Education

ନବରଙ୍ଗପୁର ରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ତ୍ରିରଙ୍ଗା ଯାତ୍ରା ରେ ସ।ମିଲ ହେଲେ

ନବରଙ୍ଗପୁରରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଖୁଣ୍ଟିଆ : ତ୍ରିରଙ୍ଗା ଯାତ୍ରାରେ ନଗର ପରିକ୍ରମା ସହ ସମୀକ୍ଷା ବୈଠକରେ ଯୋଗ ଦେଲେ

 

ନବରଙ୍ଗପୁର, 15/8: ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସ୍ୱାଧୀନତାର ୭୯ତମ ଦିବସ ପାଳନ ଅବସରରେ ଆନୁଷ୍ଠାନିକ ଭାବେ ମୂଖ୍ୟ ଅତିଥୁ ରୂପେ ଯୋଗ ଦେବାକୁ ପହଞ୍ଚିଛନ୍ତି। ମାନ୍ୟବର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ହିରାଖଣ୍ଡି ଟ୍ରେନ ଯୋଗେ ଭୁବନେଶ୍ଵରରୁ ଜୟପୁର ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେ ନବରଙ୍ଗପୁର ସର୍କିଟ ହାଉସରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାଙ୍କ ଦ୍ଵାରା ଭବ୍ୟ ସ୍ଵାଗତ ସମ୍ବଦ୍ଧ ନା କରାଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଡ ମହେଶ୍ଵର ସ୍ଵାଇଁ ଓ ଆରକ୍ଷୀ ଅଧିକ୍ଷକ ଏମ୍ ସନ୍ଦୀପ୍ ସମ୍ପତ ପୁଷ୍ପଗୁଚ୍ଛ ପ୍ରଦାନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଙ୍କୁ ସ୍ଵାଗତ ଜଣାଇଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହରଘର ତିରଙ୍ଗା କାର୍ଯ୍ୟକମରେ ମାନ୍ୟବର ଶ୍ରୀ

 

ମନ୍ତ୍ରୀ ଯୋଗ ଦେଇଥିଲେ। ଏହା ଜିଲ୍ଲା ପ୍ରଶାସନ, ବିଜେପି ଦଳୀୟ ନେତୃବୃନ୍ଦ, ସାଧାରଣ ଲୋକଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭକରାଯାଇ ନଗର ପରିକ୍ରମା ପୂର୍ବକ ପୁଣିଥରେ ସର୍କିଟ ହାଉସକୁ ପହଞ୍ଚିଥିଲେ। ପରି କ୍ର ମା ବେଳେ ଦେଶାତ୍ମକ ବୋଧକ ସଙ୍ଗୀତ ସହ ବିଭିନ୍ନ ନାରା ଦିଆଯାଇଥିଲା। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ପ୍ରତ୍ୟେକ ସାଧାରଣ ପରିବାରର ଲୋକମାନେ ସ୍ୱାଧନତାର ଅର୍ଥକୁ ବୁଝିବା ଦରକାର, ଏଥିସହ ଭାରତବର୍ଷର ପୂର୍ବ ଗୌରବ, ସୈନ୍ୟ ବଳ, ସ୍ଵାଧନ ଚେତନା, ପରାକ୍ରମ, ଅସ୍ମିତା, ପରିଚୟକୁ ପୁନରାବୃଦ୍ଧି କରିବାର ଆବଶ୍ୟକ‌ତା ରହିଛି।

 

ଏଥିପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ ଆଗେଇ ଆସିବା ଦରକାର ବୋଲି ସେ କହିଥିଲେ।

 

ଏହାପରେ ମାନ୍ୟବର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଦ୍ବାରା ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡ ମହେଶ୍ଵର ସ୍ଵାଇଁ, ଜିଲ୍ଲା ବନ ବିଭାଗ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା ଓ ଜିଲ୍ଲା ଶ୍ରମ ବିଭାଗୀୟ ଅଧୂକାରୀଙ୍କୁ ନେଇଁ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏଥରେ ବିଭିନ ଉନୟନ ମୂଳକ କାର୍ଯ୍ୟ ହାତକ

 

ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବନ ବିଭାଗ ଦ୍ବାରା ଅର୍ବାନ ପ୍ଲାଣ୍ଟେସନ, ପାପଡାହାଣ୍ଡି ଠାରେ ପହଞ୍ଚି ଚାରା ରୋପଣ କରିଥିଲେ। ପରେ ପାପଡାହାଣ୍ଡିର ଟୁରୀ ନଦୀ କୂଳରେ ଅବସ୍ଥିତ ସହିଦ୍ ସ୍ମୃତି ସ୍ତମ୍ଭରେ ପହଞ୍ଚି ସହିଦମାନଙ୍କୁ ପୁଷ୍ପାଞ୍ଜଳୀ ପ୍ରଦାନ ପୂର୍ବକ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ପୌରପାଳିକା ଅଧ୍ଯକ୍ଷ କୁନୁ ନାୟକ, ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାସ, ସମସ୍ତ ମଣ୍ଡଳ ସ୍ତରୀୟ ସଭାପତି, ଉପସଭାପତି, କାର୍ଯ୍ୟକର୍ତ୍ତା, ମହିଳା ନେତ୍ରୀ ପମୁଖ ଉପସ୍ଥିନବରଙ୍ଗପୁରରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଖୁଣ୍ଟିଆ : ତ୍ରିରଙ୍ଗା ଯାତ୍ରାରେ ନଗର ପରିକ୍ରମା ସହ ସମୀକ୍ଷା ବୈଠକରେ ଯୋଗ ଦେଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button