Education

ଡକ୍ଟର ହେବେ ଦିଦାୟୀ ଯୁବତୀ ଚମ୍ପା

ଡାକ୍ତର ହେବେ ଦିଦାୟୀ ଯୁବତୀ ଚମ୍ପା

ମାଲକାନଗିରି,18/8

ମାଲକାନଗିରି ଜିଲ୍ଲାର ଆଦିବାସୀ ଦିଦାୟୀ ଯୁବତୀ ଡାକ୍ତର ହେବେ । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବା ଲାଗି ବିବେଚିତ ହୋଇଛନ୍ତି। ସେ ହେଲେ ଖଇରପୁଟ ବ୍ଲକ ନାକାମାମୁଡି ପଞ୍ଚାୟତ ଆପ୍ଲିବେଡା ଗ୍ରାମର ଚମ୍ପା ରାସପେଦା । ଏହା ଜଣାପଡିବା ପରେ ଚମ୍ପାଙ୍କୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଶୁଭେଚ୍ଛା ଜଣାଇଛନ୍ତି। ଚମ୍ପା ପ୍ରଥମ ଉଦ୍ୟମରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରି ପରିଶ୍ରମ ଯୋଗୁ ଏହି ସଫଳତା ହାସଲ କରିଥିବା ସେ କହିଛନ୍ତି। ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜରେ ସେ ଡାକ୍ତରୀ ପଢିବେ। ତାଙ୍କର ଏହି ସଫଳତା ନିଶ୍ଚୟ ଅନ୍ୟ ଯୁବତୀ ଯୁବକ ଓ ଆଦିବାସୀ ଝିଅମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଜିଳ ଜିଲାପାଳ କହିଛନ୍ତି। ଆଦିମ ଦିଦାୟୀ ଜନଜା ନଜାତିର ପ୍ରଥମ ଯୁବତୀ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। – ବାପା ଲାଛମୁ ରାସପେଦା ଜଣେ ଗରିବ ଚାଷୀ । ଚମ୍ପା ଚିତ୍ରକୋଣ୍ଡା ଏସ୍ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟରୁ ୨୦୧୯ରେ ଦ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ଗୋବିନ୍ଦପାଲ୍ଲୀ ସରକାରୀ ଏସ୍ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର ସଫଳତା ପାଇଁ ବଡବେଲ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସଙ୍କୁ ସେ ଶ୍ରେୟ ଦେଇଛନ୍ତି। ଯୁକ୍ତ ୨ ପରେ ଶିକ୍ଷକ ତାଙ୍କ ଭଉଣୀଙ୍କ ପାଖରେ ରଖି ନିଜ ଅର୍ଥରେ ବାଲେଶ୍ବରର ଏକ କୋଚିଂ ସେଣ୍ଟରରେ ତାଲିମ ନେବା ପାଇଁ ସହଯୋଗ କରିଥିଲେ। ଜିଲ୍ଲା ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର ଓ ଜିଲ୍ଲା

ମଙ୍ଗଲ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button