Education

25 ପର୍ଯ୍ୟନ୍ତ ଚାଲିବ ଧ।ନ କିଣ। ପୁଞ୍ଜି କରଣ

୨୫ ପର୍ଯ୍ୟନ୍ତ ଚାଲିବ ପଞ୍ଜୀକରଣ

ଭୁବନେଶ୍ବର,୧୭/: ଖରିଫ ଋତୁ ଧାନ କିଣା ପାଇଁ ଚାଷୀ

ପଞ୍ଜୀକରଣ ଚାଲିଥିବାବେଳେ ଅଗଷ୍ଟ ୨୦ରେ ଅବଧି ସରିବାର ଥିଲା | ଯେଉଁ ଚାଷୀଙ୍କର ନିଜ ନାମରେ ଜମି ପଟ୍ଟା ନାହିଁ ସେମାନଙ୍କୁ ନିଜ ପରିବାରର ବଂଶାନୁକ୍ରମିକ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ କରାଯାଇଥିଲା। କିନ୍ତୁ ଏହାକୁ ଦାଖଲ କରିବାରେ ଚାଷୀଙ୍କର ସମସ୍ୟା ହେଉଥିବାରୁ ସେମାନେ ପଞ୍ଜୀକରଣ କରିପାରୁନାହାନ୍ତି । ଏନେଇ ସାରା ରାଜ୍ୟରୁ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ନିୟମ କୋହଳ କରିଛନ୍ତି। ଚାଷୀମାନେ ଏଣିକି ନିଜସ୍ବ ଘୋଷଣାନାମା ଦେଇ ନାମ ପଞ୍ଜୀକରଣ କରିପାରିବେ । ବା ଏହାସହ ଅଗଷ୍ଟ ୨୫ ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ଚାଲିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ସଂଶୋଧିତ ନିୟମ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ଅଧିକରୁ ଅଧିକ ଚାଷୀ ଯେପରି ନାମ ପଞ୍ଜୀକରଣ ସହ ସୁବିଧାରେ ଧାନ ବିକ୍ରି କରିପାରିବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୦,୯୩,୨୨୦ ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଆଗକୃ ଆଗକୁ ଏହା ବଢ଼ିବା ଜଣେ ବି ଚାଷୀ ଯେପରି ପଞ୍ଜୀକରଣରୁ ବାଦ୍ ପଡ଼ିବେନି ସେଥିପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button