Education

ମହିଳ। ସ୍ୱାସ୍ଥ୍ୟ କର୍ମୀ ଙ୍କ ପଦୋନ୍ନତି ବିଳମ୍ବ ନେଇ ଦାବିପତ୍ର

ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ପ୍ରଦୋନ୍ନତି ବିଳମ୍ବ ନେଇ ଦାବିପତ୍ର

ଖୋର୍ଦ୍ଧା,24/8: ଖୋର୍ଦ୍ଧା ଜିଲ୍ଲା ବହୁମୁଖୀ ମହିଳା ସ୍ଵାସ୍ଥ୍ୟକର୍ମୀ ସଙ୍ଘ ପକ୍ଷରୁ ପ୍ରଦୋନ୍ନତି ବିଳମ୍ବ ଓ ଅଦାଲତ ଆଦେଶ କୁ ଠିକ ରୂପେ ପାଳନ ନ କରିବା ନେଇ ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡର ପୁନର୍ଗଠନ ପରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ମୁତାବକ ୩୧ /୧/୨୦୨୫ ସୁଦ୍ଧା ପ୍ରଦୋନ୍ନତି ନିମନ୍ତେ ଯୋଗ୍ୟ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କୁ ପ୍ରଦୋନ୍ନତି ନିୟମ ମୁତାବକ ପ୍ରଦୋନ୍ନତି କମିଟି ବସାଇ ପ୍ରଦୋନ୍ନତିର ସମସ୍ତ ବ୍ୟବସ୍ଥା କରିବା ପାଇଁ ଖୋଦ୍ଧ। ମୁଖ୍ୟ ଚିକିସାଧୁକାରୀଙ୍କ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିସାରିଥିବା ବେଳେ ଡିପିସି ବସିବା ସୁଯୋଗ ନେଇ ଜନିଷ୍ଠ ମହିଳା ହିଳା ସ୍ୱାସ୍ଥ୍ୟକର୍ମୀ ମାନେ ହାଇକୋର୍ଟର ଆଶ୍ରୟ ନେଇ ଡିପିସି ବନ୍ଦ କରିବାର ରହିତା ଦେଶ ଆଣିବା ଫଳରେ ପ୍ରଦୋନ୍ନତି ଅପେକ୍ଷାରେ ଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ

ନିରାଶ ହୋଇଯାଇଥିଲେ । ହେଲେ ବରିଷ୍ଠ ମହିଳା ସ୍ଵାସ୍ଥ୍ୟକର୍ମୀମାନେ ଜୁନିଅର ଏଏନଏମଙ୍କ କୋର୍ଟ କେଶ ଉପରେ ନିଜେ ପକ୍ଷ ହୋଇ ଡିପିସି ବସାଇବାକୁ ଅର୍ଡର ଆଣିଥିଲେ ଏବଂ ପ୍ରଥମେ ଯେଉଁ ଅର୍ଡର ଆଣିଥିଲେ ସେଥ୍ରେ ମାତ୍ର ୯ ଜଣ ବରିଷ୍ଠଙ୍କୁ ପ୍ରଦୋନ୍ନତି ଦେବାପରେ ଆଉ କାହାକୁ ଦିଆଗଲା ନାହିଁ । କାରଣ କୋର୍ଟ ଅର୍ଡରରେ କେବଳ ଜୁନ –୩୦-9098 ଭିତରେ ଯିଏ ଅବସର ନେବେ ସେଇମାନେ ପ୍ରଦୋନ୍ନତି ପାଇବେ କହି

ଅନ୍ୟ ମାନଙ୍କୁ ପ୍ରଦୋନ୍ନତିରୁ ବଞ୍ଚିତ କରିବା ଫଳରେ ପୁନଶ୍ଚ ସୁମିତ୍ରା ବେହେରା ଓ ଅନ୍ୟ ୧୬ ଜଣ ମିଶି କୋର୍ଟରେ ଆଇଏ ଫାଇଲି କରିଥିଲେ । ସେହି ଫାଇଲି ବଳରେ ପ୍ରଦୋନ୍ନତି କମିଟି ୨୯/୭/୨୦୨୫ ରେ ମୁଖ୍ୟ ଚିକିତ୍ସା ଅଧିକାରୀ ଖୋର୍ଦ୍ଧାଙ୍କ ଅଧ୍ଯକ୍ଷତାରେ ବସିଥିଲା । ଏଥିରେ ଜିଲ୍ଲାପାଳଙ୍କ ପ୍ରତିନିଧ ରୂପେ ଆସିଥ‌ିବା ସଦସ୍ୟ ଓ ପ୍ରଦୋନ୍ନତି କମିଟି ସଦସ୍ୟଙ୍କ ମିଳିତରେ ପ୍ରବୋନ୍ନତି କମିଟି ବସିଥିଲା । ହେଲେ କେଉଁ କାରଣ ପାଇଁ କମିଟି ସଦସ୍ୟ

