Education

କ୍ଷତି ସହୁଛନ୍ତି ପିଜୁଳି ଚାଷୀ ମିଳୁନି ଉଚିତ ମୂଲ୍ଯ

କ୍ଷତି ସହୁଛନ୍ତି ପିଜୁଳି ଚାଷୀ

ମିଳୁନି ଉଚିତ ବଜାର ଦର

ଡାବୁଗାଁ,24/8: ଡାବୁଗାଁ ବ୍ଲକର ବିଜୁଗୁଡ଼ା ଓ ପାତିଆ ଡଙ୍ଗରିଗୁଡ଼ା ଗ୍ରାମରେ ପ୍ରଚୁର ପିଜୁଳି ଚାଷ ହେଉଛି। କିନ୍ତୁ ଉଚିତ ବଜାର ଦର ମିଳୁନଥିବାରୁ ଚାଷୀମାନେ କ୍ଷତି ସହୁଥିବା ଅଭିଯୋଗ ହୋଇଛି।

ଡାବୁଗାଁ ପଞ୍ଚାୟତ ଡୁମୁଣିଗୁଡା ଗ୍ରାମ ନିକଟସ୍ଥ

ବିଜୁଗୁଡା ଗ୍ରାମ ପିଜୁଳି ଚାଷ ପାଇଁ ପ୍ରସିଦ୍ଧ ଅଟେ। ଏଠାରେ ପ୍ରାୟ ୨୦ ଆଦିବାସୀ ପରିବାର ରହୁଥିବା ବେଳେ ମୁଖ୍ୟତଃ ଧାନ ସହ ପିଜୁଳି ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି | ୪୦ ଏକର ଜମିରେ ଶହ ଶହ ପିଜୁଳି ଗଛ ରହିଛି| ପିଢ଼ି ପିଢ଼ି ଧରି ଏହି ଆଦିବାସୀ ପରିବାର ପିଜୁଳି ଗଛର ରକ୍ଷଣାବେକ୍ଷଣ କରିବା ସହ ଋତୁ ଅନୁଯାୟୀ ପିଜୁଳି ଫଳିଲେ ବଜାରରେ ବିକ୍ରି କରିଥାନ୍ତି । ବିଶେଷ କରି ଜୁଲାଇ ଓ ଅଗଷ୍ଟ ମାସରେ ପ୍ରଚୁର ପିଜୁଳି ଫଳୁଥିବାରୁ ଏହି ଦୁଇ

ମାସ ଚାଷୀମାନେ ଅଧିକ ପିଜୁଳି ବିକିଥାନ୍ତି। ଭୋରରୁ ପ୍ଲାଷ୍ଟିକ୍ ଟ୍ରେରେ ପିଜୁଳି ସଂଗ୍ରହ କରନ୍ତି । ଗୋଟିଏ ପ୍ଲାଷ୍ଟିକ ଟ୍ରେରେ ପ୍ରାୟ ୨୦ କିଲୋ ପିଜୁଳି ରହିଥାଏ। କିଛି ବର୍ଷ ପୂର୍ବେ ବାଉଁଶ ଟୋକେଇରେ ଚାଷୀ ପିଜୁଳି ସଂଗ୍ରହ କରି ଡାବୁଗାଁ ବଜାରରେ ବିକ୍ରି କରୁଥିବା ବେଳେ ବର୍ତ୍ତମାନ ବେପାରୀମାନେ ଚାଷୀଙ୍କ ନିକଟରେ ପହଞ୍ଚି ପିଜୁଳି ନେଇ ଯାଉଛନ୍ତି। ଏହି ପିଜୁଳି ରାୟପୁର ସହରକୁ ରପ୍ତାନୀ କରାଯାଉଛି। ବର୍ତ୍ତମାନ ଡାବୁଗାଁ ବଜାରରେ ପିଜୁଳି କିଲୋ ୪୦ ଟଙ୍କା ରହିଥିବା ବେଳେ ଚାଷୀମାନେ ବ୍ୟବସାୟୀଙ୍କୁ ମାତ୍ର କିଲୋ ୮ ଟଙ୍କାରେ ବିକ୍ରି କରି କ୍ଷତି ସହୁଛନ୍ତି। ଏପରିକି ପିଜୁଳି ବିକ୍ରି ହୋଇନପାରିଲେ ଗଛ ତଳେ ପଡ଼ି ନଷ୍ଟ ମଧ୍ୟ ହେଉଛି। ବଜାର ସୁବିଧା ନଥିବାରୁ ଚାଷୀ କମ୍ ଦରରେ ପିଜୁଳି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କୃଷିଉଦ୍ୟାନ ବିଭାଗ ତରଫରୁ ଉପଯୁକ୍ତ ସହାୟତା ଯୋଗାଇ ଦିଆନିଯବା ସହ ବଜାର ବ୍ୟବସ୍ଥା କରାଯାଉନଥିବାରୁ ଚାଷୀମାନେ ବିଶେଷ କ୍ଷତି ସହୁଥିବା ଅଭିଯୋଗ ହୋଇଛି। ବର୍ଷତମାମ ଝାଳବୁହା ପରିଶ୍ରମ କରିବା ପରେ ମଧ୍ୟ ଉଚିତ ଦର ମିଳୁନଥିବାରୁ ଚାଷୀ ନିରାଶ ହେଉଛନ୍ତି। ତେଣୁ ପିଜୁଳି ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଦେବା ସହ ପିଜୁଳି ବିକ୍ରି ନିମନ୍ତେ ବଜାର ବ୍ୟବସ୍ଥା କରିବା ପାଇଁ ବିଜୁଗୁଡ଼ା ଗ୍ରାମର ଚାଷୀ ଧନସିଂ ଜାନି, ଲବ ଜାନି, ଡମନାଥ ଜାନି, ରବି ଜାନି, ପଦମ ଜାନି, ଦୀନବନ୍ଧୁ ଜାନି ସହ ଅନ୍ୟ ଚାଷୀ ନିବେଦନ କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button