Education

ଭାରତ ମ।ଳ। ପା ଇ ବଦଳିଲ। ମେଣ୍ଟ ର।-ଡାବୁଗାଁ ଗତିପଥ

ଭାରତମାଳା ପାଇଁ ବଦଳିଲା ମେଣ୍ଡରା-ଡାବୁଗାଁ ଗତିପଥ

ଅଧିକ ୫ କି.ମି ବୁଲାଣି, ସମସ୍ୟା ଭୋଗୁଛନ୍ତି ଯାତ୍ରୀ

ଡାବୁଗାଁ,୧୬/୮:

ରାୟପୁର-ବିଶାଖାପାଟଣା ଭାରତମାଳା ଅର୍ଥନୈତିକ କରିଡର ରାସ୍ତା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ଵ ଗ୍ରାମ ଭାରତାମାଳା ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି କେଉଁ ଅନାଦି କାଳରୁ ଏହି ଗାଁ ଗୁଡ଼ିକ ସଂଯୋଗ କରୁଥିବା ରାସ୍ତା ଭାରତ ମାଳା ପ୍ରକଳ୍ପ ପାଇଁ ବନ୍ଦ ହୋଇଯାଇଛି। ଫଳରେ ଲୋକେ ଅଧିକ ୫ କିମି ବୁଲି ଗାଁକୁ ଯାଉଛନ୍ତି। ସୂଚନାନୁଯାୟୀ, ଡାବୁଗାଁ ବ୍ଲକର ନନ୍ଦପୁରା, ବୋରିଗାଁ, ବଡଓଲମା ପଞ୍ଚାୟତ ଦେଇ ଭାରତମାଳା ପ୍ରକଳ୍ପ ଯାଇଛି। ଜମି ଚିହ୍ନଟ ପ୍ରକ୍ରିୟା ପରେ ଭାରତମାଳା ରାସ୍ତା ଉପରେ ଆସୁଥିବା ଜମି ମାଲିକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପରେ କାର୍ଯ୍ୟ ଦ୍ରୁତଗତିରେ ଆରମ୍ଭ ହୋଇଥିଲା | ତେବେ ପ୍ରକଳ୍ପ ଯୋଗୁଁ ବିଭିନ୍ନ ପଞ୍ଚାୟତର ଗାଁକୁ ସଂଯୋଗ କରୁଥିବା ରାସ୍ତାର ପ୍ରମୁଖ ମାର୍ଗ ଗୁଡ଼ିକ ବନ୍ଦ ହୋଇଯାଇଥିଲା । ଯାହା ଦ୍ବାରା ଲୋକେ ଯାତାୟାତରେ ଅସୁବିଧା

ଭୋଗିଥିଲେ। ବିଭିନ୍ନ ସ୍ଥାନରେ ଓଭର ବ୍ରିଜ ଓ ବାଇପାସ୍ ରାସ୍ତା ମଞ୍ଜୁର କରାଯାଇଥିଲା। କିଛି ସ୍ଥାନରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଭର ବ୍ରିଜ ଓ ବାଇପାସ୍‌ କରାଯାଇଥିବା ବେଳେ କିଛି ରାସ୍ତାରେ ଆବଶ୍ୟକ ସତ୍ତ୍ବେ ଅଣଦେଖା କରାଯାଇ ସମ୍ପୂର୍ଣ ରାସ୍ତା ବନ୍ଦ କରି ଦିଆଯାଇଛି। ସେଥି ମଧ୍ୟରୁ ବୋରିଗାଁ ପଞ୍ଚାୟତର ଆମ୍ବାଗୁଡ଼ା ଦେଇ ଯାଇଥିବା ଭାରତ ମାଳା ରାସ୍ତା ଦେଇ

ଯାତାୟାତ କରୁଥିବା ମେଣ୍ଡେରା, ପରଶୁବେଡ଼ା,

ଗଦମା, ମେଣ୍ଡ୍ରିଗୁଡ଼ା, ଖୁଟୁଗୁଡ଼ା, ତପୁଗୁଡ଼ା, ଚାର

ପତରିଆଗୁଡ଼ା, ଯାଦବଗୁଡ଼ା, ନିତିଆଗୁଡ଼ା,

ଜେନାଗୁଡ଼ା, ସାଇତିଗୁଡ଼ା ସହ ଅନ୍ୟ ଗ୍ରାମବାସୀ

ଯାତାୟାତ କରୁଥିଲେ। ଏହି ରାସ୍ତା ଦେଇ

ଗ୍ରାମବାସୀ ଡାବୁଗାଁ ବ୍ଲକ କାର୍ଯ୍ୟାଳୟକୁ ଆସୁଥିଲେ।

ଭାରତମାଳା ପ୍ରକଳ୍ପ ପରେ ଏହି ରାସ୍ତା ବନ୍ଦ ହୋଇଯିବା ଯୋଗୁଁ ଗ୍ରାମବାସୀ ଅଧିକ ୫କିମି ରାସ୍ତା ବୁଲି ଯିବା ଆସିବା କରୁଛନ୍ତି। ଆମ୍ବାଗୁଡ଼ା ନିକଟରେ ଗୋଟିଏ ଓଭରବ୍ରିଜ ସହ ବାଇପାସ୍‌ ରାସ୍ତା କରିବାକୁ ୧୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ପୂର୍ବରୁ ଜିଲ୍ଲାପାଳ ଓ ଡାବୁଗାଁ ତହସିଲଦାରଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି। ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାରତମାଳା ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ଥିବାବେଳେ ଆମ୍ବାଗୁଡା ନିକଟରେ ଓଭରବ୍ରିଜ ସହ ବାଇପାସ୍‌ ରାସ୍ତା ନିର୍ମାଣ କରିବାକୁ ବିନୋଦ ସାନ୍ତା, ସତ୍ୟ ବିଶୋଇ, ଅମର ଶାନ୍ତା, ଦେବୀ 2 ସିଂ ଭତରା, ହରିବନ୍ଧୁ ଭତରା, ଧର୍ମଦେବ ଭତରା, ବଳିରାମ ଭତରା, ଡମ୍ବୁରୁ ଭତରା, ବଳି ଭତରା, ଅଭିରାମ ବିଶୋଇ, କେମାରାଜ୍ ବିଶୋଇ, ଡୁମର ପୂଜାରୀ ଓ ମନ ଭତରା ସହ ବୋରିଗାଁ ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଦାବି କରିଛନ୍ତି | ନଚେତ୍ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button