
ଲମତାପୁଟ,୧୬/୦୮: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଉମ୍ବେଲ ଗ୍ରାମ ପଞ୍ଚାୟତ ତେନ୍ତୁଳି ପଡା ଗାଁ ଓ ପଡା ଗୋଡ ମଝିରେ ଗୋଟେ ବ୍ରିଜ ନିର୍ମାଣ କରିବା ପାଇଁ ଆଜି ସମସ୍ତ ଗ୍ରାମ ପଞ୍ଚାୟତବାସି କିଛି ନିଆରା ଭାବ ରେ ସରକାରକୁ ଅନୁରୋଧ କରିଛନ୍ତି, ଆଜି ଉମ୍ବେଲ ଜିପିର ସରପଞ୍ଚ ନବୀନା ମାଝୀ ଙ୍କ ଅଧକ୍ୟ ରେ ତେନ୍ତୁଳି ପଡା ଗ୍ରାମ ର ଲୋକ ଏବଂ ସମାଜ ସେବି, ରାମ ମୁଦୁଲି, ସମାଜ ସେବି, ବର୍ଲାମ ଖିଲ, ସୁନାବେଡ଼ା ହେଚ୍ଲ୍ ବିସ୍ଥାପିତ ସଭାପତି ତ୍ରିଲୋଚନ
ମୁଦୁଲି, ସଦନ ମୁଦୁଲି,ଏକ୍ସ ସମିତି ସଭ୍ୟା ଗଙ୍ଗାଧର ମୁଦୁଲି, ଏକ୍ସ, ସରପଞ୍ଚ, ଜଗନ୍ନାଥ ନାୟକ, ସିମନ ପାଙ୍ଗି ଗୋପୀ ମୁଦୁଲି ଏବଂ ଅନ୍ୟାନିୟ ବୁଦୀ ଯିବି ମିଶିକି ସରକାରଙ୍କୁ ବ୍ରିଜ ନିର୍ମାଣ ପାଇଁ ନିବେଦନ କରିଛନ୍ତି, ଦିର୍ଗ ବର୍ଷ ଧରି କଲାବ ଜଳବନ୍ଧାର ଘେର ରେ ଅଛନ୍ତି ସେଟା ରେ ପୋଲ ନିର୍ମାଣ ହେଲେ, କୋରାପୁଟ ମେଡିକାଲ ଯିବା ପାଇଁ, ସୁନାବେଡା ଆଲୁମିନିୟମଃ କାରଖାନା
ଯିବା ପାଇଁ, ଦାମନଯୋଡି ନାଲକୋ, ଯିବା ପାଇଁ, ସ୍କୁଲ କଲେଜ ଯିବା ପାଇଁ ୪୦ରୁ ୫୫ଗ୍ରାମ ବାସି ବ୍ରିଜ ହେଲେ ସୁବିଧା ପାଇପାରିବେ, ପୋଲ ନ ଥିବା ରୁ ଗ୍ରାମ ର ଲୋକ ମାନେ ୪୦ରୁ ୬୦,କିଳମିଟର ଯିବା କୁ ପଡୁଛି ବୋଲି ଗାଁ ଲୋକ ମାନେ ମତ ଦେଇ ଛନ୍ତି କେବେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବେ ତାହା ଅଞ୍ଚଳର ଲୋକେ ଅପେକ୍ଷା।