Education

ରାସ୍ତା ମର।ମତି ହେବ ଏନଏଚ -26 ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଚରଫରୁ ନିର୍ଦ୍ଦେଶ

ମରାମତି ହେବ ଏନ୍‌ଏଚ୍-୨୬

ପ୍ରଧାନମନ୍ତ୍ରୀଙ୍କ କାର୍ଯ ନାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶ

ଜୟପୁର,17/8 : ମରଣଯନ୍ତା ପାଲଟିଥିବା ୨୬ ନମ୍ବର ଜାତୀୟରାଜପଥର ପଥର ମରାମତି କରାଯିବ। ଏଥିଲାଗି ଭୁବନେଶ୍ଵର ଜାତୀୟ ରାଜପଥ ବିଭାଗକୁ ପ୍ରଧାମମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେର୍ଶ ଦିଆଯାଇଛି। ରାସ୍ତାର ଶୋଚନୀୟ ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ଜୁନ ୬ ତାରିଖରେ ଚିଠି କରିଥିଲେ ସ୍ଥାନୀୟ ପୁରୁଣାଗଡ଼ର ବସନ୍ତ ପାତ୍ର। ଏଥିରେ ସେ ଉଲ୍ଲେଖ କରିଥିଲେ, ଜୟପୁର ସହରର ଲାଇଫଲାଇନ ହେଉଛି ୨୬ ନମ୍ବର

ଜାତ ଜାତୀୟ ରାଜପଥ। ଏହା କୋରାପୁଟ ଦେଇ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡକୁ ସଂଯୋଗ କରୁଛି। ପ୍ରତିଦିନ ହଜାର ହଜାର ହଜାର ଭାରୀଯାନ ଯିବାଆସିବା କରୁଛି। ବର୍ତ୍ତମାନ ଏହି ରାସ୍ତା ନଷ୍ଟ ହୋଇଯାଇଛି। କିଛି ବର୍ଷ ତଳେ ଏହାର ମରାମତି କରାଯାଇଥିଲା। କେବଳ ଗାତଗୁଡିକୁ ପୋତାଯାଇଥି ଲା। ଏହି ରାସ୍ତାର ମରାମତି ଓ ପୁନରୁଦ୍ଧାର କରାଯାଉ। ଏଭଳି ଅଭିଯୋଗ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button