Education

ଅଦ।ଲତ ପରିସରରୁ ଚମ୍ପଟ ମ।ରିଲ। ଅଭିଯୁକ୍ତ

ଅଦାଲତ ପରିସରରୁ ଚମ୍ପଟ ମାରିବା ଘଟଣା

ଅଭିଯୁକ୍ତକୁ ୨ବର୍ଷ କାରାଦଣ୍ଡ

ଉମରକୋଟ : ଅଦାଲତ ପରିସରରୁ ପୋଲିସ ସୁରକ୍ଷା ବଳୟରୁ ଖସି ଚମ୍ପଟ ମାରିବା ଘଟଣା ର ବି ବିଚାର କରି ନବରଙ୍ଗପୁର ଜିଲ୍ଲା ଉମରକୋଟ କୋଟ ପ୍ରଥମ 6 ଶ୍ରେଣୀ ବିଚାରପତି ଇପ୍ସିତା ଭୋଇ ଅଭିଯୁକ୍ତ ଚନ୍ଦନ ବେହେରାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ଗତ ୬/୦୧/୨୫ ତାରିଖ ଦିନ ଉମରକୋଟ ଉପକାରାଗାରରୁ କିଛି ବିଚାରଧୀନ ବନ୍ଦୀଙ୍କୁ ପୋଲିସ ଏଥ୍ ନିମନ୍ତେ ଉଦ୍ଦିଷ୍ଟ ଭ୍ୟାନରେ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ ଅଦାଲତ ରେ ହାଜର କରିବା

ପାଇଁ ନେଇଥିଲେ। ଅଦାଲତ ରେ ହାଜର ପରେ କୋର୍ଟ ଭ୍ୟାନକୁ ବିଚାରଧୀନ ବନ୍ଦୀଙ୍କୁ ନେଉଥିବା ବେଳେ ପୋଲିସକୁ ଚକମା ସକୁ ଚକମା ଦେଇ ଅଭିଯୁକ୍ତ ଚନ୍ଦନ ବେ ବେହେରା ଖସି ଦୌଡ଼ି ଚାଲି ଯାଇଥିଲେ। ତୁରନ୍ତ ଚନ୍ଦନକୁ ଧରିବା ପାଇଁ ଦାୟିତ୍ଵରେ ଥ‌ିବା ଏକାଧୂକ ସୁରକ୍ଷା କର୍ମୀ ତାପଛରେ ଛରେ ଦୌଡ଼ିଥିଲେ। ଦୀର୍ଘ ୨ କି ମି ଦୌଡ଼ି ଚନ୍ଦନକୁ କାବୁ କରି ପୁଣି ଉମରକୋଟ ଉପ କାରାଗାରକୁ ନେଇଥିଲେ। ସୂଚନା ଯୋଗ୍ୟ ଯେ, ଚନ୍ଦନ ବେହେରା ଏକ ହତ୍ୟା ମାମଲାରେ ବିଚାରଧୀନ ବନ୍ଦୀ ଭାବେ ଉମରକୋଟ ଉପକାରାଗାର

ଅଛନ୍ତି । ଏହା ପରେ ପୋଲିସ କନଷ୍ଟେବଳ ମୋନି ରାମ ଗଣ୍ଡ ଉମରକୋଟ ପୋଲିସ ଷ୍ଟେସନ ରେ ଉକ୍ତ ଦିନ ଏକ ଲିଖୁତ ରଓଜ ଦାଖଲ କରିଥିଲେ । ଏହି ମକଦ୍ଦମାରେ ତଦନ୍ତ ଅଧିକାରୀ ଭାବେ ସବ୍‌ଇନ୍ସପେକ୍‌ଟର ଅକ୍ଷୟ ମିଶ୍ର ଦାୟିତ୍ୱ ନେଇଥିଲେ । ଏହି ଘଟଣାରେ ମାନ୍ୟବର ଅଦାଲତ ୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଚନ୍ଦନ ବେହେରାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁ ଣାଇଛନ୍ତି । ଏହି ମକଦ୍ଦମାକୁ ସରକାରୀ ଓକିଲ ପ୍ରଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button