Education

ପୋଲିସ ଉପସ୍ଥିତି ରେ ଚଷୀ ଙ୍କୁ ଦି ଆଗଲ। ସ।ର

ପୋଲିସ ଉପସ୍ଥିତିରେ ଚାଷୀଙ୍କୁ ଦିଆଗଲା ସାର

 

କୋଷାଗୁମୁଡ଼ା ବ୍ଲକରେ ୟୁରିଆ ସଙ୍କଟ

 

ଫସଲ ନଷ୍ଟ ଆଶଙ୍କାରେ ଚଢ଼ା ଦରରେ ବାହାରୁ କିଣୁଛନ୍ତି ଚାଷୀ

 

କୋଡ଼ିଙ୍ଗା, 16/8

 

ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଳକ୍‌ରେ ୟୁରିଆ ସଙ୍କଟ ଦେଖାଦେଇଛି। ବ୍ଳକରେ କୋଡ଼ିଙ୍ଗା, କୋଷାଗୁମୁଡ଼ା ୨ଟି ସମବାୟ ସମିତି(ଲ୍ୟାମ୍‌ସ)କୁ ମିଶାଇ ସମୁଦାୟ ୫୨ ଜଣ ଅଧିକୃତ ସାର ବିକ୍ରେତା ଅଛନ୍ତି । କିନ୍ତୁ କାହା ପାଖରେ ୟୁରିଆ ନାହିଁ। କଳାବଜାରରେ ବହୁତ ଛଢ଼ା ଦରରେ ସାର କିଣିବା ପାଇଁ ଚାଷୀ ବାଧ୍ଯ ହେଉଛନ୍ତି । ଏହା ମଧ୍ୟରେ ୨ ଦିନ ହେବ କୋଡ଼ିଙ୍ଗା ଏବଂ କୋଷଗୁମୁଡ଼ା ଲ୍ୟାମ୍‌ସକୁ ୬୦୦ ବସ୍ତା ଲେଖାଏ ୟୁରିଆ ସାର ଆସିଥିଲା। ଯାହାକୁ ନେବାକୁ ଲ୍ୟାମ୍‌ସ ସାମ୍‌ନାରେ ଚାଷୀଙ୍କ ଭିଡ଼ ଜମିଥିଲା। କର୍ତ୍ତୃପକ୍ଷଙ୍କୁ ପୋଲିସର ସହାୟତା ନେଇ ଚାଷୀଙ୍କୁ ସାର ବିକ୍ରି କରିବାକୁ ପଡ଼ିଛି।

 

କୋଷାଗୁମୁଡ଼ା ଏକ କୃଷି ପ୍ରଧାନ ଅଞ୍ଚଳ। ବ୍ଲକର ୮୦% ଲୋକ କୃଷି କିମ୍ବା କୃଷି ସମ୍ବଦ୍ଧିତ ଜୀବିକା ଉପରେ ନିର୍ଭର କରନ୍ତି। କୃଷି ବିଭାଗ ସୂଚନା ଅନୁଯାୟୀ ଚଳିତ ଖରିଫ ଋତୁରେ ଧାନ

 

ସାର ନେବାକୁ ଚାଷୀଙ୍କ ଭିଡ଼ ଲାଗିଛି।

 

୧୯୬୨୫ହେକ୍ଟର, ମକା ୭୪୦୦ ହେକ୍ଟର, ଆଖୁ ୧୯୦୦ ହେକ୍ଟର, ମାଣ୍ଡିଆ ୯୦୦ ହେକ୍ଟର ଏବଂ ତା ସାଙ୍ଗକୁ ବିରି, କୋଲଥ, କାନ୍ଦୁଲ ଭଳି ଡାଲି ଜାତୀୟ ଫସଲ ଚାଷ କରାଯାଇଛି। ଏହି ସବୁ ଚାଷ ପାଇଁ ଯେତିକି ସାର ଦରକାର ତାହା ଯୋଗାଣ ହୋଇ ପାରୁନାହିଁ I ଧାନ, ମକା, ଆଖୁରେ ବିଶେଷ କରି ୟୁରିଆ ସାର ଦରକାର ପଡୁଥିବା ବେଳେ ୟୁରିଆ ବଜାରରେ ମିଳୁନାହିଁ। ଏହି ଅଭାବୀ ବିକ୍ରି

 

ଯୋଗୁଁ ଫସଲ ନଷ୍ଟ ହୋଇଯିବା ଭୟରେ ଚାଷୀ ବାଧ୍ୟହୋଇ କଳା ବଜାରରୁ ସାର କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଏପରିକି ୟୁରିଆ ବସ୍ତା (୫୦ କେଜି)କୁ ସରକାରୀ ଦର ୨୭୫ ଥିବାବେଳେ କଳା ବଜାରରେ ୭୦୦/୮୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହାକୁ ବାଧ୍ୟହୋଇ କିଣିବାକୁ ପଡ଼ୁଛି ବୋଲି ଚାଷୀ କହିଛନ୍ତି। ଏନେଇ ବ୍ଲକ କୃଷି ଅଧିକାରୀ ଦୁର୍ଯ୍ୟୋଧନ ଜାନୀଙ୍କୁ ପଚାରିବାରୁ ଏ ବିଷୟରେ ସଚେତନ

 

ଅଛୁ I ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ନିକଟରେ ଦୁଇଟି ଲ୍ୟାମ୍ପସକୁ ଆହୁରି ୟୁରିଆ ଆସିବ ଚାଷୀମାନଙ୍କୁ ଧୈର୍ଯ୍ୟ ରଖିବା ପାଇଁ ସେ କହିଥିଲେ। କୋଡ଼ିଙ୍ଗା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ଖରା କହିଥିଲେ ଲ୍ୟାମ୍‌ସକୁ ୬୦୦ ବସ୍ତା ୟୁରିଆ ମିଳି ଥିବାବେଳେ ୧୦୦୦ରୁ ଉର୍ଦୁ ଚାଷୀ ଆସିଛନ୍ତି। ଗୋଟିଏ ଲେଖାଏ ବସ୍ତା ଚାଷୀଙ୍କୁ ଦିଆଯାଇଛି। ପୁଣି ସାର ଆସିଲେ ବଳକା ଚାଷୀଙ୍କୁ ଦିଆଯିବ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button