Education

ସୁବାସ ଗଣ୍ଡ ହେଲେ ରାଇଘର ବ୍ଲକ ବିଜେଡ଼ି ସଭ।ପତି

ସୁବାସ ଗଣ୍ଡ ହେଲେ ରାଇଘର ବ୍ଲକ ବିଜେଡି ସଭାପତି

ରାଇଘର ବ୍ଲକ ର ବିଜୁ ଜନତା ଦଳ ସଭାପତି ଭାବେ ମନୋନୀତ ହୋଇଛନ୍ତି ସୁବାସ ଗଣ୍ଡ । ଗତ କାଲି ୨୬ ଟି ପଞ୍ଚାୟତର ବି ଜେ ଡି କର୍ମୀ ଏବଂ ଆଗ ଧାଡ଼ିର ନେତା ଏକତ୍ରିତ ହୋଇଥିଲେ |ବୈଠକ ଠକ ରେ ସମ୍ମତି କ୍ରମେ କର୍ମୀ ମାନେ ପୂର୍ବତ୍ତନ ବିଧାୟକ ଙ୍କୁ ସଭାପତି ରୁପେ ବାଛିବା ପରେ ଜିଲ୍ଲା ରିଟର୍ଣିଚ୍ଚ ଅଫିସର ସଚି ନନ୍ଦନ ସ୍ବାଇଁ ଜଣାଇଥିଲେ|ଆଜି ଶ୍ରୀ ସ୍ବାଇଁ ବିଧୂବଦ୍ଧଭାବେ ତାଙ୍କୁ ରାଇଘର ର ବ୍ଲକ ସଭାପତି ଭାବେ ନାମ ଘୋଷଣା କରିଛନ୍ତି । । ନା ଘୋଷଣା ପରେ କର୍ମୀଙ୍କ ଭିତରେ ଖୁସିର ମାହୋଲ ଦେଖୁବାକୁ ମିଳିଛି, ସଭାପତି ହେ ଘାଷଣା ପରେ ସୁବାସ ଗଣ୍ଡ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏବଂ ନବରଙ୍ଗପୁର ବିଜୁ ଜନତା ଦଳ ସଭାପତି ମନୋହର ରନ୍ଧା ନ୍ଧାରୀଙ୍କୁ ଧନ୍ୟବାଦ ଜଣେଇଛନ୍ତି ଆସନା ଦିନରେ ଦଳର ସଂଗଠନ କୁ ମଜବୁତ କରିବା ସହ କର୍ମୀମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ କୁ ଦୂର କରି ସଂଗଠନ ପ୍ରତି ସଜାଗ ରହି ଅଞ୍ଚଳର ସମସ୍ୟା କୁ ବିରୋଧୀ ଦଳର କାମ ହିସାବରେ ସରକାରଙ୍କୁ ଜଣାଇ ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ ସୁବାସ ଗଣ୍ଡ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button