୮ କିଲୋ ଗଂଜେଇ ସହ , ୩ ଗିରଫ ଗୋଟେ ବାଇକ ଓ ଗୋଟେ ସ୍କୁଟିଂ ଜବତ।

ମାଲକାନଗିରି, ୧୪/୦୮: ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ୮ କିଲୋ ଗଂଜେଇ ସମେତ ୨ ଟି ବାଇକ ଏବଂ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ ଓରକେଲ ଥାନା ଏସଆଇ ମନୋହର ସାହୁ ଙ୍କ ନେତୃତ୍ୱରେ ଏକ ଟିମ ମଙ୍ଗଳବାର ଦିନ ୩ଟା ସମୟରେ ବାଲିମେଳା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ୨ ଟି ବାଇକ ଚିତ୍ରକୋଣ୍ଡା ରାସ୍ତା ପଟୁ ଆସୁଥିବା ଦେଖି ଅଟକାଇଥିଲେ। ଉଭୟ ବାଇକରେ ୩ ଜଣ ରହିବା ସହ ବସ୍ତାରେ କିଛି ସାମଗ୍ରୀ ନେଉଥିବା ଦେଖିଥିଲେ। ଏସଆଇ ଶ୍ରୀ ସାହୁ ଉଭୟ ଙ୍କୁ ବସ୍ତାରେ କଣ ଥିବା ପଚାରିବାରୁ ୨ ଚାଳକ ଙ୍କ କଥାରେ ମେଳ ଖାଇ ନଥିଲା। ଏହାଦେଖି ସଙ୍ଗେ ସଙ୍ଗେ ବସ୍ତା ଗୁଡିକୁ ଯାଞ୍ଚ କରିବାରୁ ତନ୍ମଧ୍ୟରେ ଗଞ୍ଜେଇ ଥିବା ଦେଖିଥିଲେ। ପରେ ଓରକେଲ ଥାନା କୁ ଆଣି ଓଜନ କରିବା ପରେ ୮ କିଲୋ ଗଂଜେଇ ଥିବା ଜାଣିବାକୁ ପାଇଥିଲେ। ସେମାନେ ଏହି ଗଂଜେଇ କୁ ଚିତ୍ରକୋଣ୍ଡା ଅଞ୍ଚଳରୁ ନିଜ ଗ୍ରାମ ଏମଭି-୭୯ ଅଞ୍ଚଳ କୁ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ ମିଲନ ବରୀହା କହିଛନ୍ତି। ୩ ଚାଲାଣକାରୀଙ୍କ ମଧ୍ୟରୁ ବିପ୍ରଜିତ ପାଲ(୩୦) ଏବଂ ସମର ମଣ୍ଡଳ(୩୭) ଙ୍କ ଘର ଏମଭି-୭୯ ହୋଇଥିବା ବେଳେ ରଣଜିତ ରାଓ(୩୭) କାଲିମେଳା ଅଂଚଳର ବୋଲି ପୋଲିସ ସୂଚନା ଦେଇଛି। ଏମାନଙ୍କ ଠାରୁ ୨ଟି ବାଇକ ଜବତ କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।