Education

ଶିକ୍ଷାର ବିକାଶ ପ।ଇ ପ୍ରାୟ ଦେଢ କୋଟିର ଅନୁଦାନ

ଶିକ୍ଷାର ବିକାଶ ପାଇଁ ପ୍ରାୟ ଦେଢ଼ କୋଟିର ଅନୁଦାନ

ଉମରକୋଟ, ୧୬/୮: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଲୋକସଭା ସଦସ୍ୟ ବଳଭଦ୍ର ମାଝୀ ଆଜି ନବରଙ୍ଗପୁର ଜିଲ୍ଲାର ଊମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି । ବ୍ଳକର ୧୦ ଟି ସ୍ଥାନ ରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ଏଥି ପାଇଁ ମୋଟ ୧ କୋଟି ୪୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି । ବ୍ଳକର ଦରଗାଗୁଡା, ଭିତରଗୁଡ଼ା, ନୁଆଁ ଗୁଡ଼ା, ମାନ୍ଦା ବେଡ଼ା, ବଡ଼ ବାସିନୀ, ଭାଲୁଗୁଡା, ବୁର୍ଜା, କେଶରୀ ରୀବେଡା, ଚାନ୍ଦପୁରି ଗାଁରେ ମନ୍ତ୍ରୀ ଗଣ୍ଡ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ଭିଭି ପ୍ରସ୍ତର ସ୍ତର ସ୍ଥାପନା କରିଥିଲେ।ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଅନେକ ବିଦ୍ୟାଳୟ ଗୁଡିକରେ ଗୁଡି ଭିତ୍ତିଭୂମିର ଅଭାବ ରହିଥିଲା, କେତେ ଗୁଡିଏ ବିଦ୍ୟାଳରେ ଗୋଟିଏ ଶ୍ରେଣୀ ଗୃହରେ ଶତାଧିକ ପିଲାଙ୍କୁ ନେଇ ଶିକ୍ଷା ଦାନ ଦିଆଯାଉଥିଲା ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷ ମନ୍ତ୍ରୀ ବ୍ଳକର ପ୍ରାୟ ୧୦ ଗୋଟି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସକାଶେ ଅନୁଦାନ ଦେଇଛନ୍ତି ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button