Education

ରକ୍ତ ହୀନତ। ରେ ଚତୁର୍ଥ କ୍ଲାସ ଛାତ୍ରୀ ମୃତ୍ଯୁ

ରକ୍ତହୀନତାରେ ଚତୁର୍ଥ ଶ୍ରେଣୀ ଛାତ୍ରୀ ମୃତ

ଚନ୍ଦାହଣ୍ଡି , ଉମରକୋଟ,23/8: ରକ୍ତ ହୀନତାରେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ଚତୁର୍ଥଶ୍ରେଣୀ ଛାତ୍ରୀଙ୍କ ଆଜି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତା ହେଲେ ଝରିଗାଁ ବ୍ଳକ ହାତୀବାଡ଼ି ଗାଁର ଛାତ୍ରୀ ଗୀତାଞ୍ଜଳି ମାଝୀ। ସେ ଚନ୍ଦାହାଣ୍ଡି ମଙ୍ଗଳ ବିଭାଗ ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲେ ।

ସ୍କୁଲ ଶିକ୍ଷକ ବିଜୟକୁମାର ସାହୁଙ୍କ କହିବା ପ୍ରକାରେ, ଗତ ଜୁନରେ ଗୀତାଙ୍କ ୨ ଥର ବସନ୍ତ ରୋଗ ହେଇଥିଲା। ଭଲ ହେବା ପରେ ବାପା ଧନୁର ମାଝୀ ଝିଅକୁ ଜୁଲାଇ ୧୪ରେ ସ୍କୁଲକୁ ଆଣି ଛାଡିଥିଲେ। ୨ ଦିନ ପରେ ଗୀତା ଅତ୍ୟନ୍ତ ଦୁର୍ବଳ ଦେଖାଯାଉଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଜୁଲାଇ ୧୬ରେ ଉମରକୋଟ ମେଡିକାଲରେ ଭର୍ତ୍ତି କରାଇଥିଲେ। ପରୀକ୍ଷା ପରେ ଗୀତାଙ୍କ ହିମୋଗ୍ଲୋବିନ ୬.୫ ଥିଲା। ଡକ୍ଟରମାନେ ରକ୍ତ ଦେବା ଆବଶ୍ୟକ ନାହିଁ, ବଟିକା ଖାଇଲେ ରକ୍ତ ବଢ଼ିଯିବ କହି ଥିଲେ। ଗୀତାଙ୍କ ବାପା ମେଡିକାଲର ଝିଅକୁ ନେଇ ଗାଁକୁ ଫେରିଯାଇଥିଲେ। ଅଗଷ୍ଟ ୧୩ରେ ଭଲ ହେବା ପରେ ଗୀତାଙ୍କୁ ତାଙ୍କ ବାପା ପୁଣି ସ୍କୁଲରେ ଛାଡିଥିଲେ। କିନ୍ତୁ ଛାତ୍ରୀଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଦେଖି କର୍ତ୍ତୃପକ୍ଷ ଗତ ୨୦ ତାରିଖରେ ପୁଣି ଉମରକୋଟ ମେଡିକାଲରେ ଭର୍ତ୍ତି କରାଇଥିଲେ। ରକ୍ତ କମ ଥିବାରୁ ଗୁରୁବାର ଗୋଟିଏ ୟୁନିଟ ରକ୍ତ ଦିଆଯାଇଥିଲା। ଆଜି ପୁଣି ଗୋଟିଏ ୟୁନିଟ ରକ୍ତ ଦେବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଗୀତାଙ୍କ ମୃତ୍ୟୁ ଘଟିଥିଲା। ଆଜି ସନ୍ଧ୍ୟାରେ ହାତୀବାଡି ଗାଁରେ ଗୀତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କଲେ ଗୀତାଙ୍କ ମୃତ୍ୟୁରେ ନ୍ୟୁରେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଭୂମିକା ସମ୍ପର୍କରେ ଜଣାପଡିବ ବୋଲି ଗ୍ରାମବାସୀ କହି ଛନ୍ତି । । ମୃତାଙ୍କ ବାପାଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button