Education

ପହଞ୍ଚିଲା ୟୁରିଆ ସାର , ଚାଷୀ ସାମାନ୍ୟ ଆଶ୍ଵସ୍ତ୍

ପହଞ୍ଚିଲା ୟୁରିଆ ସାର, ଚାଷୀ ସାମାନ୍ୟ ଆଶ୍ବସ୍ତ

ଉମରକୋଟ, 24/8: ନବରଙ୍ଗପୁର ଜିଲାର ଉମରକୋଟ ଏକ କୃଷି ପ୍ରଧାନ ଅଞ୍ଚଳ ଭାବେ ବେଶ ପରିଚିତ। ଦୀର୍ଘ ଦିନ ହେଲା ଉମରକୋଟ ବ୍ଲକରେ ୟୁରିଆ ସାରର ଘୋର ସଙ୍କଟ ଲାଗି ରହିଥିଲା। ଫଳରେ ଚାଷୀ ମହଲରେ ବ୍ୟାପକ ଅସନ୍ତୋଷ ଦେଖା ଦେଇଛି। ୟୁରିଆ ସାର ନପାଇ ଚାଷୀ ଚଢା ଦରରେ କଳା ବଜାରୀଙ୍କ ଠାରୁ କିଣି ଧାନ ଓ ମକା ଜମିରେ ବ୍ୟବହାର କରୁଥିଲେ। ଏହାକୁ ଦୃଷ୍ଟି ଦୃଷ୍ଟିରେ ରଖ୍ କୃଷି ବିଭାଗର ଉଦ୍ୟମ ଯୋଗୁ ଆଜି କ୍ରିବକୋ କମ୍ପାନୀର ୟୁରିଆ ସାର ତିନି ଟ୍ରକ ଅଥାର୍ଥ ୧୭୦୦ କ୍ତି ଣ୍ଟାଲ ଆସି ପହଁଚିଲା । ଏହି ୟୁରିଆ ସାର ରକୁ ଆଜି ଉମରକୋଟ ବ୍ଲକର ୟାଦବ ଦବ ଟ୍ରେଡ଼ର, ତ୍ରିଷ୍ଣା ଟ୍ରେଡ଼ର, ପାଉଲ ଟ୍ରେଡ଼ର, ଅଲେଖ ମହିମା ଏଣ୍ଟରପ୍ରାଇଜେ, ରୁଇ ଦୁଇ ଦାସ ମଣ୍ଡଳ, ବିଶ୍ଵାସ ଫର୍ଟିଲାଇଜର ଜୈନ ଫର୍ଟିଲାଇଜର, ବାସୁଦେବ ବିଶ୍ଵାସ, ବିଶ୍ଵାସ ଆଣ୍ଡ ସନସ ଏହିଭଳି ୯ଟି ସବ ଡିଲର ମଧ୍ଯରେ ବଣ୍ଟନ କରିଛି କୃଷି ବିଭାଗ । ଆସନ୍ତାକାଲି କୃଷି ଅଧୂକାରୀଙ୍କ ଉପସ୍ଥିତିରେ ଏହି ସାର ଚାଷୀଙ୍କ ମଧ୍ଯରେ ବଣ୍ଟନ କରାଯିବ ବୋଲି କହିଛନ୍ତି ଜିଲା କୃଷି ଅଧିକାରୀ ନିହାର ନାୟକ। ତେବେ ଏହି ସାର ଉମରକେ ରକୋଟ ପରି କୃଷି ଭିଭିକ ଅଂଚଳକୁ ସମୁଦ୍ରକୁ ଶଙ୍ଖ ସଦୃଶ। ତୁରନ୍ତ କୃଷି ବିଭାଗ ଆହୁରି ଅଧୂକ ୟୁରିଆ ସାର ଉମରକୋଟ ଆଣିବା ବ୍ୟବସ୍ଥା କରୁ ବୋଲି ଚାଷ ଚାଷୀମାନେ ଦାବି କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button