Education

ଜୟପୁର ମୁଖ୍ୟ ଚିକିତ୍ସାଳୟ ଉଦଘାଟନ କୁ ଦୁ ଇ ବର୍ଷ, ବିଶ୍ରାମ ଗ।ରରେ ତ।ଲ।

ଉଦ୍‌ଘାଟନକୁ ବିତିଲା ୨ବର୍ଷ, ବିଶ୍ରାମାଗାରରେ ତାଲା

ଚିକିତ୍ସାଳୟବାରଣ୍ଡା ରୋଗୀ ସମ୍ପର୍କୀୟଙ୍କ ରାତ୍ରି ଆଶ୍ରୟସ୍ଥଳ

ଜୟପୁର, ତ।17/8: ଜୟପୁରସ୍ଥିତ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦ୍‌ଘାଟନ ହୋଇ ୨ବର୍ଷ ବିତି ଯାଇଥିବା ବେଳେ ରୋଗୀ ସମ୍ପର୍କୀୟଙ୍କ ବିଶ୍ରାମ ଗୃହରେ ତାଲା ଝୁଲୁଛି । ରାତି ସମୟରେ କୌଣସି ଉପାୟ ନ ପାଇ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସାଳୟ ବାରଣ୍ଡାରେ ଶୋଇବାକୁ ବାଧ୍ଯ ହେଉଛନ୍ତି । ସେହି ବିଶ୍ରାମ କକ୍ଷ ରୋଗୀଙ୍କ ସମ୍ପର୍କୀୟଙ୍କ ଉପକାରରେ ଆସିପାରୁ ନାହିଁ । ଏନେଇ ଅସନ୍ତୋଷ ପ୍ରକାଶ ପାଉଛି । ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର ଜିଲ୍ଲା ଚିକିତ୍ସାଳୟ ପରିସରରରେ ଖୋଲିବାକୁ ବିଭିନ୍ନ ସଙ୍ଗଠନ ତରଫରୁ ଦାବି ହୋଇଥିଲା । ପରେ ସରକାରୀଙ୍କ ସହଯୋଗରେ ରୋଗୀ ସମ୍ପର୍କୀୟ ବିଶ୍ରାମଗାର ଗୃହ ନିର୍ମାଣ ହୋଇଛି । ଏଥିପାଇଁ ୨ କୋଟି ୭ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟରେ ଜୟପୁର ପୂର୍ବ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି । ନିର୍ମାଣ ଶେଷ ପରେ ସେହି କୋଠାକୁ ଜିଲ୍ଲା ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଇଛି

ରୋଗୀ ସମ୍ପର୍କୀୟ ବିଶ୍ରାମ କକ୍ଷ PATIENT ATTENDENT REST SHED

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସେହି କକ୍ଷ କୁ ଉଦ୍‌ଘାଟନ କରିଥିଲେ । ଅଦ୍ୟାବଧୂ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ।

ରୋଗୀଙ୍କ ସାଥ୍‌ରେ ଆସୁଥିବା ସମ୍ପର୍କୀୟ ବାରଣ୍ଡା, ସିଡି ତଥା ଚିକିତ୍ସାଳୟ ପରିସର ରାସ୍ତାରେ ବିଶ୍ରାମ ନେଉଛନ୍ତି । ଚିକିତ୍ସାଳୟରେ ରୋଗୀଙ୍କ ନିକଟରେ ସେମାନଙ୍କ ସମ୍ପର୍କୀୟ ଉପସ୍ଥିତ ରହି ସେବା ଯୋଗାଇଥାନ୍ତି । ଶଯ୍ୟାରେ ରୋଗୀ ପଡ଼ି ରହିଥ‌ିବା ବେଳେ ସେମାନଙ୍କ ସମ୍ପର୍କୀୟ ଆନୁଷଙ୍ଗିକ ସୁବିଧା ନ ପାଇ ହଇରାଣ ହେଉଛନ୍ତି ।

