
ପାରଳାଖେମୁଣ୍ଡି, ୨୦/୮: ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶା ଇତିହାସର ପ୍ରବାଦ ପୁରୁଷ ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁଙ୍କ ୧୨୩ ତମ ଜୟନ୍ତୀ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି.
ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସଂସଦ, ପାରଳାଖେମୁଣ୍ଡି ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୂର୍ବତନ ଅଧ୍ୟକ୍ଷ ଡ.ଭାଗ୍ୟଲିପି ମଲ୍ଲ ଯୋଗ ଦେଇଥିଲେ.
ମୁଖ୍ୟବକ୍ତା ଡ.କଲ୍ୟାଣୀ ମିଶ୍ର, ସମ୍ମାନିତ ଅତିଥି ଅର୍ଚ୍ଚନା ମଙ୍ଗରାଜ ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି, ଶଙ୍କର ସାହୁ, ବରିଷ୍ଠ ଶିକ୍ଷାବିତ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ରାଜଗୁରୁଙ୍କ ରଚିତ ବହୁ ପୁସ୍ତକ, ବିଭିନ୍ନ ଲେଖା ଓଡ଼ିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛି ବୋଲି ମତବ୍ୟକ୍ତ କରିଥିଲେ. ସମସ୍ତ କାର୍ଯ୍ୟକ୍ରମକୁ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ବିଚ଼ିତ୍ରାନନ୍ଦ ଦେବର୍ତା ସଂଯୋଜନା କରିଥିଲେ.
ସଭାର ସଭାପତିତ୍ଵ କରିଥିଲେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର. ଅନୁଷ୍ଠିତ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ଶଶୀ ଭୂଷଣ ପଟ୍ଟନାୟକ ଧନ୍ୟବାନ ଅର୍ପଣ କରିଥିଲେ.