DistrictKoraputOdisha

ନାଲକୋ କମ୍ପାନୀ କୁ ସେରୁ ବନ୍ଧ ସୁରକ୍ଷା ସମିତିର ଖୋଲା ଚାଲେଞ୍ଜ । ସେରୁବନ୍ଧ ପାହାଡ଼ରୁ ଖଣି ଖନନ କରିବାକୁ କଦାପି ସୁଯୋଗ ଦିଆଯିବ ନାହିଁ ।

ଦାମନଯୋଡି, ୨୫/୦୮: ସେରୁବନ୍ଧ ଖଣିରୁ ବକ୍ସାଇଟ ଖନନ ପାଇଁ ନାଲକୋ କମ୍ପାନୀକୁ ସେତେଟା ସହଜ ହେବ ନାହିଁ ।
ସୁରକ୍ଷା ସମିତିର କର୍ମ କର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବା ପରେ ଖଣି ଖନନ ନେଇ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଅତୀତରେ ଜଣ ଶୁଣାଣିକୁ ଅଞ୍ଚଳର ଲୋକେ ପ୍ରବଳ ବିରୋଧ କରିଥିଲେ ।ଏବେ ପୁଣି ବିରୋଧ ପାଇଁ ପ୍ରସ୍ତୁତ ହେଉଛୁ ବୋଲି ସେ ଅଞ୍ଚଳର ଆଦିବାସୀ ସୂଚନା ଦେଇଛନ୍ତି। ୩.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ କୋରାପୁଟ ଜିଲ୍ଲାର (ସେରୁବନ୍ଧ ପାହାଡ଼) ପଟ୍ଟାଙ୍ଗି ବକ୍ସାଇଟ ଖଣି ପାଇଁ ୧୯୭୧ କୋଟି ଟଙ୍କା ନିବେଶ କରିବ ନାଲକୋ ।

ଆସନ୍ତା ୩ ରୁ ୪ ବର୍ଷ ମଧ୍ୟରେ ତଥା ୨୦୩୦ ସୁଦ୍ଧା ସମ୍ପ୍ରସାରଣ ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ କରିବା ଉପରେ ନାଲକୋ କମ୍ପାନୀ ଗୁରୁତ୍ଵ ଦେଉଛି ବୋଲି କମ୍ପାନୀର ସିଏମଡି ବିଜେନ୍ଦ୍ର ପ୍ରତାପ ସିଂହ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ। ଏହା ପରେ ସେରୁବନ୍ଧ ପାହାଡ ପାର୍ଶ୍ବବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକେ ଖଣି ଖନନ ବିରୋଧରେ ମେଳି ହେଉଛନ୍ତି ।କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ନିକଟ ସେରୁବନ୍ଧ୍ ପାହାଡ଼ ଯାହାକି ପଟାଙ୍ଗି ବକ୍ସାଇଟ ଖଣି କୁହାଯାଉଛି ।ସେହି ଠାରୁ ଖଣି ଖନନ ପାଇଁ ନାଲକୋ କୁ ସୁଯୋଗ ଦିଆଯିବ ନାହିଁ ବୋଲି ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛି ।ମରିବୁ ପଛେ ପଟାଙ୍ଗି ଖଣିରୁ ବକ୍ସାଇଟ ଖନନ କରିବାକୁ ଦେବୁ ନାହିଁ । ଖଣି ଖନନ ପାଇଁ ନାଲକୋ କମ୍ପାନୀ କରୁଥିବା ଷଡ଼ଯନ୍ତ୍ରକୁ ବିରୋଧ କରାଯିବ । ଜମି ଜଳ ଜଙ୍ଗଲ ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ଲଢ଼ିବୁ । ଏଥିପାଇଁ ସୁରକ୍ଷା ସମିତି ସହ ସେ ଅଞ୍ଚଳର ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇଛନ୍ତି । ସେରୁବନ୍ଧ ସୁରକ୍ଷା ସମିତିର ନେତ୍ରୁ ମଣ୍ଡଳୀଙ୍କ ସହ ଅଞ୍ଚଳବାସୀ ଏକାଠି ହୋଇଛନ୍ତି । ଗତ ୧୯ ତାରିଖ ଦିନ ନବରତ୍ନ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ର ସି ଏମ୍ ଡି ବିଜେଦ୍ର ପ୍ରତାପ ସିଂହ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।ସେ ନିଜ ମନ୍ତବ୍ୟରେ ୩.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବକ୍ସାଇଟ ଖଣି ପାଇଁ ୧୯୭୧ କୋଟି ଟଙ୍କା ନିବେଶ କରିବ।ଆସନ୍ତା ୩ ରୁ ୪ ବର୍ଷ ମଧ୍ୟରେ ତଥା ୨୦୩୦ ସୁଦ୍ଧା ସମ୍ପ୍ରସାରଣ ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ କରିବା ଉପରେ କମ୍ପାନୀ ଗୁରୁତ୍ଵ ଦେଉଥିବା ନେଇ ସେ କହିଥିଲେ।ଏହାପରେ ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅନ୍ତର୍ଗତ ମାଲକାରବନ୍ଧ ଗ୍ରାମରେ ସେରୁବନ୍ଧ ପର୍ବତ ସୁରକ୍ଷା ସମିତି, ପଟ୍ଟାଙ୍ଗି ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଅଛି।ଉକ୍ତ କାର୍ଯ୍ୟକ୍ରମ ରେ ସାମିଲ ହେଲେ ସରପଞ୍ଚ,ଜିଲ୍ଲାପରିଷଦ, ବିଭିନ୍ନ ନେତ୍ରୁ ମଣ୍ଡଳୀ ଏବଂ ଗ୍ରାମବାସୀ ।ନେତ୍ରୁ ମଣ୍ଡଳୀ ମାନେ ଗତ ୧୯ ରିଖ ଦିନ ନାଲକୋ ସି ଏମ୍ ଡି ଉକ୍ତ ଖଣିକୁ ପ୍ରାରମ୍ଭ କରିବା ନିମନ୍ତେ ଦେଇଥିବା ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଅଛନ୍ତି।ବନ୍ଧୁକ ମୁନରେ ଗ୍ରାମ ସଭା କରାଯାଇ ଖଣି ଖନନ କୁ ପ୍ରୟାସ କରାଯାଉଥିବା।ଉକ୍ତ ଅଞ୍ଚଳର ସ୍ବାସ୍ଥ୍ୟ ର ଉନ୍ନତି,ପକା ରାସ୍ତା,ଶିକ୍ଷାର ଉନ୍ନତି ଆଦି ପାଇ ନାଲକୋ କଣ କରିଅଛି ବୋଲି ପ୍ରସନ୍ନ ଉଠାଇଛନ୍ତି।ଉକ୍ତ ଖଣି ଖନନ ଫଳରେ ଅଞ୍ଚଳବାସୀ ଜୀବନ ଜୀବିକା ହରାଇବେ ବୋଲି ଲୋକଙ୍କୁ ସଚେତନ କରାଯାଇଥିବା ଦେଖିବାକୁ ମିଳିଛି।ଆଗାମୀ ଦିନରେ ନାଲକୋ ଖଣି ଖନନ କଲେ ତୀବ୍ର ବିରୋଧ କରିବା ସହ ଜୀବନ ଦେବାକୁ ମଧ୍ୟ ପଛେଇବୁ ନାହିଁ ବୋଲି କହିଛନ୍ତି।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button