ନବରଙ୍ଗପୁର ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା
ହର ଘର ତ୍ରିରଙ୍ଗା ଶୋଭାଯାତ୍ରା
ତ୍ରିରଙ୍ଗା
ନବରଙ୍ଗପୁର,ତା13/8
ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ତ୍ରିରଙ୍ଗା ଶୋଭାଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି । ପ୍ରଶାସନ ପ୍ରାୟୋଜିତ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ବାହାରିଥିବା ବେଳେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ
କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ରାମ ମନ୍ଦିର ନିକଟ ସଦାଶିବ ପାର୍କ ନିକଟରେ ଶେଷ ହୋଇଥିଲା । ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ତଥା ସାଧାରଣ ନାଗରିକ ଅଂଶଗ୍ରହଣ କରିଥିଲେ।
ଝରିଗାଁ,ତା୧୩/୮
ଝରିଗାଁ ନିର୍ବାଚନ ମଣ୍ଡଳୀର ଧୋଡା଼ ଜୋନରେ ମଙ୍ଗଳବାର ହର ଘର ତ୍ରିରଙ୍ଗା ଶୋଭାଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ଜୋନ ସଭାପତି ଭୁଜବଳ ଗୌଡ଼ଙ୍କ ନେତୃତ୍ବରେ ପୂର୍ବତନ ମଣ୍ଡଳ ସଭାପତି ମନୁରାମ ଭତରା ଡ଼ମରୁ ପନକା, ରଂଜିତ କୁମାର ଭତରା, ଶିବ ଭତର ଏହାର ଶୁଭାରମ୍ଭକରିଥିଲେ। ସୁବାସ ପନକା, ଉତ୍ତମ ମାଝୀ, ସନୁ ଭତରା,ବୋଟ କିଶୋର ବିଶୋଇଙ୍କ ସମେତ ସମସ୍ତ ବିଜେପି କର୍ମକର୍ତ୍ତା, କର୍ମୀ ଓ ସମର୍ଥକ ସକାଳେ
ବିଜାପୁର ଶିବ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଭିନ୍ନ ନାରା ଦେଇ ଚାଟିଗୁଡା, ଦଙ୍ଗରିଗୁଡା, ଧୋଡ୍ରା, ଭିକ୍ଷା, ବକଡାବେଡା, ଧାମନାଗୁଡା ଆଦି ପଞ୍ଚାୟତ ସବୁ ଭ୍ରମଣ କରି ଜନସାଧାରଣଙ୍କୁ ତ୍ରିରଙ୍ଗା ପତାକା ବଣ୍ଟନ କରାଯାଇଥିଲା। ବିଜେପି କର୍ମକର୍ତା ଓ କର୍ମୀମାନେ ଡଙ୍ଗରିଗୁଡା ପଞ୍ଚାୟତ ଅନ୍ତର୍ଗତ ଛଟାଗୁଡା ଗ୍ରାମରେ ପହଞ୍ଚୁବା ପରେ ଗ୍ରାମରେ ବସବାସ କରୁଥିବା ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ ଶୁକମନ ପୂଜାରୀଙ୍କୁ ସାକ୍ଷାତ କରି ତାଙ୍କୁ ସମ୍ବର୍ଦ୍ଧନା ଜଣେଇଥିଲେ।