Education

ସଡ଼କ ଦୁର୍ଘଟଣାରେ ଜଣୈ ମୃତ ,ଜଣେ ଗୁରୁତର

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

 

ତେନ୍ତୁଳିଖୁଣ୍ଟି,15/8  : ନ ବର ଙ୍ଗ ପୁ ର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଓସିସି ବ୍ରିଜ ନିକଟସ୍ଥ ଡ଼ାଲଖାଇ ଛକ ନିକଟରେ ବୁଧବାର ସକାଳେ ଦୁଇଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁଇ ଜଣ ଗୁରୁତର ଥୁବାରୁ ପ୍ରଥମେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁ ଖ୍ୟ ଚି କି ତ୍ସାଳ ୟକୁ ପଠାଯାଇଥିଲା । ସୂଚନା ମୁତାବକ ଖାତିଗୁଡା ଗ୍ରାମର ସୋମବାରୁ ଗୌଡ଼ (୬୧) ନିଜ ମକା ଜମିକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲରେ ଦୁହେଁ ଧକ୍କା

 

ହୋଇଥିଲେ । ଫଳରେ ରାସ୍ତାରେ ଛିଟିକି ପଡିଥିଲେ ସୋମବାରୁ ଗୌଡ଼ା ଘଟଣା ସ୍ଥଳରେ ଯାତାୟତ କରୁଥିବା ଜନସାଧାରଣ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ତେନ୍ତୁଳିଖୁ ଣ୍ଟି ପଠେଇ ଥିଲେ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଥିଲେ I ନବରଙ୍ଗପୁର ଠାରେ ଚିକିତ୍ସା ଧୀନ ଅବସ୍ଥାରେ ସୋମବାରୁଙ୍କ ମୃତ୍ୟୁ ହୋଇଥିବା ପରି ବାର ଲେ | କେ କହିଛନ୍ତି I ଏହାକୁ ନେଇ ଖାତିଗୁଡା ପୋଲିସ ନବରଙ୍ଗପୁର ଚିକିତ୍ସାଳୟରେ ପହ ଞ୍ଚ୍ ଶବ ବ୍ୟବ ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି I କେସ ନମ୍ବର ୯୨ / ୨୫ ହୋଇଥିବା

 

ବେଳେ ଅପମୃତ୍ୟୁ ରୁଜୁ କରି ଅଧୂକ ତଦନ୍ତ ଆରମ୍ଭ କରିଛନ୍ତି ଖାତିଗୁଡା ପୋଲିସ । ସୋମବାରୁ ଗୌଡ଼ କିଛି ମାସ ତଳେ ସରକାରୀ ଚ।କିରି ରୁ ଅବସର ଗ୍ରହଣ କରିଥିଲେ I ଏବଂ ଖାତିଗୁଡା ଗ୍ରାମର ଚଳାନ ( ଗ୍ରାମ ସେବାକାରୀ) ସେ କାର୍ଯ୍ୟ କରୁଥିଲେ । ଗ୍ରାମର ଛୋଟବଡ଼, ଭଲମନ୍ଦ, ଜାନିଯାତ୍ରା କାର୍ଯ୍ୟ କରୁଥିଲେ ଦୃଘଟଣାରେ ମୃତ୍ୟୁବରଣ କରିଥିବାରୁ ଗାଁରେ ଶୋକର ବାତାବରଣ ସୃଷ୍ଟି ହୋଇଛି I ପରିବାର କହିଲେ କେବଳ ତାଙ୍କ ସ୍ତ୍ରୀ I ଗାଁ ଲୋକେ ଓ ସାହି ପଡୋଶୀଙ୍କ ସହ ଯୋଗରେ ଶବ ଦାହ କରାଯାଇଥିବା ଦେଖୁବାକୁ ମିଳିଥିଲା I

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button