DistrictGajapatiOdisha

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ତଗ ହରଭଙ୍ଗୀ ନଦୀରେ ମାଛ ଧରିବାକୁ ଯାଇ ଯୁବକ ମୃତ

ପାରଳାଖେମୁଣ୍ଡି, ୨୦/୮: ଗଜପତି ଜିଲ୍ଲା ଅଡବା ହରଭଙ୍ଗୀ ନଦୀରେ ମାଛ ଧରିବାକୁ ଯାଇ ଜଣେ ଯୁବକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି. ଯୁବକ ଜଣକ ଅଡବା ଗାଁର ସୁକାନ୍ତ ନାୟକଙ୍କ ପୁଅ ସୁବ୍ରତ ନାୟକ(୨୮). ଖବରପାଇ ସୋମବାର ଦିନ ମୋହନା ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ନଦୀ ଭିତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ. ହେଲେ ବର୍ତ୍ତମାନ ନିଖୋଜର ଦୁଇ ଦିନ ବିତିଯାଇଥିଲେ ମଧ୍ଯ ସୁବ୍ରତଙ୍କ କୌଣସି ସନ୍ଧାନ ମିଳିନି. ସେପଟେ ପରିବାର ଲୋକେ ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ସୋମବାର ମଧ୍ୟାହ୍ନରେ ଅଡବା ଗାଁର କିଛି ଯୁବକଙ୍କ ସହ ସୁକାନ୍ତ ନାୟକ ମିଶି ହରଭଙ୍ଗୀ ନଦୀରେ ମାଛ ଧରିବା ପାଇଁ ଯାଇଥିଲେ । ତେବେ ନଦୀ କୂଳରେ ମାଛ ଧରୁଥିବା ବେଳେ ଅଚାନକ ପ୍ରଖର ବେଗରେ ବନ୍ୟା ପାଣି ଆସିଥିଲା । ଫଳରେ ସୁବ୍ରତ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଅନ୍ୟମାନେ ପହଁରି ପହଁରି ନଦୀ କୂଳକୁ ଆସିଥିଲେ । ସାଙ୍ଗରେ ଯାଇଥିବା ଯୁବକ ମାନେ ନଦୀରେ ସୁବ୍ରତକୁ ଖୋଜା ଖୋଜି କରିଥିଲେ. କୌଣସି ସନ୍ଧାନ ନମିଳିବାରୁ ସୁବ୍ରତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ନଦୀରେ ଖୋଜାଖୋଜି କରିଥିଲେ ମଧ୍ଯ କୌଣସି ସନ୍ଧାନ ମିଳିନଥିଲା । ରାତି ପ୍ରାୟ ୧୧ଟାରେ ମୋହନା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ଅଧୂକାରୀ ପଙ୍କଜ କୁମାର ମହାନ୍ତିଙ୍କ ନେତୃତ୍ୱରେ ଟିମ ଖବର ପାଇ ସୋମବାର ବିଳମ୍ବିତ ରାତିରେ ନଦୀରେ ସର୍ଚ୍ଚ କରିଥିଲେ । କିନ୍ତୁ ଅନ୍ଧାର ରାତି ଓ ବର୍ଷା ଯୋଗୁଁ ଅଗ୍ନିଶମ ଟିମ ଫେରି ଆସିଥିଲେ । ପୁଣି ମଙ୍ଗଳବାର ସକାଳ ଠାରୁ ଅଗ୍ନିଶମଟିମ୍ ମୋଟର ବୋଟ ସହାୟତାରେ ନଦୀ ଭିତରେ ପ୍ରାୟ ଏକ କିଲୋମିଟର ଅଞ୍ଚଳରେ ସର୍ଚ୍ଚ କରିଥିଲେ। ଏଥିସହ କାଳେ ଯୁବକ ଜଣକ ଭାସିଯାଇ ନଦୀ କୂଳ କିମ୍ବା ନଦୀ କୂଳରେ ଲାଗିଥିବା ଭାବି ବୁଦା ଗୁଡିକରେ ମଧ୍ୟ ଖୋଜାଖୋଜି ହୋଇଥିଲା। ତଥାପି ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିନଥିଲା. ବାରମ୍ବାର ଖୋଜାଖୋଜି ପରେ ମଧ୍ୟ ନିଖୋଜ ଯୁବକର ପତ୍ତା ମିଳୁନାହିଁ. ବୋଧେ ହୁଏ ଅତି ଗଭୀର ହରଭଙ୍ଗୀ ଜଳାଶୟ ମଧରେ ନିଖୋଜ ଯୁବକ ଫସି ଯାଇ ମୃତ୍ୟୁବରଣ କରି ଥାଇ ପାରନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି.

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button