ଜନ ଅଧିକାର ସ।ମ।ଜିକ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍ମୀ ବିକାଶ ସମ୍ମିଳନୀ
ଜନ ଅଧୂକାର ସାମାଜିକ ସଂଗଠନ ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ କର୍ମୀ ବିକାଶ ସମ୍ମିଳନୀ
ଦାରିଙ୍ଗିବାଡି / କନ୍ଧମାଳ :- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ସର୍ଦ୍ଦାର ବଲ୍ଲଭଭାଇ ପଟେଲ + ୨ ମହା ବିଦ୍ୟାଳୟ ଠାରେ ଜନ ଅଧୁକାର ସାମାଜିକ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କର୍ମୀ ବିକାଶ ବୈଠକରେ ଉକ୍ତ ବ୍ଲକର ୨୦ ଜଣ ସଦସ୍ୟ ବିଭିନ୍ନ ପଞ୍ଚାୟତ ସଂଯୋଜକ ଉପସ୍ଥିତ ଥିବା ବେଳେ, ସଂଗଠନର ଅଧ୍ଯକ୍ଷ ଧନଞ୍ଜୟ ଟି କାଦାରଙ୍କ ସଭାପତିତ୍ୱରେ ଉପାଧ୍ଯକ୍ଷ ସୁନୀଲ ଖଣ୍ଡପାଣି ପ୍ରକଳ୍ପ ନିର୍ଦେଶକ ଆଲୋକ ମାଲବିଶୋଇ, ବାଲିଗୁଡ଼ା ଉପଖଣ୍ଡ ମୁଖ୍ୟ ଅଭିନନ୍ଦ ପ୍ରଧାନ ପ୍ରମୁଖ ସଭାମଞ୍ଚ ଶୋଭା ବର୍ଦ୍ଧନ କରିଥିଲେ । କର୍ମଶାଳାରେ ଉପସ୍ଥିତ
ରହି ସଂଗଠନ ମୂଳ ଲକ୍ଷ୍ୟ ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏହି ବିଶିଷ୍ଟ ବ୍ୟକ୍ତିମାନେ ତତ୍ ସହିତ ଆଗାମୀ ଦିନରେ କିଭଳି ସଂଗଠନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷତାର ସହିତ ସମାଜର ଉନ୍ନତି କରାଯିବା ସହିତ ବିଶେଷ କରି କନ୍ଧମାଳ ଜିଲ୍ଲାର ଅପହଞ୍ଚ , ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହିତ ଲୋକଙ୍କ ପାଖକୁ ପହଞ୍ଚିବେ ବୋଲି ଅଦ୍ଧକ୍ଷ ଶ୍ରୀ ଟିକାଦାର ତାଙ୍କ ଅଭିଭାଷଣ ରେ ଦୃଢ଼ତା ସହ କହିଥିଲେ । ରୋଗୀଙ୍କ ସେବା, ସରକାରଙ୍କ ଅନୁମତି ଅନୁଯାୟୀ ମାଗଣାରେ ସ୍ଵାସ୍ଥ୍ୟ ଶିବିର ୧ ୨ ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣ ଲେଖାଏଁ
ସ୍ୱାସ୍ଥ୍ୟ ମିତ୍ର ନିଯୁକ୍ତି କରିବା ଗରିବ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ମାଗଣାରେ ଟିଉସନ୍ ବ୍ୟବସ୍ଥା, ମହିଳାଙ୍କୁ ସଶକ୍ତ କରିବା ଏବଂ ମୌଳିକ ସୁବିଧାରୁ ଯେଉଁମାନେ ବଞ୍ଚିତ ଅଛନ୍ତି ତାଙ୍କ ନିମନ୍ତେ ଗୁରୁତ୍ତ୍ୱ ଦିଆଯିବାକୁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ଉପାଦକ୍ଷ ସୁନୀଲ ଖଣ୍ଡପାଣି କହିଥିଲେ। ଶେଷରେ ଉପସ୍ଥିତ ସମସ୍ତ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଆସିଥିବା ସଂଗଠନ କର୍ମକର୍ତ୍ତାଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । କର୍ମଶାଳାରେ ମୁଖ୍ୟ ଆକର୍ଷଣ ସାଜିଥିବା ସଂଗଠନର ଅଧ୍ୟକ୍ଷ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ସଭାସାଙ୍ଗ ଘୋଷଣା କରିଥିଲେ।