10 ହଜାର ବର୍ଷ ର କ୍ୟାଲେଣ୍ଡର୍ କରି ଚର୍ଚ୍ଚି।ରେ ରମେଶ
୧୦ହଜାର ବର୍ଷର କ୍ୟାଲେଣ୍ଡର କରି ଚର୍ଚ୍ଚାରେ ରମେଶ
ଡାବୁଗାଁ, ୧୨/୮:୧୦ହଜାର ବର୍ଷର କ୍ୟାଲେଣ୍ଡର ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଗାଳ୍ପିକ, କବି ତଥା ଡାବୁଗାଁ ଭୈରବ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶଚନ୍ଦ୍ର ନାହାକା ଏହି ନିଆରା ପ୍ରତିଭାକୁ ନେଇ ସେ ଜିଲ୍ଲା ସହ ରାଜ୍ୟରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
ଅଧ୍ଯକ୍ଷ ଶ୍ରୀ ନାହାକ ଶିକ୍ଷାଦାନ ସହ ଜଣେ ସୁସାହିତ୍ୟିକ, ଗାଳ୍ପିକ ଓ କବି ଭାବେ ପରିଚିତା ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର ରଚନା କରିଥିବା ଗଳ୍ପ ଓ କବିତାକୁ ନେଇ ପ୍ରକାଶିତ ସଂକଳନ ‘ଶତାବ୍ଦୀର ଆର୍ତ୍ତନାଦ’ ଓ ‘ଶ୍ରୀକ୍ଷେତ୍ର ଭଜନମାଳା’ ପାଠକାଦୃତ ହୋଇଥିଲା। ଶ୍ରୀ ନାହାକ ପ୍ରଥମେ ୨୦୦୦ରେ ୧୦୦୦ବର୍ଷର କ୍ୟାଲେଣ୍ଡର ତିଆରି କରିଥିଲେ। ଏହାର ପ୍ରକାଶ ପାଇବା ପରେ ପୂର୍ବତନ ରାଷ୍ଟ୍ରପତି
କେଆର ନାରାୟଣନଙ୍କ କାର୍ଯ୍ୟାଳୟ, ତତ୍କାଳୀନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାଗବତ ବେହେରାଙ୍କ କାର୍ଯ୍ୟାଳୟରୁ ମାନପତ୍ର ସହ ଶୁଭେଚ୍ଛାବାର୍ଭ।
ପାଇଥିଲେ। ଏଥିରେ ଉତ୍ସାହିତ ହୋଇ ସେ ୨୦୨୩ରେ ପ୍ରଥମେ ୩୦୦୦ହଜାର, ପରବର୍ତ୍ତୀ ସମୟରେ ୧୦ହଜାର ବର୍ଷର କ୍ୟାଲେଣ୍ଡର ତିଆରି କରିଥିଲେ। ୨୦୨୩ରେ ଉମରକୋଟ ଭାରତୀ
କଳାନିକେତନର ନାଟକ କାର୍ଯ୍ୟକ୍ରମରେ ତତ୍କାଳୀନ ସାଂସଦ ରମେଶଚନ୍ଦ୍ର ମାଝୀ ଶ୍ରୀ ନାହାକଙ୍କ ଦୁଇ ସଂକଳନ ଓ କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ । ୧୦ହଜାର ବର୍ଷର କ୍ୟାଲେଣ୍ଡର କରି ବର୍ତ୍ତମାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମାନପତ୍ର ସହ ଶୁଭେଚ୍ଛାବାର୍ତ୍ତା ପାଇଛନ୍ତି। ଏଥିସହ ଶ୍ରୀ ନାହାକ ଜାଣିଥିବା ୨୦୦ରୁ ଊର୍ଦ୍ଧ୍ବ ଜାଦୁକୁ ସାମାଜିକ ଗଣମାଧ୍ୟରେ ପ୍ରଦର୍ଶିତ କରିଛନ୍ତି। ସୃଜନଶୀଳ ରଚନା ପାଇଁ ସେ ତାଙ୍କ ଦାଦା, ଜ୍ବାଇଁ, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସାହିତ୍ୟିକଙ୍କଠାରୁ ପ୍ରେରଣା ପାଇଥିବା କହିଛନ୍ତି। ଶ୍ରୀ ନାହାକ ଆଜି ସମ୍ବାଦର ଜୟପୁର ସଂସ୍କରଣ ମୁଖ୍ୟ ନବୀନଚନ୍ଦ୍ର ସାହୁ ଓ ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ସୁରେଶ ନାଇଡୁଙ୍କୁ ୧୦ହଜାର ବର୍ଷର କ୍ୟାଲେଣ୍ଡର, ଶ୍ରୀକ୍ଷେତ୍ର ଭଜନମାଳା ପ୍ରଦାନ କରିଥିଲେ |