
କୋରାପୁଟ, ୧୯/୦୮: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଉମେଲ୍ ଗ୍ରାମପଞ୍ଚାୟତ ଅଧୀନ ବଙ୍କେଇପୁଟ ଗାଁରେ ଦୀର୍ଘଦିନ ଧରି ଚାଲୁଥିବା ଜମି ବିବାଦ ନିୟେ ପୁଣିଥରେ ଉତ୍ତେଜନା। ସମରା ଜାନୀ ଓ ରୁପା ଜାନୀଙ୍କ ପରିବାରୀକ ଜମି ବଙ୍କେଇପୁଟ ମୈାଜା ଖାତା ନମ୍ବର ୩୫ପ୍ଲଟ୍ନ ନମ୍ବର୭୫,୧୧୫,୧୧୮,୧୪୯,୧୫୧,୩୦୭,୩୧୩,୩୧୬,୪୨୮,୫ଏକର ୫୦ସେଣ୍ଟ ଉପରେ ଶିଶା ପରିବାରଙ୍କୁ ପୁଣି ଗ୍ରାମ ଓ ଥାନାରେ ବିବାଦ ଲାଗି ରହିଛି ପ୍ରଶାସନ ରାମ ଜାନିଙ୍କ ଜମିରେ ୧୪୪ ଧାରା ଜାରୀ କରିଥିବା ସ୍ୱତେ, ଏହି ଜମିର ଉତ୍ତରାଧିକାରୀ ପ୍ରମାଣ ପତ୍ର ଉତ୍ତରାଧିକାରୀ ନ ଥିବା ବେକ୍ତିଙ୍କ ନାମରେ ରାଜସ୍ୱ ନିରକ୍ଷକ ଦ୍ୱାରା ଦିଆଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି। ଜାନୀ ପରିବାର ପକ୍ଷରୁ କହାଯାଇଛି,କାଗଜପତ୍ର ତଦନ୍ତ ନକରି, କେବଳ କିଛି ଲୋକଙ୍କ ବୟାନରୁ ଲିଗାଲିଏର ଦେବା ଆଇନ ବାହାର କାର୍ଯ୍ୟ। ଲମତାପୁଟ ବ୍ଲକ ପରଜା ସମାଜ,କୋରାପୁଟର କିଛି ସଙ୍ଗଠନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଶାନ୍ତି କମିଟି ହୋଇଥିଲା, କିନ୍ତୁ ବିବାଦୀୟ ଶିଶା ପରିବାର ଯୋଗଦେଇନଥିଲେ।
ଦ୍ୱିତୀୟ ପକ୍ଷ ଙ୍କ ପାଖରେ ସମସ୍ତ ସରକାରୀ କାଗଜ ପତ୍ରରେ ମାଝୀ ଥିବା ସ୍ୱତେ,ଡୁପ୍ଲିକେଟ୍ ଆଧାର କରି ଉତ୍ତଧିକାରୀ ପ୍ରମାଣ ପତ୍ର ପ୍ରଦାନରେ ଆରାଇଙ୍କ ସମର୍ଥନ ରହିଛି ବୋଲି ସବୁମିଶି ଆଉ ବିଶେଷ ପ୍ରଶ୍ନ ସୃଷ୍ଟି କରିଛି।ତହସିଲଦାରଙ୍କୁ କିଛି ଗଣମାଧ୍ୟମ ପଚାରିଲେ ସେ ସ୍ପଷ୍ଟ କହିଛନ୍ତି ୧୪୪ ଜାରୀ ଥିବା ଜମିରେ କାହାକୁ ଲିଗାଲ ଏୟାର ଦେବା ଆଇନ ବାହାରେ। ଏହି ବିଷୟରେ ଆରାଇଙ୍କୁ ପଚାରିବାରୁ ଆରାଇ ନ୍ୟୁଜ୍ ରେ ଲେଖନ୍ତୁ ବୋଲି ଫୋନରେ କହିଛନ୍ତି ଏହି ବିଷୟରେ। ଜିଲ୍ଲା ପ୍ରଶାସନ କିମ୍ବା ଲମତାପୁଟ ମାଛକୁଣ୍ଡ ତହସିଲଦାର ନ୍ୟାୟୋଚିତ ତଦନ୍ତ କରିବେ କି? ସ୍ଥାନୀୟରେ ଏହା ପ୍ରଧାନ ଚର୍ଚ୍ଚାର ବିଷୟ ପାଲଟିଛି ।ପରିସେସରେ ଲିଗାଲିଏର କୁ ରୋଦ୍ଧ କରିବାକୁ ଯାନୀ ପରିବାରରୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଧାନ କରିଛନ୍ତି ଦେଖାଯାଉ କଣ ପଦକ୍ଷେପ ନେବେ କତୃପକ୍ଷ।