ପି ଓ କମିଶନର ଏମକେସିଜି ପରିଦର୍ଶନ କଲେ ଜିଲ୍ଲାପାଳ,ଏସପି ଓ ଦଲ।ଲ ରୋକିବ।କୁ ଜ।ରି ହେବ ଟୋଲ୍ ଫ୍ରି ନମ୍ବର
ପି ଓ କମିଶନର ଏମ୍କେସିଜି ପରିଦର୍ଶନ କଲେ ଜିଲ୍ଲାପାଳ, ଏସ୍ପି ଓ
ଦଲାଲ ରୋକିବାକୁ ଜାରିହେବ ଟୋଲ୍ ଫ୍ରି ନମ୍ବର
ବ୍ରହ୍ମପୁର, ୧୭ /୦୮
ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ବିଭିନ୍ନ ସମୟରେ କର୍ମଚାରୀ ଓ ଅବ୍ୟବସ୍ଥାରୁ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଥିଲା । ଏହି କ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀରାସନ, ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ୍ ଓ ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଅଚାନକ ଏମ୍କେସିଜି ପରିଦର୍ଶନ କରିଥିଲେ। ତିନି ପ୍ରଶାସନିକ ଅଦ୍ଵାରା ପ୍ରଥମେ ଏମ୍କେସିଜି ମେଡ଼ିକାଲ ଆଶୁ ଚିକିତ୍ସା ବିଭାଗରେ ପହଞ୍ଚି ବିଭିନ୍ନ ଅବ୍ୟବସ୍ଥା ଦେଖୁ ବିରକ୍ତି ପ୍ରକାଶ କରିଥିଲେ। ରୋଗୀ ଚଟାଣରେ ଶୋଇ ଚିକିତ୍ସା ହେଉଥିବା ଦେଖୁ ବିଭିନ୍ନ ସମୟରେ ଡେଙ୍ଗୁ ୱାର୍ଡ଼ର ବେଡ଼ ଖାଲି ରହୁଥିବା ବେଳେ ସେଠାରେ ଆଶୁ ଚିକିତ୍ସା ବିଭାଗର ରୋଗୀ ରଖ୍ ଚିକିତ୍ସା କରିବାକୁ କହିଥିଲେ । ସେହିପରି ଆବଶ୍ୟକ ମୁତାବକ କର୍ମଚାରୀ ଓ ଚିକିତ୍ସା ସାମଗ୍ରୀ ଯୋଗାଇ ଦେବାକୁ ମେଡ଼ିକାଲ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆଶୁ ଚିକିତ୍ସା ବିଭାଗରେ ନିକଟରେ ବେଆଇନ ପାର୍କିକୁ ନେଇ ଅଧିକାରୀମାନେ
ବିରକ୍ତି ପ୍ରକାଶ କରିଥିଲେ । ରୋଗୀଙ୍କ ନିମନ୍ତେ ଆଶୁ ଚିକିତ୍ସା ବିଭାଗରେ ନିକଟରେ ୫ଟି ଆମ୍ବୁଲାନ୍ସ ଓ ୩ଟି ଅଟୋ ରଖିବାକୁ କହିଥିଲେ । ଉକ୍ତ ଗାଡ଼ିମାନେ ଭଡ଼ାରେ ଯିବା ପରେ ଉକ୍ତ ସ୍ଥାନରେ ପୁଣି ଅନ୍ୟଗାଡ଼ି ଆସି ପାର୍ଟି କରିବାକୁ ପରାର୍ମଶ ଦେଇଥିଲେ |
ସେହିପରି ଆଶୁ ଚିକିତ୍ସା ବିଭାଗରେ କାର୍ଯ୍ୟରତ କର୍ମଚାରୀ ମଧ୍ୟରୁ କିଛି ଅନୁପସ୍ଥିତ ରୋଗୀଙ୍କ ଚିକିତ୍ସାରେ ଅବହେଳା, ବିଭାଗର ଲିପ୍ତ ଅଚଳ ଓ ବିଭାଗର ସଫାସୁତରା ହେଉନଥିବା ଦେଖ୍ ବିରକ୍ତି
ପ୍ରକାଶ କରିଥିଲେ । ସେପ୍ଟେମ୍ବର ୧ ସୁଦ୍ଧା ଉକ୍ତ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରେ ରକ୍ତ ଭଣ୍ଡାର ପରିଦର୍ଶନ କରିବା ସହ ଅନଲାଇନ ମନିଟରିଂ ବୋର୍ଡ଼ ଲଗାଇବାକୁ ପରାମର୍ଶ ଦେଇଥିଲେ।
ସେହିପରି ଏମକେସିଜି ମେଡ଼ିକାଲରେ ଦଲାଲ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟୋଲ୍ ଫ୍ରି ନମ୍ବର ଜାରି ହେବ ବୋଲି ଜିଲ୍ଲାପାଳ କହିଥିଲେ। ଏହାସହ ମେଡ଼ିକାଲ ପରିସରରେ ଥିବା ଔଷଧ ବିତରଣ କେନ୍ଦ୍ର, ଗାଡ଼ି ପାର୍ଟି, ଶବ ସଂରକ୍ଷଣ ବ୍ୟବସ୍ଥା ଓ ନୂତନ କରି ହୋଇଥିବା
ବିଭିନ୍ନ ସମସ୍ୟା ସୁଧାରିବାକୁ ପରାମର୍ଶ ଦେଲେ
ଆଶୁ ଚିକିତ୍ସା ବିଭାଗର ଅବ୍ଯବସ୍ଥା ଦେଖ୍ ଉଦ୍ବେଗ ପ୍ରକାଶ କଲେ
ସିଦ୍ଧାର୍ଥ ନଗର ଓ ନୂଆ ବସଷ୍ଟାଣ୍ଡ ରୋଡ଼ ସମ୍ପର୍କରେ ଏମ୍କେସିଜି ମେଡ଼ିକାଲ କର୍ତ୍ତୃପକ୍ଷ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଦିନ ପ୍ରଫେସର ଡ଼ା ସୁଚିତ୍ରା ଦାଶ, ଅଧୀକ୍ଷକ ପ୍ରଫେସର ଡ଼ା ଦୁର୍ଗା ମାଧବ ଶତପଥୀ, ରେଜିଷ୍ଟ୍ରାର ସଂଗ୍ରାମ ଶେଖର ପଣ୍ଡା, ଆରଟିଓ ମାନସ ରଞ୍ଜନ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡ଼ା. ସୁଶାନ୍ତ କୁମାର ନାୟକ ଓ ଡ଼ିପିଏମ ବୁଲୁନାଥ ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।