Education

ରାଇଘର ବ୍ଲକ କୁ ଏନ ଏସି ମାନ୍ୟତା ଦାବି

ରାଇଘର ବ୍ଲକକୁ ଏନଏସି ମାନ୍ୟତା ଦାବି

ରାଇଘର, ତା୧୭/୮

ନବରଙ୍ଗପୁର ଜିଲ୍ଲା ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରାଇଘର ବ୍ଲକକୁ ଏନଏସି ମାନ୍ୟତା ପାଇଁ ସ୍ବର ଉଠିଛି । ଏ ବିଷୟରେ ସ୍ଥାନୀୟ ଅଞ୍ଚଳବାସୀ ଓ ଲୋକ ପ୍ରତିନିଗଣ ମିଳିତ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାଇଘର ବ୍ଲକକୁ ନୂତନ ବିଜ୍ଞାପିତ

ଅଞ୍ଚଳ ପରିଷଦ(ଏନଏସି) ଗଠନ ପାଇଁ ଅନୁରୋଧ କରାଯାଇଛି।

ଏହି ବ୍ଲକରେ ୨୬ ଟି ପଞ୍ଚାୟତ ସହ ଗୋଟିଏ ତହସିଲ ରହିଛି ଯେଉଁଥ୍ରେ ୯ ଗୋଟି ଆରଆଇ ସର୍କଲ ଏବଂ ୧୧୭ଟି ରାଜସ୍ବ ଗ୍ରାମ ରହିଛି । ଯାହାର ଭୌଗୋଳିକ କ୍ଷେତ୍ରଫଳ ୮୭୬.୬୧ ବର୍ଗ କିଲୋମିଟରା ଏହାବ୍ୟତିତ ୨ଟି ପୋଲିସ ଷ୍ଟେସନ, ୩ ଗୋଟି କଲେଜ

ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

ଏବଂ ଗୋଟିଏ ସିଏଚସି ଏବଂ ୮ଟି ପିଏଚସି ରହିଛି । ୨୦୧୧ ଜନଗଣନା ଅନୁଯାୟୀ, ରାଇଘରର ମୋଟ ଜନସଂଖ୍ୟା ୧,୮୨,୨୮୫, ଯାହା ମଧ୍ୟରୁ ୯୧,୩୬୨

ପୁରୁଷ ଏବଂ ୯୦, ୯୨୩ ମହିଳା ଯାହା ୧୯୫୦ ମସିହାର ମୁନ୍ୟୁସିପାଲିଟି ଆଇନ ଅନୁଯାୟୀ ଏକ ଏନଏସି ଗଠନ ପାଇଁ ଆବଶ୍ୟକତା ଠାରୁ ଅଧିକ । ଏହାବ୍ୟତିତ ଅଞ୍ଚଳରେ ଜନସଂଖ୍ୟା, ଭିତ୍ତିଭୂମି ଏବଂ ବାଣିଜ୍ୟିକ କାର୍ଯ୍ୟକଳାପରେ ଦ୍ରୁତ ଅଭିବୃଦ୍ଧି ଘଟିଛି ତଥାପି ଏନଏସି ହୋଇନଥିବାରୁ ବର୍ଜ୍ୟବସ୍ତୁ ପରିଚାଳନା, ରାସ୍ତା ରକ୍ଷଣାବେକ୍ଷଣ ଏବଂ ସାର୍ବଜନୀନ ସେବା କ୍ଷେତ୍ରରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ନୂତନ ଏନଏସି ପ୍ରତିଷ୍ଠା ଦ୍ବାରା ସଂରଚିତ ଶାସନ ଏବଂ ଯୋଜନାବଦ୍ଧ ବିକାଶ ସମ୍ଭବ ହୋଇ ପାରିବ । ରାଜ୍ୟ ସରକାରଙ୍କୁ ପୌରପାଳିକା ଆଇନ ୧୯୫୦ ର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ରାଇଘରରେ ଏନଏସିର ବିଜ୍ଞପ୍ତି ଏବଂ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ଦାବିପତ୍ର ପ୍ରଦାନ ସମୟରେ ସାଂସଦ ପ୍ରତିନିଧ୍ ପ୍ରୀତି ସ୍ନିଗ୍ଧା ମହାପାତ୍ର, ସନ୍ତୋଷ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଦର୍ଶନ ମାଝୀ, ଶରତ ଜେନା, ସୁଶାନ୍ତ ସାମନ୍ତରାୟ ଗଣେଶ କୁମ୍ଭାର ଓ ରିଙ୍କୁ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button