BusinessDIstrictEducationEntertainmentHealthNationOdishaPolitics

ପାରଳାଖେମୁଣ୍ଡି ଠାରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୪ ତମ ଜୟନ୍ତୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି, ୧୧/୮: ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ପାରଳାଖେମୁଣ୍ଡିର ମିଳିତ ସ‌ହ‌ଯୋଗରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୪ତମ ଜୟନ୍ତୀ ଉତ୍ସବ ମହା ଆଡମ୍ୱର ରେ ପାଳନ କରାଯାଇଛି।
ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ହେମେନ୍ଦ୍ର ହନାଗା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ନିର୍ମଳା ସେଠୀ , ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ତଥା ସଦସ୍ୟ ପଣ୍ଡିତ ରଘୁନାଥ ପାତ୍ର , ସୁଶ୍ରୀ ଅର୍ଜନା ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ଯୋଗ ଦେଇ ପଦ୍ମଶ୍ରୀ ପଣ୍ଡିତ ରଘୁନାଥଙ୍କ ସଙ୍ଗୀତ କଳା କୃତି ସମ୍ପର୍କ ରେ ଉଦବୋଧନ ଦେଇଥିଲେ।
ଉକ୍ତ ସାଂସ୍କୃତିକ ସଭାରେ ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ଵ କରିଥିବା ବେଳେ ମଞ୍ଚ ଶିଳ୍ପୀ ଆଦର୍ଶ ଦାସ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ଡ.ଚନ୍ଦନ ଗନ୍ତାୟତଙ୍କ ନେତୃତ୍ଵରେ ଶର୍ମିଳା ସାମନ୍ତରା , ଆଶୁତୋଷ ମିଶ୍ର , ଅଞ୍ଜଳି ପାତ୍ର ଓ ଅମୃତା ପୁରୋହିତ ପଣ୍ଡିତ ରଘୁନାଥଙ୍କ ସଙ୍ଗୀତ ଗାନ କରିଥିଲେ। ସଂଗୀତ କାର୍ଯ୍ୟକ୍ରମ ପରେ ପଦାମୃତ ନୃତ୍ୟାୟନ ଓ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ଅନୁଷ୍ଠାନ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button