BusinessDistrictEducationEntertainmentHealthKoraputNationOdisha

ନିଶାମୁକ୍ତ ଭାରତ ଅଭିଯାନ ସପଥପାଠ

ସୁନାବେଡ଼ା, ୧୩/୦୮: ସୁନାବେଡ଼ା ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ନିଶାମୁକ୍ତ ଭାରତ ଅଭିଯାନ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ଉଷାରାଣୀ ଦାସ ସଭା କାର୍ଯ୍ୟ ପରିଚାଳନା କରିବା ସହିତ ସମସ୍ତଙ୍କୁ ନିଶାମୁକ୍ତ ଭାରତ ଏବଂ ମୁକ୍ତ କୋରାପୁଟ ଗଠନ ପାଇଁ ଶପଥ ପାଠ କରିବା ସହ ଯୁବପିଢି କିପରି ନିଶା ଗସ୍ତ ହୋଇ

ନିଜର ମାନସିକ ସନ୍ତୁଳନ ହରାଇ କୁକାର୍ଯ୍ୟରେ ଲିପ୍ତ ରହି ନିଜପାଇଁ ପରିବାର ପାଇଁ ଏବଂ ସମାଜ ପାଇଁ ବିପଦର କାରଣ ହୋଇଛନ୍ତି ସେହି ବିଷୟରେ ଛାତ୍ରୀ ମାନଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ଏଥିରୁ କିପରି ମୁକ୍ତ ହୋଇ ସୁସ୍ଥ ଜୀବନ ଯାପନ କରିବାରେ ଯୁବପିଢିଙ୍କ ମୁଖ୍ୟ ଭୂମିକା କଣ ରହିଛି ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ। ଏକ ଭିଡିଓ ମାଧ୍ୟମରେ ସୀମା ଭିତରୁ ଏବଂ ସୀମା ବାହାରୁ ଆସୁଥିବା ନିଶାଦ୍ରବ୍ୟ ଦ୍ଵାରା ଯୁବପିଢ଼ି ମାନେ ନିଶା ଗ୍ରସ୍ତ ହୋଇ ନିଜର ଜୀବନ ନଷ୍ଟ କରୁଛନ୍ତି ସେହି ବିଷୟରେ ଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା।

ଅଧ୍ୟାପକ ଆଲୋକ ଥାନପତି,ଅଧ୍ୟାପିକା ବିନୁ ପ୍ରଧାନ, ଡେମୋଷ୍ଟେଟର ଲକ୍ଷ୍ମୀପ୍ରିୟା ଚୌଧୁରୀ, ଲାଇବ୍ରେରୀଅନ ପ୍ରହଲ୍ଲାଦ ପ୍ରଧାନ,ଅରୁଣ କୁମାର ଆଚାର୍ଯ୍ୟନିଶା ମୁକ୍ତ ଭାରତ ଅଭିଯାନ ବିଷୟରେ ନିଜ ନିଜର ମତ ଉପସ୍ଥାପନ କରି ଥିଲେ।ଅଧ୍ୟାପିକା ଶ୍ରୀମତୀ ସରିତା ପରିଡ଼ା ସଭାକାର୍ଯ୍ୟ ଆରମ୍ଭ କରିବା ସହ ନିଶାର କାରଣ ଏବଂ ନିରାକରଣ ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅଭିଯାନରେ ୬୦୦ ରୁ ଉର୍ଦ୍ଧ ଛାତ୍ରୀ QR CODE ମାଧ୍ୟମରେ ନିଶାମୁକ୍ତ ଭାରତ ଅଭିଯାନରେ ପଞ୍ଜୀକୃତ ହୋଇଛନ୍ତି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button