DistrictNawarangpurOdisha
ଗଣତନ୍ତ୍ର ଓ ହିନ୍ଦୁ ଧର୍ମ ବିରୋଧରେ ଆକ୍ଷେପ କରିଥିବା ବ୍ୟକ୍ତି ବିରୋଧ ରେ କୋଡିଙ୍ଗା ଥାନାରେ ଏତଲା

ନବରଙ୍ଗପୁର, ୨୪/୦୮: ଜଣେ ବ୍ୟକ୍ତି ଅନବରତ ଫେସବୁକ ରେ ହିନ୍ଦୁ ଧର୍ମ ଓ ଗଣତନ୍ତ୍ରକୁ ଆକ୍ଷେପ କରି ଫୋଟ କରୁଛି। ଏହି ପରିପ୍ରେକ୍ଷୀରେ ହିନ୍ଦୁ ମହାସଂଘ, ବଜରଙ୍ଗଦଳ, ହିନ୍ଦୁ ସୁରକ୍ଷା ବାହିନୀ ତରଫରୁ ଏକ ଏତଲା କୋଡିଙ୍ଗା ଥାନାରେ ପ୍ରଦାନ କରା ଯାଉଛି। ଗୋପବନ୍ଧୁ ରନ୍ଧାରୀ ନାମକ ବ୍ୟକ୍ତି ଗଣତନ୍ତ୍ର ଓ ହିନ୍ଦୁ ଧର୍ମ କୁ ଆକ୍ଷେପ କରି ଛାଡୁଛି ବୋଲି ସାମାଜିକ ଗଣମାଧ୍ୟମ ରେ ଜଣା ପଡ଼ିବା ପରେ ହିନ୍ଦୁ ମହାସଂଘ ପ୍ରଥମେ ପ୍ରତିକ୍ରିୟା ରଖିଥିଲା। ଏତଲା ଦେବା ସମୟରେ ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ, ଅରୁଣ ପ୍ରସନ୍ନ ନାୟକ, ଦୀପ କମଲ ମହାପାତ୍ର, ଅଶୋକ ପାତ୍ର, ଉମାକାନ୍ତ ବିଷୟୀ, ଚୈତନ୍ୟ ବିଷୟୀ, ଜଗନ୍ନାଥ ନାୟକ, ମହେନ୍ଦ୍ର ପାତ୍ର, ପିଣ୍ଟୁ ସିଂ, ବାବୁଲା ଦାସ, ମିଲୁ ପଣ୍ଡା, ବିଶ୍ବଜିତ ଠାକୁର, ସନ୍ତୋଷ ନାୟକ , ହିତେନ୍ର ସିଂ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏଭଳି ଆଜି ବିଭିନ୍ନ ଥାନାରେ ଅଭିଯୋଗ କରା ଯାଇଛି।