Education

ସ୍କୁଲ ରେ ତ।ଲ। ପକାଇ ଲେ ଗ୍ରାମବାସୀ

ସ୍କୁଲ୍‌ରେ ତାଲା ମାରିଲେ ଗ୍ରାମବାସୀ

ଶିକ୍ଷୟିତ୍ରୀଙ୍କ ହେଲା ବଦଳି

ଶୁଯାୟୀ ପ୍ରଥମିକ ବିଦ୍ୟାଳୟ, ତଙ୍ଗରଗୁଡ଼ା

କୋଷାଗୁମୁଡା, ୨୦ ୮ (ସମିସ): ଶିକ୍ଷୟିତ୍ରୀଙ୍କୁ

ବିରୋଧ କରି ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ଚାପରେ ଆସି ଶିକ୍ଷୟତ୍ରୀଙ୍କ ଅନ୍ୟତ୍ର ବଦଳି ହେଇଥିବା ସୂଚନା ମିଳିଥିବା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଷା ଗୁମୁଡା ସଦର ପଂଚାୟତ ଅନ୍ତର୍ଗତ ଡ଼ଙ୍ଗରାଗୁଡା ଗ୍ରାମ ଠାରେ I ଗ୍ରାମବାସୀଙ୍କ କହିବା ପ୍ରକାରେ ଗ୍ରାମରେ ରହିଥ‌ିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଗୌରୀ ବେହେରା ପିଲାଙ୍କୁ ଠିକ ଭାବେ ପାଠ ପଢାଉ ନଥିବା, ଠିକ୍ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହୁନଥିବାରୁ ତାଙ୍କୁଅନ୍ୟତ୍ର ବଦଳି କରିବାକୁ ଗ୍ରାମବାସୀ ତଥା ରବି ରନ୍ଧାରୀ, ସଂସାଇ ରନ୍ଧାରୀ, ସୁନା ଧର ଭାତ୍ରା ମଙ୍ଗଳ ସିଂ ସମର୍ ଥ, ଚନ୍ଦ୍ର ସମରଥ, ପଦ୍ମ

ରନ୍ଧାରୀ, ଯୋଗେନ୍ଦ୍ର ସମରଥ, ଲାଇବାନ ସମରଥ, ଚମ୍ପା ସମରଥ, କମଳା ସମରଥ , ଗିରିଜା ଭୋତ୍ରା, ଗଙ୍ଗାଇ ସମରଥ, ସମ୍ବାରି ସମରଥ, ପଦ୍ମା ସମରଥ, ସୁକଦେଇ ସମ ରଥ, ପାର୍ବତୀ ସମରଥ ସମୂହ ଅଭିଯୋଗ

ଆଣିଥିଲେ। ଆଜି ଡଙ୍ଗରୀଗୁଡା ଗ୍ରାମବାସୀ ଉଭ୍ୟକ୍ତ ହୋଇ ବିଦ୍ୟାଳୟରେ ତାଲା ଠୁଙ୍କି ଥିବା ଦେଖୁବାକୁ ମିଳିଛି I ଆଜି ସକାଳ ୧୦ ଘଣ୍ଟା ସମୟରେ ଗ୍ରାମବାସୀ ବିଦ୍ୟାଳୟ ରେ ପହଞ୍ଚି ବିଦ୍ୟାଳୟର ମୁଖ୍ୟ ଦ୍ଵାରାକୁ ଚାବି

ପକାଇ ପିଲାଙ୍କୁ ସାଙ୍ଗରେ ଧରି ବିଦ୍ୟାଳୟ ସାମ୍ନାରେ ପ୍ରଶାସନର ଅପେକ୍ଷାରେ ରହିଥିଲେ । ଖବର ପାଇଁ କୋଷାଗୁମୁଡା ବ୍ଲକର ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ ତଥା ସମାଜସେବି ହରିବନ୍ଧୁ ମାଝୀ ଡଙ୍ଗରୀଗୁଡା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସଙ୍ଗେ ସଂଗେ ଗ୍ରାମବାସୀଙ୍କ ଦାବିକୁ ସହମତ ହୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଫୋନ ମାଧ୍ଯମରେ ଯୋଗାଯୋଗ କରି ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି କରିଥିଲେ। ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଉକ୍ତ ଶିକ୍ଷୟିତ୍ରୀକୁ ଚିଠି ସଂଖ୍ୟା ୧୩୬୩/୨୫ନମ୍ବରରେ ବିଇଓ କାର୍ଯ୍ୟାଳୟ ଠାରୁ ଏମ କେରା ଗାଁ ପଞ୍ଚାୟତର ସମରଥ ଗୁଡା ବିଦ୍ୟାଳୟକୁ ବଦଳି କରିଥିବା କୋଷାଗୁମୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୈମେନ୍ଦ୍ର ଭୌମିକ ସୂଚନା ଦେଇଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button