Education

ବେଆଇନ କ୍ଲିନିକ ଉପରେ ଚଢ଼ାଉ 7 ମହଲ। କୋଠ। ସଲ, ଅଲ୍ଟ୍ରା ସାଉଣ୍ଡ ଗ।ଏପ୍

ବେଆଇନ କ୍ଲିନିକ ଉପରେ ଚଢାଉ

୭ ମହଲା କୋଠା ସିଲ, ଆଲଟ୍ରା ସାଉଣ୍ଡ ଗାଏବ

ରାୟଗଡା,ତ।17/8

ଗୁଣପୁର ରେଳଷ୍ଟେସନ ନିକଟ କପିଳପୁରରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଚାଲିଥୁବା କ୍ଲିନିକ୍ ଲକ୍ଷ୍ମଣ ଲାବନ୍ୟା ମେଟ୍ରିନିଟି ହୋମ ରିସର୍ଜ ସେଣ୍ଟର ଉପରେ ସାସ୍ଥ୍ୟ ବିଭାଗ ଚଢାର କରି ୭ ମହୋଲା କୋଠାକୁ ସିଲ କରିଛି ।

ଶନିବାର ପୂର୍ବାହ୍ନରେ ଜିଲ୍ଲା ସାସ୍ଥ୍ୟ ବିଭାଗ, ପୋଲିସ, ଅଗ୍ନିଶମ ବିଭାଗ ଉପସ୍ଥିତରେ ସମସ୍ତ କାଗଜପତ୍ର ଦୀର୍ଘ ୬ ଘଣ୍ଟା ଧରି ଯାଞ୍ଚ କରାଯାଇଥିଲା। ଏହି ବେଆଇନ କ୍ଲିନିକର ପରିଚାଳନା ମୁଖ୍ୟ ହେଉଛନ୍ତି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ସୁପରିଟେଣ୍ଡଣ୍ଟ ତଥା ସ୍ତ୍ରୀ ଓ ପ୍ରସ୍ତୁତି ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ପଣ୍ଡା । ଏହି କ୍ଲିନିକରେ ମୁଖ୍ୟତ ପ୍ରସ୍ତୁତି ମହିଳାଙ୍କ ପ୍ରସବ କରାଯାଉଥିଲା। ଯାଞ୍ଚ ବେଳେ ଗୁରୁତ୍ବପୂର୍ଣ କାଗଜ ପତ୍ର ମିଳିଥିବା ବେଳେ କ୍ଲିନିକାଲ ଲାଇସେନ୍ସ ପ୍ରମାଣ ପତ୍ର ଓ ଅଗ୍ନିଶମ ବିଭାଗର ସୁରକ୍ଷା ପ୍ରମାଣ ପତ୍ର ନଥିବା ଜଣାଯାଇଛି । ସେହିପରି ଦୁଇ ମହଲା କୋଠା ନିର୍ମାଣ ପାଇଁ ଅନୁମତି ରହିଥିବା ବେଳେ ୭ ମହଲା କୋଠା ନିର୍ମାଣ କରାଯାଇଛି। ଚଢ଼ାଉ ପୂର୍ବରୁ ଅଲଟ୍ରା ସାଉଣ୍ଡ ମେସିନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାରେ ଡାକ୍ତର ପଣ୍ଡା ସକ୍ଷମ ହୋଇଥିଲେ । ଚଢାଉରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ବି. ସରୋଜିନି ଦେବୀ, ଅତିରିକ୍ତ ଜିଲ୍ଲା

ଚିକିତ୍ସା ଅଧିକାରୀ ଡ. ମମତା ସାହୁ ଓ ଡ. ପି କେ ମିଶ୍ର, ଏସଡିପିଓ ବାବୁଲି ନାୟକ ଅଗ୍ନିଶମ ଅଧୁକାରୀ ରଜନୀକାନ୍ତ ଗୌଡ଼ ଏବଂ ମାଜିଷ୍ଟ୍ରେଟ ରୂପେ ପଦ୍ମପୁର ତହସିଲଦାର ଶଙ୍କର ବାଗ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏ ନେଇ ସିଡିଏମଓଙ୍କୁ ପ୍ରଶ୍ନ ହେବାରୁ ସେ ନୂଆରେ ଆସିଛନ୍ତି ବୋଲି ଉତ୍ତର ମିଳିଥିଲା। ଏହି ଲାଇସେନ୍ସ ନଥିବା କ୍ଲିନିକରେ ଜନ୍ମିତ ପିଲା ମାନଙ୍କୁ ଅମ୍ବାଦଳା ଏକ ଘରୋଇ କ୍ଲିନିକରୁ ପ୍ରମାଣ ପତ୍ର ଦିଆଯାଉଠିଲା ବୋଲି ଅଭିଯୋଗ ହୋଇଛି। ଡାକ୍ତର ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ ବୋଲି ସିଡିଏମଓ ଡ. ସରୋଜିନୀ କହିଛନ୍ତି। ଏହି ବେଆଇନ କୁନିକ ବିରୋଧରେ ତାଗୁଡୁ ସାଙ୍କେତ ଗୁଣପୁର ଆଦର୍ଶ ଥାନାରେ ଏତେଲା ଦେଇଥିଲେ। ଗୁଣପୁର ଉପଜିଲ୍ଲାପାଳ ଦୁଧାଇ ଅଭିନାଶ ଦିଲ୍ଲୀପ ପୂର୍ବରୁ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି

ଏହା ଉପରେ ତଦନ୍ତ କରିଥିଲେ। ଏହି କୁନିକ ନିର୍ମାଣରେ ମ୍ୟୁନିସିପାଲଟିର ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। କେବଳ ରକ୍ତ ବେଆଇନ କ୍ଲନିକକୁ ପ୍ରାୟ ୨୫ ଲକ୍ଷ ଟଙ୍କାର ମ୍ୟୁନିସିପାଲଟି ପକ୍ଷରୁ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା । ସୂଚନାଯୋଗ୍ୟ ସ୍ତ୍ରୀ ଓ ପ୍ରସ୍ତୁତି ବିଶେଷଜ୍ଞ ଡାକ୍ତର ପଣ୍ଡା ଗତ ୨୦୧୦ ମସିହାରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଯୋଗ ଦେଇଥିଲେ । ତେବେ ଗତ ୨୦୨୧ ଏକ ବିବାଦୀୟ ଘଟଣାକୁ ନେଇ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ । ପରେ ତାଙ୍କୁ ମୁନିଗୁଡା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାପିତ ହେବାରୁ ପ୍ରାୟ ଦୁଇ ବର୍ଷ ଛୁଟିରେ ଗୁଣପୁର ରହି କ୍ଲିନିକ ଚଳେଇ ଆସୁଥିଲେ । ଏହାପରେ ପୁଣି ତାଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳକୁ ବଦଳି ହୋଇଥିବା ବେଳେ ବର୍ତ୍ତମାନ ଭାରପ୍ରାପ୍ତ ସୁପରିଟେଣ୍ଡଣ୍ଟ ଦାୟିତ୍ଵ ସମ୍ଭାଳିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button