Education

କଡ।କଢି ହେବ ସରାଇ ନିୟମ

କଡାକଡି ହେବ ସରାଇ ନିୟମ

ହୋଟେଲ, ଲଜ୍, ଗେଷ୍ଟ୍ ହାଉସରେ ଯାଞ୍ଚ ଆରମ୍ଭ

ଜୟପୁର, 23/8: ଜୟପୁର ସହରରେ ଡେରା ପକାଉଥିବା ଲୁଟେରା ଓ ଠକଙ୍କୁ ଠାବ କରିବାକୁ ସରାଇ ନିୟମକୁ ଏଣିକି କଡାକଡି କରାଯିବ ଯୋଜନା ହୋଇଛି। ତେଣୁ ସୋମବାର ଜୟପୁର ସଦରପୁଲିସ ଓ ଟାଉନପୁଲିସ ମିଳିତ ଭାବେ ଜୟପୁର ସହରର ବହୁ

ହୋଟେଲ, ଲଜ ଓ ଗେଷ୍ଟ୍ ହାଉସ ବୁଲି ଯାଞ୍ଚ କରିଥିଲା । ମଙ୍ଗଳବାର ଟାଉନଥାନା ପରିସରରେ ହୋଟେଲ ଓ ବୈଠକ କରାଯାଇଥିଲା। ଏହି ବେଠକରେ ସରୀଇ ଆପ୍‌କୁ ବ୍ୟବହାର କରିବାକୁ WED AF 10 27ୟ ଥିଲା। ଏଥିସହ ଲୋକଙ୍କ ତାଲିକା, ପରିଚୟପତ୍ର ରଖିବାକୁ କୁହାଯାଇଥିଲା କୌଣସି ବ୍ୟକ୍ତି ଉପରେ ମ ଦେଶ ପକାଉଥିବା ର

ଖବର ଦେବା ପାଇଁ କୁହାଯାଇଥିଲା। ଏଥିରେ ୧୫ରୁ ଊର୍ଦ୍ଧ ହୋଟେଲ ଓ ଲଜ ମାଲିକ ଉପସ୍ଥିତ ଥିଲେ । ଆନ୍ତଃରାଜ୍ୟ ଏଟିଏମ ଲୁଟେରା, ଗ୍ୟାସ କଟର ବ୍ୟବହାର କରୁଥିବା ସିନ୍ଧିଚୋର, ବଙ୍ଗୀୟ ଲୁଟେରା, ସାଇବର ଠକ ଜୟପୁର ସହରର ବିଭିନ୍ନ ହୋଟେଲରେ ରହି ଲୁଟ କରୁଥିବା ବାରମ୍ବାର ଅଭିଯୋଗ ହୋଇଛି। ସେହିପରି ବସ୍ତି ଉପରେ ପୁଲିସ ନଜର ରଖିବା, ଘରଭଡାରେ ରହୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରି ବେଳେବେଳେ ତଲାସି କରା‌ଯିବ ବୋଲି ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ও ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି। ଏସପିଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଥାନା ପକ୍ଷରୁ ଜୟପୁର ସହରର ମାଉଣ୍ଟଭ୍ୟାଲି, ଗୋପୀନାଥ ଆଦି ସହରର ଅନେକ ହୋଟେଲରେ ପୁଲିସ ସଦଳବଳେ ଯାଞ୍ଚ କରିଥିଲେ । ହୋଟେଲର ରେଜିଷ୍ଟ୍ରର ସହ କିଏ କିଏ ଯାତ୍ରୀ ରହୁଛନ୍ତି ସମସ୍ତଙ୍କ ତାଲିକା ଗୁଡିକ ଯାଞ୍ଚ କରିଥିଲେ । ଗତକାଲି ମଧ୍ୟ ରାତ୍ର ପର୍ଯ୍ୟନ୍ତ ହୋଟେଲ ଗୁଡିକ ଯାଞ୍ଚ କରାଯାଉଥିବା ବେଳେ ଏହା ନିୟମିତ ଭାବେ ଯାଞ୍ଚ କରା‌ଯିବ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button