Education

ଜିଲ୍ଲାପାଳ ଙ୍କ ନନ୍ଦାହାଣ୍ଡି ଗ୍ରସ୍ତ

ଜିଲ୍ଲାପାଳଙ୍କ ଚନ୍ଦାହାଣ୍ଡି ଗସ୍ତ

 

ଚନ୍ଦାହାଣ୍ଡି,13/8: ନବରଙ୍ଗପୁରର ନୂତନ ଜିଲ୍ଲାପାଳ ଡ. ମହେଶ୍ଵର

ଜିଲ୍ଲାପଳ  ବୁଧବାର ଚନ୍ଦାହାଣ୍ଡି ବ୍ଲକ ଗସ୍ତ କରିଛନ୍ତି। ଏହି ଅବସ ସରରେ ଜିଲ୍ଲାପାଳଙ୍କୁ ଚନ୍ଦାହାଣ୍ଡି ବିଡିଓ ଚଇନୁ ଗଣ୍ଡ, ବ୍ଳକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ଜିଲ୍ଲାପରିଷଦ ସଭ୍ୟା କେତକୀମଲ୍ଲୀ ଗୌଡ଼, ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ସମାଜସେବ ମାଜସେବୀ ପ୍ରଶାନ୍ତ ପାରୀ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଜିଲ୍ଲାପାଳ ସମସ୍ତ ଜନପ୍ରତି ଜନପ୍ରତିନିଧି ଏବଂ ସମାଜସେବୀଙ୍କ ସହିତ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ଚନ୍ଦାହାଣ୍ଡି ବ୍ଲକରୁ ଛତିଶଗଡ଼କୁ ସଂଯୋଗ କରୁଥିବା ମୋହରା-ବେହେ ବେହେରାମୁଣ୍ଡା ରାସ୍ତା ନିର୍ମାଣ କରିବା ସହ ଚନ୍ଦାହାଣ୍ଡି ବ୍ଲକରେ ଚାଷୀଙ୍କ ପାଇଁ ଆବଶ୍ୟ ଯୋଗାଇ ଦେବା ପାଇଁ ଜନପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ସାର ଅଭାବର ସମାଧାନ ପାଇଁ ଜିଲ୍ଲାପାଳ ନବରଙ୍ଗପୁର ଏଆରଡିସିଙ୍କୁ ନିର୍ଦେଶ ଦେବା ସହ ମୋହରାଠାରୁ ଛତିଶଗଡ଼-ଓଡ଼ିଶାକୁ ସଂଯୋଗ କରୁଥିବା ରାସ୍ତା ପରିଦର୍ଶନ କରିଥିଲେ । ରାସ୍ତା ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିବା ଦେଖିବା ପରେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ରାସ୍ତା ପରିଦର୍ଶନ ସମୟରେ ତହସିଲଦାର ସହଦେବ କୁଟୁକା, ସମାଜସେବୀ ପ୍ରଶାନ୍ତ ପାରୀ, କଦମ ପୂଜାରୀ, ଯୁଗେଶ୍ଵର ନାଗ, ଉପାଧ୍ୟକ୍ଷ ବାସୁଦେବ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ |

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button