୨୦୧୮ ମସିହାରେ କୋରାପୁଟର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଜୟପୁରକୁ

ସହର ଠାରୁ ୪ କି ମି ଦୂ ର ଫୁଲବେଡ଼ାସ୍ଥିତ ମା’ ଓ ଶିଶୁ ସେବା କେନ୍ଦ୍ର ( ଏମ୍ ସିଏଚ୍ )ରେ ଜିଲ୍ଲା ଚିକିତ୍ସାଳୟ ଖୋଲା ଯାଇ ରୋଗୀଙ୍କ ସେବା ଆରମ୍ଭ ହୋଇଥିଲା । ସହରଠାରୁ ବହୁ ଦୂରରେ ରହିଥିବା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ହଜାର ହଜାର ରୋଗୀ ଦୈନିକ ଚିକିତ୍ସା ହେଉଛନ୍ତି । ଶତାଧିକ ରୋଗୀ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି । ସେମାନଙ୍କ ସମ୍ପର୍କୀୟ ଦିନରାତି ଚିକିତ୍ସାଳୟରେ ରହୁଛନ୍ତି । ବିଶ୍ରାମ ଗୃହରେ ତାଲା ପଡ଼ୁଥିବାରୁ ଶୌଚ ଏବଂ ରାତି ସମୟରେ ବିଶ୍ର। ମ ନେବା ପାଇଁ ଚିକିତ୍ସାଳୟରେ କୌଣସି ସୁବିଧା ନାହିଁ । ସେମାନେ ଜୟପୁର

ରାତିରେ ଚିକିତ୍ସାଳୟ ଭିତରେ କେଉଁଠି ଜାଗା ଦେଖୁ ବିଶ୍ରାମ ନେଉଛନ୍ତି । ରୋଗୀଙ୍କ ସାଥ୍‌ରେ ଆସିଥିବା ମହିଳା ସମ୍ପର୍କୀୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାହିଁକି କାର୍ଯ୍ୟକ୍ଷମ କରାଯାଉ ନାହିଁ ।

ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେହି ବିଶ୍ରାମ କକ୍ଷକୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପରିଚାଳନା କରିବା ପାଇଁ ପ୍ରଶାସନ ନିଷ୍ପତି ନେଇଥିଲା ବୋଲି କୁହାଯାଉଛି । ଜିଲ୍ଲା ଚିକିତ୍ସାଳୟ ତରଫରୁ ଜୟପୁର ବ୍ଲକ ଅଧିକାରୀଙ୍କୁ ମହିଳା ଏସ୍ଏଚ୍ଜି ମାଧ୍ୟମରେ ସେହି ଗୃହ ଖୋଲିବାରୁ ବାରମ୍ବାର ପତ୍ର ଲେଖାଯାଇଛି । ବିଶ।ମ କକ୍ଷ କୋଠା

ଫେଡରେସନକୁ ସେହି ଗୃହ ଖୋଲିବା ପାଇଁ ଆଦେଶ ଦିଆଯାଇଛି । ଗାଇଡ ଲାଇନ ଆସି ନ ଥିବାରୁ ତାହା ଖୋଲା ଯାଉ ନ ଥିଲା । ବର୍ତମାନ ଗାଇଡ ଲାଇନ ଆସିଛି । ଅତିଶୀଘ୍ର ଖୋଲା ଯିବ ବୋଲି ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ସ୍ବାତୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ବର୍ଷ ତମାମ ହଜାର ହଜାର ରୋଗୀ ଆସି ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଫେରୁଛନ୍ତି ।

ରୋଗୀଙ୍କ ସହ ଆସିଥିବା ସମ୍ପର୍କୀୟ ଜିଲ୍ଲା ଚିକିତ୍ସାଳୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ହେବାକୁ ସାଧାରଣରେ ଦାବି ହେଉ ଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button