
ସେମିଳିଗୁଡ଼ା, ୨୪/୦୮: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର ଦୋଲୋଇଗୁଡା ପଞ୍ଚାୟତ କାଡାମଗୁଡା ନିକୋଟରେ ଗ୍ରୀଡକ୍ ଗ୍ରୀନ ପ୍ଲାଇଉଡ୍ ପ୍ରକଳ୍ପକୁ ନେଇ ଦ୍ୱିପକ୍ଷୀୟ ଆଲୋଚନା ଅନୁଷ୍ଠିତ ହେଲା। ଏଥିରେ ଦୋଲୋଇଗୁଡ଼ା ଓ ପାକୁଝଲା ପଞ୍ଚାୟତର ଯୁବପିଢ଼ି ସହିତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ନିଜନିଜ ମତ ଜାହିର କଲେ। ଆଲୋଚନାରେ ସ୍ଥାନୀୟ ବାସିନ୍ଦାଙ୍କୁ ୭୫% ନିଜୁକ୍ତିର ଅଗ୍ରାଧିକାର ଦିଆଯାଉ ବୋଲି ଦାବି ଉଠିଲା।
କେତେକ ମଧ୍ୟସ୍ଥ (ମିଡିଏଟର) ମାନେ କମ୍ପାନୀକୁ ଭିତରେଭିତରେ ଭିବ୍ରାଟ କରୁଥିବା କଥା ମଧ୍ୟ ବାସିନ୍ଦାମାନେ ଅଭିଯୋଗ କଲେ। ସେମାନଙ୍କୁ ଅଞ୍ଚଳରେ ଲୋକମାନେ ପସନ୍ଦ କରୁନଥିବା କଥା ସ୍ପଷ୍ଟ କରାଗଲା। ଆଲୋଚନାରେ ଦାଦନ ଖଟିବାକୁ ଲୋକ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବା ନାହିଁ ସ୍ଥାନୀୟ ଯୁବକମାନେ ଏହି କମ୍ପାନୀରେ କାମ କରିବାର ସୁଯୋଗ ପାଇବେ ବୋଲି ମାନବ ସମ୍ଭଳ ବିଭାଗର ଅଧିକାରୀ ପ୍ରିୟବ୍ରତ ପାଣି ସ୍ପଷ୍ଟ କଲେ।
ସେହି ସହିତ କହିଥିଲେ ଯେ, କମ୍ପାନୀ ଚାଲୁ ହେଲେ ସ୍ଥାନୀୟ ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିପାର୍ଶ୍ୱିକ ଉନ୍ନୟନକୁ ବିଶେଷ ଗୁରୁତ୍ୱ ଦିଆଯିବ। ୬୦+ ଏକର ସରକାରୀ ଜମି ଉପରେ ପ୍ରକଳ୍ପ ସ୍ଥାପନ ପାଇଁ କାଗଜପତ୍ର କାମ ଚାଲିଥିବା ବେଳେ, JCB ମେସିନ୍ରେ ମାଟି କାମ ଆରମ୍ଭ ହେବା ସହିତ ଯୁବପିଢ଼ିର ଆଗ୍ରହ ବଢ଼ିଥିଲା।
ଆଲୋଚନାରେ ଉପାଧ୍ୟକ୍ଷ ଶିବା ବାଙ୍ଗାରୀ, ପାକୁଝଲା ପୂର୍ବତନ ସରପଞ୍ଚ ଲକ୍ଷ୍ମଣ କ୍ରିରସାଣୀ ସହିତ ସମାଜ ସେବୀ ଭୀମ ଖିଲ, ଦମ୍ବୁରୁ ଗୁଣ୍ଠା, ଭକ୍ତ ହିୟାଲ, ଝିନୁ ପାଣ୍ଡକା, ରଙ୍ଗାରାଓ ଜାନି, ବୁଧୁ ଝାଳୀୟା, ଅଜେୟ ଖରା , ଜଗୁ, ପ୍ରାଲାଦ ଦଳେଇ, ତ୍ରିନାଥ ସୁଫିୟା ପ୍ରମୁଖ ଉପସ୍ଥିତ ରହିଥିଲେ ଓ ନିଜ-ନିଜ ମତ ପ୍ରକାଶ କରିଥିଲେ।