Education

ଧବଳେଶ୍ଵର ପୂଜ।ରୀ ଅସୁସ୍ଥ, ଡ।କ୍ଟର ଖାନ। ନେଲେ ବିଡିଓ

ଧବଳେଶ୍ବର ଅସୁସ୍ଥ, ଡାକ୍ତରଖାନା ନେଲେ ବିଡିଓ

ତେନ୍ତୁଳିଖୁଣ୍ଟି, 23/8: ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ତେନ୍ତୁଳିଖୁଣ୍ଟି ଗ୍ରାମର ଧବଳେଶ୍ଵର ପୂଜାରୀ ଭୁବନେଶ୍ବର ଯାଉଥିଲେ | ନବରଙ୍ଗପୁର ପହଞ୍ଚିବା ବେଳକୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା | ଖବର ପାଇ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ ପହଞ୍ଚି ଧବଳେଶ୍ବରଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲେ | ପ୍ରଥମେ ଥମେ ନବରଙ୍ଗପୁର ସ୍ଥିତ ଏକ ଘରୋଇ କ୍ଲିନିକରେ ପ୍ରାଥମିକ ମିକ ଚିକିତ୍ସା କରାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ |

ହେଲେ ଅର୍ଥ ଧବଳେଶ୍ଵର ପୂଜାରୀଙ୍କୁ କୋରାପୁଟ ଏସଲ୍‌ଏନ୍ ମେଡିକାଲ କଲେଜ‌ରେ ସିଟ୍ ମିଳିଛି। ଥର୍ଥ ଅଭାବ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ଠାରୁ ଆରମ୍ଭ କରି ସହୃଦୟ ବ୍ୟକ୍ତି ବି ବିଶେଷ ଏବଂ ବିଭିନ୍ନ ସଂସ୍ଥା ଆର୍ଥିକ ସହାୟତା ଯୋଗେଇଥିଲେ। ଏହାପରେ ଧବଳେଶ୍ଵର ଆଡମିସନ୍ ପାଇଁ ଇନ୍ଦ୍ରାବତୀରୁ ଭୁବନେଶ୍ବର ଯାଉଥିବା ଏକ ସରକାରୀ ବସରେ ଭୁବନେଶ୍ଵର ଯାଉଥିଲେ | ନବରଙ୍ଗପୁର ପହଞ୍ଚିବା ବେଳକୁ ଧବଳେଶ୍ଵର ଅସୁସ୍ଥ ହୋଇପଡ଼ିଥିଲେ। ଏହି ସମୟରେ ତାଙ୍କୁ ସାକ୍ଷାତ କରିବାକୁ ଆସିଥିବା ବିଡିଓ ଶ୍ରୀ ପାଣିଗ୍ରାହୀ ତୁରନ୍ତ ଧବଳେଶ୍ଵରଙ୍କୁ ଚିକିତ୍ସା ବ୍ୟବସ୍ଥା କରାଇଥିଲେ | ରାତ୍ର ୧୨ ଘଣ୍ଟା ବେଳକୁ ଧବଳେଶ୍ଵର ସୁସ୍ଥ

ଅନୁଭବ କରିଥିଲେ। ସେତେବେଳକୁ ଭୁବନେଶ୍ଵର ଯିବା ପାଇଁ କୌଣସି ବସ୍ ନଥିଲା | ବିଡିଓ ଶ୍ରୀ ପାଣିଗ୍ରାହୀ ବ୍ଲକ କର୍ମଚାରୀ ଟିଟୁନ ବାଘଙ୍କୁ ଡାକି ଧବଳେଶ୍ବରଙ୍କୁ ନେଇ ଭୁବନେଶ୍ଵର ଯିବାକୁ କହିଥିଲେ। ପୂଜାରୀଗୁଡ଼ା ଗ୍ରାମର ତଥା ମୋହନା ରେଞ୍ଜର କୁନା ବିଷୋୟୀ ଏକ କାର୍

ଯୋଗାଡ଼ କରିବା ପରେ ଟିଟୁନ ବାଘ, ଚନ୍ଦ୍ରଶେଖର ଜେନା ଓ ବାବୁଲା ନାୟକ ଧବଳେଶ୍ୱରଙ୍କୁ ନେଇ ଭୁବନେଶ୍ବରରେ ପହଞ୍ଚିଥିଲେ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଡିଓ ଶ୍ରୀ ପାଣିଗ୍ରାହୀ, ରେଞ୍ଜର ଶ୍ରୀ ବିଷୋୟୀ ଓ ସହଯୋଗ କରିଥିବା ବନ୍ଧୁମାନେ ଦେବଦୂତ ସାଜି ଜଣେ ଅସହାୟ ଡାକ୍ତରୀ ଛାତ୍ରଙ୍କୁ ସେବା ଯୋଗେଇ ମାନବିକତାର ପରିଚୟ ଦେଇଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button