ମାନେ ଡିପିସିକୁ ବନ୍ଦ କରି ନିଜ ନିଜ କାର୍ଯ୍ୟାଳୟକୁ ପକାଇଲେ ତାହା ସ୍ୱାସ୍ଥ୍ୟକର୍ମୀ ଜାଣି ପାରିଲେନି । ହେଲେ ପର ମୂହୂର୍ତ ରେ ଜଣାପଡି ଲା ଜିଲ୍ଲାପାଳଙ୍କ ପ୍ରତିନିଧ ସଦସ୍ୟ କୋର୍ଟ ଅର୍ଡର ଉପରେ ସରକାରଙ୍କ ଠାରୁ ସ୍ମାରି ଫିକେସନ ମଗାଯାଇ କହି ଡିପିସି କମିଟି ବନ୍ଦ କରିଦେଲେ । ଯଦି ୯/୪/୨୦୨୫ ଜନ୍ତୁ ପିସି କେଶ ନମ୍ବର-୪୯୨୮/୨୦୨୫ ଅର୍ଡର ଉପରେ ଡିପିସି ଭଲରେ କରି ୯ ଜଣଙ୍କୁ ପ୍ରଦୋନ୍ନତି ଦେଇଥିଲେ । ସେତେବେଳେ କୌଣସି କ୍ଲାରିଫିକେସନ ମାଗିନଥୁଲେ । ତେବେ ୨ଥର କୋର୍ଟ ଅର୍ଡର ଉପରେ କେଉଁ କାରଣ ପାଇଁ କ୍ଲାରି ଫିକେସନ ମାଗିଲେ ତାହା ଏବେ ସନ୍ଦେହ ଘେରକୁ ଆସିଛି । ସେହିପରି ଓଡ଼ିଶାର କେତକ ଜିଲ୍ଲା ପରିବାର କଲ୍ୟାଣ ନିର୍ଦ୍ଦେଶକ ବା ଡ଼ିଏଫଡବୁଙ୍କୁ ଚାରିଫିକେସନ ମାଗିଥୁଲା ବେଳେ ଖୋର୍ଦ୍ଧା ଜିଲ୍ଲା କେଉଁ କାରଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚାରିଫିକେସନ

ମାଗୁଛି ତାହା ମଧ୍ୟ ଆହୁରି ସନ୍ଦେହ ସୃଷ୍ଟି କରିଛି । ଏମିତିକି କ୍ଲାରିଫିକେସନ ନାମରେ ପ୍ରଦୋନ୍ନତି ଘୁଞ୍ଚାଇ ପ୍ରିୟାପ୍ରୀତି କରୁଥିବା ଜଣାପଡ଼ୁଛି । ତେଣୁ ଯଦି ଆସନ୍ତା ୨୮/୮/୨୦୨୫ ସୁଦ୍ଧା ପ୍ରଦୋନ୍ନତି ନେଇ କୌଣସି ପଦକ୍ଷେପ ନ ନିଆଯାଏ ତେବେ ୨୮ ପରେ ଆନ୍ଦୋଳନକୁ ଜୋରଦାର କରାଯିବ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କର ଯାହା କିଛି କ୍ଷତି ହେବ ସେଥ‌ିପାଇଁ ସଙ୍ଘ ଦାୟୀ ରହିବେନି ବୋଲି ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସାଧାରଣ ସମ୍ପାଦିକା ମମତା ନାୟକ ସୂଚନା ଦେଇଛନ୍ତି । ଆଜିର ଏହି ଦାବିପତ୍ର ସମୟରେ ସୁ ମିତ୍ର ବେହେରା,ସେଫାଳି ରାଉତ,ବୀଣାପାଣି ସ୍ୱାଇଁ, ସଂଧ୍ୟାରାଣୀ ମହାନ୍ତି, ରେବତୀ ସେଠି, ସୁଷମା ପାଢ଼ୀ, ଗୀତାଞ୍ଜଳି ଶ୍ରୀଚନ୍ଦନ, ସଂଯୁକ୍ତା ନାୟକ ,ସଂଯୁକ୍ତା ଶତପଥୀ,ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ସାମିଲ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button