଉଭୟ ପ୍ରକଳ୍ପ ଲାଗି ନିଷ୍ପଈ ନିଆଯାଇଥିଲା । ୨୦୧୬ ଅକ୍ଟୋବର ୧୧ ତାରିଖରେ କେନ୍ଦ୍ର ରେଳ ବିଭାଗ ଏବଂ ରାଜ୍ୟ ସଡ଼କ ପରିବ‌ହନ ବିଭାଗ ମଧ୍ୟରେ ଚୁକ୍ତିନାମା ଝକ୍ଷରିତ ହୋଇଥିଲା। ରାଜ୍ୟ ସରକାର ମାଗଣା ଜମି ଯୋଗାଇଦେବା ସହ ପ୍ରକଳ୍ପ ଖର୍ଜର ଅଧା ଅଂଶ ଦେବାକୁ ରାଜିନାମା ହୋଇଥିଲା। ନଟରରଙ୍ଗପୁର-ଜୟପୁର ପ୍ରକଳ୍ପ ଲାଗି ୭୫୦ କୋଟି

ଏବଂ ମାଲକାନଗିରି- ଜୟପୁର ପ୍ରକଳ୍ପ ଲାଗି ୨୭୦୦ କାଟିର ବ୍ୟୟଅଟକଳ ହୋଇଥିଲା । ୨୦୨୧-୨୨ରେ ଏହି ଦୁଇଟି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ୨୦୧୭-୧୮ ବଳେଟରେ ମାଲକାନଗିରି -ଜୟପୁର ପ୍ରକଳ୍ପ ଲାଗି ୭୯ କୋଟି ଏବଂ ନବରରଙ୍ଗପୁର-ଜୟପୁର ଲାଗି ୨୭୫ କୋଟି ଘୋଷଣା କରାଯାଇଥିଲା। ସେହି ପରି ୨୦୧୮-୧୯ରେ ମାଲକାନଗିରି- ଜୟପୁର ଲାଗି ୯୫ କୋଟି, ନବରରଙ୍ଗପୁର-ଜୟପୁର ଲାଗି ୧୯ କୋଟି ଏବଂ ୨୦୧୯-୨୦ରେ ୭୦ କୋଟି ଓ ୧୦ କୋଟି, ୨୦୨୦-୨୧ରେ ୩୩ କୋଟି ଓ ୨୦

କୋଟି, ୨୦୨୧-୨୨ରେ ୨୮ କୋଟି ଓ ୧୫.୧ କୋଟି, ୨୦୨୨-୨୩ରେ ୧୩.୮ କୋଟି ଓ ୮୧ କୋଟି ଟଙ୍କା ଘୋଷଣା କରାଯାଇଥିଲା । ଚଳିତ ବର୍ଷ ବଜେଟରେ ମାଲକାନଗିରି ପ୍ରକଳ୍ପ ଲାଗି ୨୩୦ କୋଟି ଓ ନ‌ବରଙ୍ଗପୁର ପ୍ରକଳ୍ପ ଲାଗି ୨୩୫ କୋଟି ଟଙ୍କା ଘୋଷଣା କରାଯାଇଛି । ଉଭୟ ପ୍ରକଳ୍ପ ଲାଗି ପ୍ରତିବର୍ଷ ବଳେଟର ଅର୍ଥ ଘୋଷଣା କରାଯାଉଛି । ଅଥଚ ଏହା କାଗଜକଲମରେ ସୀମିତ ହୋଇ ରହିଯାଇଛି ।

ଚୁକ୍ତି ଅନୁସାରେ ରାଜ୍ୟ ସରକାର ଜମି ଦେଲେ ହିଁ ପ୍ରକଳ୍ପ କାମ ଆରମ୍ଭକରିବ ରେଳ ବିଭାଗ। କିନ୍ତୁ ଯେଉଁଭଳି ଭାବେ ଜମିଅଧିଗ୍ରହଣ କାର୍ଯ୍ୟ ଚାଲିଛି, ଏହା କେବେ ସମ୍ପୂର୍ଣ ହେବ ତାହା ସମୟ ହିଁ କହିବ । ଏଭିତରେ ୯ ଜଣ ଭୂଅର୍ଜନ ଅଧିକାରୀ ଭାବେ ଦାୟିତ୍ବ ନେଇଛନ୍ତି । କର୍ମଚାରୀ ଅଭାବ ଏବଂ ବାରମ୍ବାର କୂଅର୍ଜନ ଅଧିକାରୀ ବଦଳି ହେଉଥିବାରୁ ଜମିଅଧିଗ୍ରହଣ କାର୍ଯ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି। ଏ ସମ୍ପର୍କରେ ଭୂଅର୍ଜନ ଅଧିକାରୀ ତାନିଏଲ ଏକ୍ଲାଙ୍କ ସହ ଯୋଗାଯୋଗ ପାଇଁ ଆମେ ଚେଷ୍ଟା କରିଥିଲୁ। ଯୋଗାଯୋଗ ସମ୍ଭବ ହୋଇନଥିବାରୁ ପ୍ରତିକ୍ରିୟା ମିଳିପାରିନି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button