ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର, ୧୯/୦୮: ଡାବୁଗାଁ ସଦର ମହକୁମା ସ୍ଥିତ ଦୁର୍ଗା ପୂଜା ମଣ୍ଡପ ନିକଟରେ ଅପରାହ୍ନ 5 ଘଣ୍ଟା ସମୟରେ ଗ୍ରାମର ଭଦ୍ର ବ୍ୟକ୍ତି ଜି ସାଇ ରାଜୁଙ୍କ ସଭାପତିତ୍ବ ରେ ଡାବୁଗାଁର ଜନସାଧାରଣ ଙ୍କୁ ନେଇ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା। ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନେଇ ଆଲୋଚନା ହୋଇଥିଲା ।
ଦୀର୍ଘ ବର୍ଷରୁ ପାଳିତ ହୋଇ ଆସୁଥିବା ଏହି ପୂଜା ଗ୍ରାମର ସାମାଜିକ ଏକତାକୁ ମଜବୁତ କରିଆସୁଥିବା ବେଳେ ଆଡ଼ମ୍ବର ସହକାରେ ପାଳନ ନେଇ ମତ ପ୍ରକାଶ ପାଇଥିଲା । ଦୁର୍ଗାପୂଜା ପରିଚାଳନା ପାଇଁ ନୂତନ କମିଟି ଗଠନ କରାଯାଇଥିଲା। ସଭାପତି ଭାବରେ ସୁରେନ୍ଦ୍ର ମିଶ୍ର,ଉପସଭାପତି ଭାବେ ଦିବ୍ୟରଞ୍ଜନ ପାତ୍ର, ସମ୍ପାଦକ ଭାବେ ସନ୍ତସ ପାତ୍ର, କସାଧକ୍ଷ ଭାବେ ଭଗବାନ ପାତ୍ର ଏବଂ ସୁରେଶ ଚନ୍ଦ୍ର ବେହେରାଙ୍କୁ ଚୟନ କରା ଯାଇଥିଲା। ଦୁର୍ଗପୁଜାର ସମସ୍ତ କାର୍ଯ୍ୟର ତଦାରଖ ପାଇଁ ଟୁକୁ ବିଷୟୀ ଙ୍କୁ ଦାଇତ୍ୱ ଦିଆଯାଇଛି।
ଏତେଦ ବ୍ୟତୀତ ଚଳିତ ବର୍ଷାର ପୂଜା ନିମନ୍ତେ ଉପଦେଷ୍ଟା ଭାବରେ ଜି ସାଇ ରାଜୁ, ପ୍ରକାଶ ପଣ୍ଡା, ସୂର୍ଯ୍ୟ ନାରାୟଣ ସୁବୁଦ୍ଧି, ଗୁପ୍ତ ବିଷୟୀ, ରାଜେଶ ଅଗ୍ରୱାଲ, ବାବି ଜେନା,କୈଳାସ ବିଷୟୀ ଜଗନାଥ ରେଲି, ଆର ଶଙ୍କର ରାଓ, ସଦାନନ୍ଦ ନାୟକ, ଟି ଜଗନୁ ବାବୁ,ବୁଲୁ ରାୟ, ତାତା ରାଓ,ବିକାଶ ନିଶଙ୍ଖ,ସଭାଗ୍ୟ ବିଶ୍ୱାଳ ଙ୍କୁ ଉପଦେଷ୍ଟା ଭାବେ ଚୟନ କରା ଯାଇଥିଲା। ଏବଂ ଆଜିର ବୈଠକରେ ଶତାଧିକ ଗ୍ରାମବାସୀ ଉପସ୍ଥିତି ଥିଲେ। ଆଜିର ବୈଠକ କୁ ଆୟୋଜନ କରିଥିଲେ( ଟୁକୁ)ଜଗନ୍ନାଥ ବିଷୟୀ।