ୟୁଟ୍ୟୁବରୁ ପଢି ନିଟ୍ ପରୀକ୍ଷା ରେ ସିପୁନଙ୍କ ସଫଳତ।
ୟୁ-ଟ୍ୟୁବ୍ରୁ ପଢ଼ି ନିଟ୍ ପରୀକ୍ଷାରେ ସଫଳତା
ଡାକ୍ତରୀ ପାଠ ପାଇଁ ଅର୍ଥ ବାଧକ, ଚିନ୍ତାରେ ସିପୁନ୍
ତେନ୍ତୁଳିଖୁଣ୍ଟି, 18/8: ବିନା କୋଚିଂରେ ନିଟ୍ ପରୀକ୍ଷାରେ ମିଳିଛି ସଫଳତା। କେବଳ ୟୁଟ୍ୟୁବ୍ରୁ ପାଠପଢ଼ି ନିଟ୍ ପରୀକ୍ଷାରେ ଷ୍ଟେଟ୍ ରେଙ୍କ ୩୮୫୮ ଏବଂ ଏସଟି କାଟାଗୋରି ରେଙ୍କରେ ୩୭୬ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି। ଇତି ମଧ୍ୟରେ କାଉନସିଲିଂ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କୋରାପୁଟ ମେଡିକାଲ୍ କଲେଜରେ ସିଟ୍ ମିଳିଛି। ହେଲେ ନିହାତି ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗ୍ରାମର ମେଧାବୀ ଛାତ୍ର ସିପୁନ ପୂଜାରୀଙ୍କ ଏମବିବିଏସ ସ୍ଵପ୍ନ ସାକାର ହେବା ନେଇ ଆଶଙ୍କା ଦେଖାଦେଇଛି।
ତେନ୍ତୁଳିଖୁଣ୍ଟି ଭତରା ସାହିର କାଞ୍ଚନ ପୂଜାରୀ ପର ଘରେ ମୁଲ ଲାଗି ପୁଅ ସିପୁନଙ୍କୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼େଇଥିଲେ। ସିପୁନ ମାଟ୍ରିକ୍
ପରୀକ୍ଷାରେ ୮୦ ପ୍ରତିଶତ ନମ୍ବର ରଖିବା ସତ୍ତ୍ବେ ଅର୍ଥ ଅଭାବ ଯୋଗୁଁ କୌଣସି କଲେଜରେ ଯୁକ୍ତଦୁଇ ପାଇଁ ନାମ ଲେଖାଇ ନଥିଲେ। ଏନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା ସିପୁନଙ୍କୁ ବିଭିନ୍ନ ଦିଗରୁ ସହାୟତା ମିଳିଥିଲା। କୋଷାଗୁମୁଡ଼ା ବ୍ଲକର ମଳୟ ପାଣିଗ୍ରାହୀ ନିଜସ୍ବ ଖର୍ଚ୍ଚରେ ଯୁକ୍ତ ୨ ବିଜ୍ଞାନ ପାଠ ପଢ଼େଇଥିଲେ। ଏଥିରେ ୮୮ ପ୍ରତିଶତ ନମ୍ବର ରଖି ସିପୁନ କୃତିତ୍ୱ ହାସଲ କରିଥିଲେ। ହେଲେ ଘର ସମସ୍ୟା ଏବଂ ଆର୍ଥିକ ସମସ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଚାଲିଯାଇଥିଲେ। ନିଜ ରୋଜଗାର ଟଙ୍କାରେ ବହି ଖାତା ଓ ସ୍ମାର୍ଟଫୋନ କିଣି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । କେବଳ ୟୁଟ୍ୟୁବ୍ରୁ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭକରିଥିଲେ। ଯାହାକି ସିପୁନଙ୍କୁ ସଫଳତା
ମିଳିଛି। ଦୁଃଖ ଓ ପରିତାପର ବିଷୟ ମେଡିକାଲ୍ କଲେଜରେ ଆଡମିସନ୍ ପାଇଁ ସିପୁନଙ୍କ ନିକଟରେ ଅର୍ଥ ନାହିଁ। ଆଡମିସନ୍ ପାଇଁ ୩୭ ହଜାର ୯୫୦ ଟଙ୍କା ଏବଂ ହଷ୍ଟେଲ ଫିସ୍ ବାବଦରେ ୧୪ ହଜାର ଟଙ୍କା ଆବଶ୍ୟକ ରହିଛି। ସେହିପରି ଅନ୍ୟାନ୍ୟ ବାବଦକୁ ୧୦ ହଜାର ଟଙ୍କା ଦରକାର ପଡୁଛି। ଯାହାକି ପାଞ୍ଚ ବର୍ଷର ଡାକ୍ତରୀ ପାଠପଢ଼ା ପାଇଁ ହାରାହାରି ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଜ ହେବା ଏତେ ଟଙ୍କା ଯୋଗାଡ଼ କରିବା ଏବଂ ଭବିଷ୍ୟତରେ ଡାକ୍ତର ହେବା ନେଇ ଚିନ୍ତାରେ ପଡ଼ିଛନ୍ତି ସିପୁନା ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସିପୁନଙ୍କ ଡାକ୍ତରୀ ପାଠପଢ଼ା ଦାୟିତ୍ଵ ନେଲେ ଜଣେ ଗରିବ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହୋଇପାରନ୍ତା ବୋଲି ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।