Education

ଆଜି ଉମରକୋଟ ଅଧିକାରୀ ଙ୍କ ଉପସ୍ଥିତିରେ ସ।ର ବଣ୍ଟା ଯିବ

ଆଜି କୃଷି ଅଧୂକାରୀଙ୍କ ଉପସ୍ଥିତିରେ ସାର ବଣ୍ଟାଯିବ

ସଙ୍କଟ ସମୟରେ ଆସିଲା ୟୁରିଆ

ଉମରକୋଟ, 23/8

ନବରଙ୍ଗପୁର ଜିଲାର ଉମରକୋଟ ଏକ କୃଷିପ୍ରଧାନ ଅଞ୍ଚଳ। ବ୍ଲକରେ ପ୍ରାୟ ଅନେକ ଦିନ ନ ହେଲା ହେ ୟୁରିଆ ରିଆ ସଙ୍କଟ ଲାଗି ରହିଛି । ଅନ୍ୟପଟେ ଚାଷୀ ଚଢ଼ାଦରରେ କଳାବଜାରିଙ୍କଠାରୁ ସାର କିଣି ବ୍ୟବହାର କରୁଥିଲେ। ଏଭଳି ସ୍ଥିତିରେ ଗୁରୁବାର କ୍ରିବ୍‌ସ୍କୋ କମ୍ପାନୀର ୟୁରିଆ ସାର ୩ ଗାଡ଼ି ଆସିଥିଲା। ଉକ୍ତ ୟୁରିଆ ସାର ଉମରକୋଟ ବ୍ଲକର ୟାଦବ ଟ୍ରେଡର, ତ୍ରିଷ୍ଣା ଟ୍ରେଡର, ପାଉଲ ଟ୍ରେଡର, ଅଲେଖମହିମା ଏଣ୍ଟର ପ୍ରାଇଜେସ୍ଟ, ରୁଈଦାସ ମଣ୍ଡଳ, ବିଶ୍ବାସ ଫର୍ଟିଲାଇଜର, ଜୈନ ଫର୍ଟିଲାଇଜର, ଫର୍ଟିଲା ବାସୁଦେବ ବିଶ୍ଵାସ, ବିଶ୍ଵାସ ଆଣ୍ଡ ଖଣ୍ଡ ସନ୍ସ ଏହିଭଳି ୯ଟି ସ ସବ୍‌ଡିଲରଙ୍କୁ ପ୍ରାୟ ୧୭୦୦ ପ୍ଯାକେଟ୍ କ୍ରି କ୍ରିବ୍‌ସ୍କୋ ସାର ଦିଆଯାଇଛି। ଶୁକ୍ରବାର କୃଷି ଅଧିକାରୀଙ୍କ

ଉମରକୋଟରେ ପହଞ୍ଚୁଥ‌ିବା ସାର ଟ୍ରକ୍ ।

ଉପସ୍ଥିତିରେ ବଣ୍ଟନ କରାଯିବ ବୋଲି ଜିଲା କୃଷି ଅଧିକାରୀ ନୀହାର ନାୟକ କହିଛନ୍ତି।

ଅନ୍ୟପଟେ ଚଳିତବର୍ଷ ଚାଷ ପାଇଁ ୮୭ହଜାର ମେଟ୍ରିକ୍ ଟନ ସମସ୍ତ ପ୍ରକାର ସାର ଆବଶ୍ୟକତା ଥିଲା। ବର୍ତ୍ତମାନ ସୁଦ୍ଧା ୮୨ ହଜାର ମେଟ୍ରିକ ଟନ୍ ସାର ଆସି ସାରିଲାଣି।

ସେଥିମଧ୍ୟରୁ ୫୩,୫୦୦ ମେଟ୍ରିକ ଟନ ୟୁରିଆ ରିଆ ସାର । ଆବଶ୍ୟକ‌ତା ରହିଥିଲା ଏବଂ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ହଜାର ମେଟ୍ରିକ ୟୁରିଆ ଆସି ସାରିଲାଣି । ଆଗାମୀ ଦିନରେ

ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଆହୁରି ସାର ଆସିବ ବୋଲି ଜିଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ୟୁରିଆ ବଣ୍ଟନ ପରେ ଚାଷୀଙ୍କୁ କିଛିଟା ଆଶ୍ଵସ୍ତି ମିଳିବ ବୋଲି ଅନୁମାନ କରାଯାଉଛି |

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button