Education

ଭତ୍ତା ବନ୍ଦ ହେବ।ରୁ ବିଡିଓ ଙ୍କ ଦ୍ଵାରସ୍ଥ ହେଲେ ଦୁଇ ଦିବ୍ୟାଙ୍ଗ

ଭତ୍ତା ବନ୍ଦ ହେବାରୁ ବିଡିଓଙ୍କ ଦ୍ବାରସ୍ଥ ହେଲେ ଦୁଇ ଦିବ୍ୟାଙ୍ଗ

ପୋଡ଼ାଗଡ ,23/8

ସମସ୍ତ ସରକାରୀ ଅନୁଷ୍ଠାନମାନଙ୍କ ରେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଛି। ଯାହାର ଆଧାର କାର୍ଡ ନାହିଁ, ତାକୁ ସରକାରୀ ସୁବିଧା ମିଳୁନି। ଏଭଳି ଦୁଇ ଜଣ ଦିବ୍ୟାଙ୍ଗ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇ ଭତ୍ତା ଟଙ୍କା ବନ୍ଦ ହୋଇଥିବା ନେଇ ଗୁହାରି କରିଛନ୍ତି। ସେମାନେ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତ ଅଧୂନସ୍ଥ, ପରଜା ସୁକୁ ଗାଁର ଉଦ୍ଧବ ମୁଦୁଲି ଏବଂ କମଳା ମୁଦୁଲି। ଉଭୟଙ୍କୁ ଦୀର୍ଘ ବର୍ଷ ଠାରୁ ଦିବ୍ୟାଙ୍ଗ ଭତ୍ତା ଟଙ୍କା ମିଳୁଥିଲା।

ବର୍ତ୍ତମାନ ସରକାରଙ୍କ ନିୟମ ଅନୁସାରେ, ଯେଉଁ ମାନଙ୍କ ପାଖରେ ଆଧାର କାର୍ଡ ନ ଥିଲେ, ବାଦ୍ଧକ୍ୟ ଭତ୍ତା ଟଙ୍କା ଠାରୁ ଆରମ୍ଭକରି, ପିଡି ଏସ୍ ଚାଉଳ, ଦିବ୍ୟାଙ୍ଗ ଭତ୍ତା, ଭଳି ଅନ୍ୟାନ୍ୟ ସୁବିଧାରେ ରୋକ୍ ଲଗା ଯାଉଛି।

ଫଳରେ ଆଧାର କାର୍ଡ ନ ଥିବା ବ୍ୟକ୍ତ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଥିବା

କୁହାଯାଇଛି। ଅନ୍ୟ ପଟେ ଆଧାର କାର୍ଡ ନ ଥିବା ଲୋକ ମାନେ ପୋଷ୍ଟ ଅଫିସ ଠାରୁ ଆରମ୍ଭ କରି ଜନସେବା କେନ୍ଦ୍ର ଠାରେ ଯାଇ, ଆଧାର ଯାଇ ଆଧାର ଫୋଟ ଉଠାଉଛନ୍ତି। କିନ୍ତୁ କୌଣସି କାରଣରୁ ଆଧାର କାର୍ଡ ଆସୁନାହିଁ। ଯାହା ଦ୍ବାରା ଲୋକ ଦୁର୍ଦ୍ଦଶା ଭୋଗୁ ଥ‌ିବା କୁହାଯାଉଛି I କେବଳ ସେତିକି ନୁହେଁ, ଆଜି ଜଣେ ୮୦ ବର୍ଷିଆ ବୃଦ୍ଧ ବଦ୍ଧିତ ଭତ୍ତା ଟଙ୍କା ପାଇଁ ବିଡ଼ିଓଙ୍କୁ ଗୁହାରି କରିଥିଲେ ବୋଲି ପ୍ରକାଶ କରିଛନ୍ତି। ଏଥିରେ ଲୋକ ମାନେ ଆଧାର କାର୍ଡ କିଭଳି ସୁବିଧାରେ ପାଇ ପାରିବେ ଜିଲ୍ଲା ପ୍ରଶାସନ ନ ଦୃଷ୍ଟି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button